ଶେଷ ସିନେମାରେ କ୍ୟାନ୍ସର ରୋଗରେ ପୀଡ଼ିତା ଅଭିନେତ୍ରୀ ଙ୍କୁ ହସାଉ ଥିବାର ନଜର ଆସିଲେ ସୁଶାନ୍ତ, ଆଜି ରିଲିଜ୍ ହୋଇଛି “ଦିଲ୍ ବେଚାରା” ଟ୍ରେଲର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଙ୍କ ଶେଷ ଚଳଚ୍ଚିତ୍ର “ଦିଲ୍ ବେଚାରା” ର ଟ୍ରେଲର ଆଜି ରିଲିଜ୍ ହୋଇଯାଇଛି। ଏହି ଫିଲ୍ମ ର ଘୋଷଣା ହେବା ପରେ ସୁଶାନ୍ତ ସିଂ ରାଜପୁତ ଙ୍କ ଫ୍ୟାନ ଏହାକୁ ସିନେମା ହଲ୍ ରେ ପକେଇବାକୁ ସ୍ୱର ଉତ୍ତୋଳନ କରିଥିଲେ। ହିଁ ବର୍ତ୍ତମାନ କୋରନା ପାଇଁ ପ୍ରଜାଯୋକ ଏହାକୁ ଅନଲାଇନ୍ OTT ପ୍ଲାଟଫର୍ମରେ ନିଜେ ମୁକ୍ତ କରିବେ।

ସାମ୍ନାକୁ ଆସିଥିବା ଟ୍ରେଲର ଦିଲ୍ ଵେଚାରା ରେ ହସ, କାନ୍ଦ ଏବଂ ମଜା କରି କିପରି ଜୀବନ କୁ ଖୋଲିକରୀ ବଞ୍ଚିବା ଏହା ଏହି ସିନେମାରେ ଦେଖା ଯାଇଛି। ଫିଲ୍ମ ର ଟ୍ରେଲର ରେ ଦେଖାଯାଇଛି କି ମୁଖ୍ୟ ଅଭିନେତ୍ରୀ ସଞ୍ଜନା ଙ୍କୁ କ୍ୟାନସର ହୋଇଛି ଏବଂ ସେ ସବବେଳେ ନାକରେ ଟ୍ୟୁବ୍ ଲଗେଇ ବୁଲୁଛନ୍ତି। ଏବଂ ତାଙ୍କ ଜୀବନରେ ପ୍ରତେକଟି ମୁହୂର୍ତ୍ତ କୁ ଖୁସି ରେ ଭରିଦେବାକୁ ସୁଶାନ୍ତ ସିଂ ରାଜପୁତ ଚେଷ୍ଟା କରୁଛନ୍ତି।

ଭାବପ୍ରବଣ ହେଲା ଭଳି ଏହି ଫିଲ୍ମ ରେ ଅନେକ ସିନ ଦେଖିବାକୁ ମିଳୁଛି । ସୁଶାନ୍ତ ଙ୍କ କିଛି ଏମିତି ଡାଇଲଗ୍ କିଛି ଏମିତି ଅଛି ଯାହାକି ଶୁଣିଲେ ଆଖିରେ ପାଣି ଆସିଯିବ। ‘ଦିଲ୍ ବେଚାରା’ ହେଉଛି କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ପ୍ରଥମ ଚଳଚ୍ଚିତ୍ର। ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ବିପକ୍ଷରେ ସଞ୍ଜନା ସାଙ୍ଘାରୀୟ ଅଛନ୍ତି। ୨୪ ଜୁଲାଇକୁ ଏହି ସିନେମା OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ।

