ଶେଷ ହେଲା ସବୁ ଅପେକ୍ଷା, ଫରେନସିକ ଟିମ ସିବିଆଇ ହାତରେ ଧରାଇଲା ଫାଇନାଲ ରିପୋର୍ଟ, ସୁଶାନ୍ତଙ୍କ ହତ୍ୟା ଉପରୁ ଖୋଲୁଛି ପରଦା

୧୪ ଜୁନ ୨୦୨୦କୁ ସୁଶାନ୍ତ ସିଂହ ରାଜପୁତ  ଆତ୍ମହତ୍ୟା କରିଥିଲେ ନା ତାଙ୍କର ହତ୍ୟା ହୋଇଥିଲା ? ଏହି ପ୍ରଶ୍ନର ଉତ୍ତର ଖୁବଶୀଘ୍ର ମିଳିଯାଇପାରେ। ବାସ୍ତବରେ ସୋମବାର ଦିନ ହୋଇଥିବା ବୈଠକରେ ଏମ୍ସ(AIIMS)ର ଫରେନସିକ ଟିମ ସୁଶାନ୍ତଙ୍କ କେସରେ ନିର୍ଣ୍ଣାୟକ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏହି ରିପୋର୍ଟ ମିଳିବା ପରେ ବର୍ତ୍ତମାନ ସିବିଆଇ (CBI) ଏହାର ଭଲ ଭାବରେ ବିଶ୍ଳେଷଣ କରି ଖୁବଶୀଘ୍ର ଶେଷ ସିଦ୍ଧାନ୍ତରେ ପହଞ୍ଚିଯାଇପାରେ।

ସୂଚନାଯୋଗ୍ୟ ଯେ, Central Bureau of Investigation (CBI)ର ଅନୁରୋଧରେ ହିଁ ଡା.ସୁଧୀର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରାଯାଇଥିଲା। ଏହା ପଛରେ ଉଦ୍ଦେଶ୍ୟ ଶବ ବ୍ୟବଚ୍ଛେଦ ଏବଂ ବିସରା ରିପୋର୍ଟର ଗଭୀର ଅଧ୍ୟୟନ ରହିଥିଲା। ବାସ୍ତବରେ, କିଛିଦିନ ପୂର୍ବରୁ ଏମ୍ସର ଫରେନସିକ ଟିମ ସୁଶାନ୍ତଙ୍କର ବିସରା ଟେଷ୍ଟ କରାଇଥିଲା। ଏହି ଟେଷ୍ଟ ଏହା ଜାଣିବା ପାଇଁ କରାଯାଇଥିଲା ଯେ ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ପ୍ରୟୋଗ ଥିଲା କି ନାହିଁ।

ଏହାଛଡା ସୁଶାନ୍ତଙ୍କ ବିସର ଟେଷ୍ଟରେ ଏମ୍ଫେଟେମିନ, କେନବିସ, ଓପିୟୋଡି, କୋକିନ, ହେରୋଇନ ପରି ଡ୍ରଗ୍ସର ଟେଷ୍ଟ ମଧ୍ୟ ହୋଇଥିଲା। ଏଥିରୁ ଏହା ସନ୍ଧାନ କରାଯାଇ ପାରିବ ଯେ ସୁଶାନ୍ତ ସତରେ କୌଣସି ଡ୍ରଗ୍ସ ନେଇଥିଲେ କି ନାହିଁ। ଆପଣଙ୍କର ସୂଚନା ପାଇଁ କହି ରଖୁଛୁ ଯେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯିବା ପରେ ଯେତେବେଳେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା ସେତେବେଳେ ପୋଲିସ ବିସରାଲ ଅଙ୍ଗ ପରି ଅନ୍ତ, ହୃଦୟ, କିଡନୀ, ଲିଭର ପରି ଅଙ୍ଗ ଗୁଡିକର ସେମ୍ପଲ ବାହାର କରାଇ ପାରିବେ। ସଧାରଣତଃ ଏହି ପ୍ରକ୍ରିୟା (ବିସରା ଯାଞ୍ଚ) ମୃତ୍ୟୁରେ ବିଷ କିମ୍ବା ଡ୍ରଗ୍ସ ବ୍ୟବହାରର ସନ୍ଦେହ ରହିଥିଲେ କରାଯାଇଥାଏ।

ତେବେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ୧୪ ଜୁନ ୨୦୨୦କୁ ତାଙ୍କ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ତାଙ୍କ କୋଠରୀରେ ମୁମ୍ବାଇ ପୋଲିସକୁ କୌଣସି ସୁସାଇଡ଼ ନୋଟ ମିଳି ନଥିଲା। ସେହିପରି ପ୍ରାରମ୍ଭିକ ଯାଞ୍ଚରେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟାର ମାମଲା ହିଁ କହିଥିଲା। ସେତେବେଳେ ସୁଶାନ୍ତଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରୁ କୌଣସି ପ୍ରକାରର କ୍ଷତର ଚିହ୍ନ ମିଳି ନଥିଲା। କିନ୍ତୁ ଯେତେବେଳେ ସୁଶାନ୍ତଙ୍କ ପରିବାର FIR ଲେଖାଇଥିଲେ ଏବଂ ସିବିଆଇ ଯାଞ୍ଚର ଦାବି ଉଠାଇଥିଲେ ସେତେବେଳେ ମାମଲା ନିଆଁ ଧରିଥିଲା।

ନିକଟରେ ହିଁ ସୁଶାନ୍ତଙ୍କ ଓକିଲ କହିଥିଲେ ଯେ, ଅଭିନେତାଙ୍କ ପରିବାର ସିବିଆଇ ଯାଞ୍ଚରେ ସନ୍ତୁଷ୍ଟ ନଥିଲେ। ତାଙ୍କୁ ଲାଗୁଛି ଯେ ଏହି କେସ ବର୍ତ୍ତମାନ ଭୁଲ ଦିଗରେ ଯାଉଛି। ଏହାର ଫୋକସ ବର୍ତ୍ତମାନ ବଲିଉଡ ଡ୍ରଗ୍ସ ଉପରେ ଅଧିକ ହୋଇଛି। ଏହାପରେ ସୋମବାରକୁ ସିବିଆଇ ମଧ୍ୟ ମଧ୍ୟ ଏକ ବୟାନ ଜାରି କରି କହିଥିଲେ ଯେ, ଆମେ ସୁଶାନ୍ତ ସିଂହ ରାଜପୁତ କେସରେ ପ୍ରଫେସନାଲ ଉପାୟରେ କାମ କରୁଛୁ। ପ୍ରତ୍ୟେକ ଦିଗରୁ ଯାଞ୍ଚ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦିଗକୁ ଛଡ଼ାଯାଇ ନାହିଁ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।
ଏହାକୁ ନେଇ ଆପଣଙ୍କର ମତା ମତ

Leave a Reply

Your email address will not be published. Required fields are marked *