ସୁଶାନ୍ତ ସିଂ ରାଜପୁତଙ୍କର ସୁଇସାଈଡ଼ ମାମଲାରେ ଡ୍ରଗସ କଥା ସାମ୍ନାକୁ ଆସିଲା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଚହଳ ପଡିଯାଇଛି । ଡ୍ରଗସ ମାମଲାରେ ସୁଶାନ୍ତ ସିଂ ଙ୍କର ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି । ଏହାପରେ ଏନ.ସି.ବି ନଜରରେ ଆଉ କେତେ ଜଣ ବଲିଉଡ ତାରକା ମାନେ ଅଛନ୍ତି ।
ଏହି ଶନିବାର ଦିନ ତିନିଜଣ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାଁନ,ଶ୍ରଦ୍ଧା କପୁର ଏବଂ ଦୀପିକା ପାଦୁକନ ଙ୍କୁ ପଚରାଉଚରା କରାଯାଇଛି । ଏହି ପଚରାଉଚରା ରେ ଶ୍ରଦ୍ଧା କପୁର ସୁଶାନ୍ତ ସିଂ ଙ୍କ ବିଷୟରେ ବଡ କଥା ଗୋଟେ କହିଛନ୍ତି ଯେ ଫିଲ୍ମ ଛିଛୋରେ ସୁଟିଂ ସମୟରେ ସୁଶାନ୍ତ ସିଂ ଙ୍କୁ ଡ୍ରଗସ ନେଉଥିବାର ଦେଖିଥିଲେ ।ଏହି ସମୟରେ ଖବର ଆସିଛି ସୁଶାନ୍ତ ସିଂ ଙ୍କ ପରିବାର ସଦସ୍ୟ ଏନ.ସି.ବି ର ଯାଞ୍ଚରେ ସନ୍ତୁଷ୍ଟ ନାହାନ୍ତି ।
ସାରା ଅଲ୍ଲୀ ଖାଁନ ଙ୍କୁ ମଧ୍ୟ ଏନ.ସି.ବି ଡ୍ରଗସ ବିଷୟରେ ପଚରାଉଚରା କରିଛନ୍ତି । ଏହି ପଚରାଉଚରା ରେ ସାରା ସ୍ୱୀକାର କରିଛନ୍ତି ଯେ ୨୦୧୮ରେ କେଦାରନାଥ ଫିଲ୍ମ ସୁଟିଂ ସମୟରେ ସୁଶାନ୍ତ ଙ୍କର ନିକଟବର୍ତ୍ତୀ ହେଇଥିଲେ ସେଈସମୟରେ ସେ ତାଙ୍କସହିତ ସମ୍ପର୍କ ରଖିଥିଲେ । କେବଳ ଏହା ନୁହଁ ସାରା ମଧ୍ୟ ସ୍ୱୀକାର କରିଛନ୍ତି କି ସୁଶାନ୍ତ ସିଂ ଙ୍କର କେପ୍ରି ହାଉସ ପାଖରେ ଥିବା ଘରକୁ ମଧ୍ୟ ଯାଇଥିଲେ । ୟାକୁ ଛାଡି ସାରା କହିଛନ୍ତି ସୁଶାନ୍ତଙ୍କ ସହ ୫ଦିନ ପାଇଁ ଥାଇଲାଣ୍ଡ ର କୋହ ସାମୁହି ଆଇଲାଣ୍ଡ କୁ ପାର୍ଟି କରିବା ପାଇଁ ଯାଇଥିଲେ ।
ସାରା ଅଲ୍ଲୀ ଖାଁନଙ୍କ କହିବା ମୁତାବକ ସୁଶାନ୍ତ ସିଂ କେଦାରନାଥ ସୁଟିଂ ସମୟରେ ଡ୍ରଗସ ନେଉଥିଲେ , କିନ୍ତୁ ମୁଁ ଡ୍ରଗସ କେବେ ନେଇନାହିଁ ବୋଲି କହିଛନ୍ତି ସାରା । ଶ୍ରଦ୍ଧା ଓ ସାରା କରିଥିବା ଆରୋପ କେତେଦୂର ସତ ଏହା ଆଗକୁ ସମୟ କହିବ ? ବର୍ତମାନ ଏହି କଥାର ସାରାଂଶ ବାକି ଅଛି ସୁଶାନ୍ତ ସିଂ କେଦାରନାଥ ଫିଲ୍ମର ସୁଟିଂ ସମୟରେ ଡ୍ରଗସ ନେଉଥିଲେ ନା ତା ପୂର୍ବରୁ ନେଉଥିଲେ ?
ଶ୍ରଦ୍ଧା କପୁର ଏନ.ସି.ବି କୁ କହିଛନ୍ତି ଫିଲ୍ମ ଛିଛୋରେ ସୁଟିଂ ସମୟରେ ବେଈନିଟ ବେନ ରେ ସୁଶାନ୍ତଙ୍କୁ ଡ୍ରଗସ ନେଉଥିବାର ଦେଖିଥିଲେ । ଏହି କଥା ଖାଲି ନୁହଁ ଶ୍ରଦ୍ଧା ପୁଣି କହିଛନ୍ତି ଯେ ଛିଛୋରେ ସୁଟିଂର ସଫଳହେବା ଏକ ପାର୍ଟିପାଇଁ ପାଵନା ପାଖ ସୁଶାନ୍ତଙ୍କ ଏକ ଫାର୍ମହାଉସ କୁ ଯାଇଥିଲେ ଏବଂ ସେଇ ପାର୍ଟିରେ ଡ୍ରଗସ ବ୍ୟବହାର କରିଥିଲେ କିନ୍ତୁ ଶ୍ରଦ୍ଧା କେବେ ଡ୍ରଗସ କେବେ ନେଇ ନାହାନ୍ତି ବୋଲି ସଫା ସଫା ମନାକରିଛନ୍ତି ।
ଅନ୍ୟପଟେ ସୁଶାନ୍ତଙ୍କ ଓକିଲ ବିକାଶ ସିଂ କହିଛନ୍ତି ଅଭିନେତା ମାନଙ୍କ ଯାଂଚ ଅଡୁଆ ଭିତରକୁ ଯାଉଛି ଏଥିରେ ସୁଶାନ୍ତଙ୍କ ପରିବାର ଖୁସି ନାହାନ୍ତି । ବିକାଶ ସିଂ ଏକ ଇଣ୍ଟରଭିଉରେ କହିଛନ୍ତି ଯୋଉଁପ୍ରକାର ତଦନ୍ତ ହଉଚି ସତ ସାମ୍ନାକୁ ଆସିବନି । ପୁଣି ବିକାଶ ସିଂ କହିଛନ୍ତି ନାରକୋଟିକସ କଣ୍ଟ୍ରୋଲ ବିୟୁରୋ ବି ଏବେ ମୁମ୍ବାଇ ପୋଲିସ ଭଳି ହେଇଗଲାଣି । ସବୁ ସେଲିବ୍ରେଟିଙ୍କୁ ଡ୍ରଗସ ବିଷୟରେ ପଚରାଉଚରା ପାଇଁ ଡାକୁଛନ୍ତି । ଏଥିରେ ସୁଶାନ୍ତ ସିଂଙ୍କ କେଶ ପଛକୁ ଚାଲିଯାଉଛି । ତା ସହିତ ଚମକାଇଲା ଭଳି ଏକ କଥା କହିଛନ୍ତି ତାଙ୍କୁ ଏମ.ସ ର ଜଣେ ଡାକ୍ତର କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ଗଳାଚିପି ହତ୍ୟା କରାଯାଇଛି