ସଞ୍ଜନା କିଛି ଦିନ ତଳେ ନିଜ ଟୁଇଟର ରେ ଲେଖିଥିଲେ କି, ଏ କାହାଣୀ ପ୍ରେମ, ଆଶା ଏବଂ କେବେ ନ ସରିଲା ଭଳି ସ୍ମୃତି ରହିଅଛି। ଏହି ଫିଲ୍ମ ମାଧ୍ୟମରେ ସୁଶାନ୍ତ ସିଂ ରାଜପୁତ ଙ୍କ ଉତ୍ତରାଧିକାରୀ ପାଳନ କରାଯିବ। ସମସ୍ତଙ୍କ ପାଇଁ 24 ଜୁଲାଇରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ‘ଦିଲ୍ ବେଚାରା’ ରିଲିଜ୍ କରାଯିବ। ସେ ଏହା ମଧ୍ୟ କହିଛନ୍ତି କି ଏହି ଫିଲ୍ମ କୁ ସମସ୍ତେ ଦେଖିପାରିବେ ଏଥି ପାଇଁ ସବସ୍କ୍ରିପସନ୍ କରିବା ଆବଶ୍ୟକ ନାହିଁ ବିନା ସବସ୍କ୍ରିପସନ୍ ବାଲା ମଧ୍ୟ ଦେଖି ପାରିବେ। ଏଥିରୁ ସ୍ପଷ୍ଟ ହେଉଛି କି ଉଭୟ ଡିସ୍ନି ପ୍ଲସ୍ ହଟଷ୍ଟାର୍ ସହିତ ଏକ ବିଶେଷ ଚୁକ୍ତି କରିଛନ୍ତି ଯାହା ଫଳରେ ସମସ୍ତ ଲୋକ ଏହାକୁ ବିନା ମୂଲ୍ୟରେ ଦେଖିପାରିବେ।

ଶାନ୍ତ ହୋଇନାହିଁ ସୁଶାନ୍ତ ସିଂ ଙ୍କ ମାମଲା

ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ମାମଲା ପରେ ପୁରା ବଲିଉଡ ରେ ବର୍ତ୍ତମାନ ବହୁତ ପ୍ରକାର ଆରୋପ ପ୍ରତିଆରୋପ ଦେଖିବାକୁ ମିଳୁଛି । ନେପଟେଜିଆମ୍ କୁ ନେଇ ଦେଶ ସାରା ସ୍ୱର ଉତ୍ତୋଳନ ଦେଖିବାକୁ ମିଳୁଥିବାରୁ ବିଭିନ୍ନ କଳାକାର ନିଜ ନିଜର ସଫେଇ ଦେଉଛନ୍ତି। ବାସ ଏତିକି ନୁହେଁ ସୁଶାନ୍ତ ସିଂ ରାଜପୁତ ଙ୍କ ଫ୍ୟାନ ମାନେ ବଲିଉଡ ର ସଞ୍ଜୟ ଲୀଳା ଭଂଶାଲି, ୟଶ ରାଜ ଫିଲ୍ମ, ଭୂଷଣ କୁମାରଙ୍କ ଭଳି ସୋସିଆଲ ମିଡିଆକୁ ଟାର୍ଗେଟ କରିଛନ୍ତି।

ଏମାନଙ୍କ ଉପରେ ନେପୋଟିଜମ୍ ର ଜବରଦସ୍ତ ଆରୋପ ଲଗାଯାଇଛି। #DilBecharaTrailer ଟୁଇଟରରେ ଟ୍ରେଣ୍ଡ ହୋଇଛି #DilBecharaTrailer ସୋମବାର ଫିଲ୍ମର ଟ୍ରେଲର ରିଲିଜ ହେବା ପୂର୍ବରୁ ଟ୍ୱିଟରରେ ଟ୍ରେଣ୍ଡ ହୋଇଛି। ପ୍ରସଂଶକ ମାନଙ୍କ କହିବା ମୁତାବକ ଏହି ସିନେମାର ୟୁଟୁବ୍ ରି ସବୁଠାରୁ ଅଧିକା ଲାଇକ ମିଳିବ।

ବନ୍ଧୁଗଣ ଆପଣ କଣ ଏଥିରେ ଖୁସି କି ? ସୁଶାନ୍ତ ସିଂ ରାଜପୁତ ଙ୍କ ଶେଷ ଚଳଚ୍ଚିତ୍ର କିନ୍ତୁ ବଡ଼ ପରଦାରେ ରିଲିଜ୍ କରାଗଲା ନାହିଁ। ନିଜର ମତାମତ ନିଶ୍ଚିନ୍ତ କମେଣ୍ଟ କରିବେ ।

Leave a Reply

Your email address will not be published. Required fields are marked *