ଶ୍ରାବଣ ମାସରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ୮ଟି କାମ, ନହଲେ ଭୋଗିବାକୁ ପଡିପାରେ ଭୟଙ୍କର ପରିଣାମ…

ବନ୍ଧୁଗଣ ଶ୍ରାବଣ ମାସକୁ ଖୁବ ପଵିବିତ୍ର ମାସ ବୋଲି ଶାସ୍ତ୍ରରେ ଉଲେଖ କରାଯାଇଛି | ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ | ଏହି ମାସରେ ବହୁତ ପର୍ବ ପର୍ବାଣି ମଧ୍ୟ ପାଳନ କରାଯାଇଥାଏ | ଶାସ୍ତ୍ର ଅନୁସାରେ ଏହି ମାସ ପ୍ରତେକ ବ୍ୟକ୍ତିଙ୍କ ପାଇଁ ବିଶେଷ ମହତ୍ୱ ପୁର୍ଣ ଅଟେ | ଏହି ମାସରେ ବିଭିର୍ନ ଦାନ ଏବଂ ଧର୍ମ କର୍ମ ଭଳି ସୁଦ୍ଭ କାର୍ଯ୍ୟ କରାଯାଇଥାଏ | ଏହି ମାସରେ ଭଗବାନ ଶିବଙ୍କ ଉପାସନା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ |

google

ନିଜର ମନସ୍କାମନା ପୁର୍ଣ କରିବା ପାଇଁ ଏହି ମାସରେ ପଡୁଥିବା ସୋମବାରରେ ରତ ରଖିବା ସହିତ କାଉଡି ଯାତ୍ରା ମଧ୍ୟ କରାଯାଇଥାଏ | ତେବେ ଏମିତି କେତେ ଗୁଡିଏ କାର୍ଯ୍ୟ ଅଛି ଯାହାକୁ କି ଏହି ପବିତ୍ର ଶ୍ରାବଣ ମାସରେ କରିବା ଉଚିତ ହୋଇନଥାଏ | କାରଣ ଏହି କାର୍ଯ୍ୟ ସବୁ କରିବା ଦ୍ୱାରା ମନୁଷ୍ୟ ମାନକୁ ଶାରୀରିକ ଓ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ | ତେବେ ବନ୍ଧୁଇଗଣ ଆସନ୍ତୁ ଜାଣିବା ସେହି ୮ଟି କାର୍ଯ୍ୟ ବିଷୟରେ, ଯାହାକୁ ଆପଣ ମାନେ ଏହି ଶ୍ରାବଣ ମାସରେ କରିବା ଅନୁଚିତ |

ବନ୍ଧୁଗଣ ଶ୍ରାବଣ ମାସ ଆରମ୍ଭ ହୋଇସାରିଛି, ଏହା ଭଗବାନ ଶିବଙ୍କୁ ପ୍ରସନ କରିବାର ସମୟ ଅଟେ | ଏହି ମାସରେ ଆମକୁ କିଛି ଜିନିଷ ପ୍ରତି ସାବଧାନ ରହିବା ଆବଶ୍ୟକ ନହଲେ ଭଗବାନ ଶିବ ରାଗି ଯାଇ ପାରନ୍ତି | ବନ୍ଧୁଗଣ ଶ୍ରାବଣ ମାସରେ ମଦ ମାଂଶ ଇତ୍ୟାଦିର ସେବନ କରିବା ଉଚିତ ନୁହେଁ | ବାହାଘର ଭଳି ଶୁଭ କାର୍ଯ୍ୟ ମଧ୍ୟ କରିବା ଅନୁଚିତ | ଏହା ଛଡା ବ୍ରହ୍ମଚର୍ଯ୍ୟା ବ୍ରତ ପାଳନ କରିବାର ନିୟମ ପାଳନ କରିବା ଉଚିତ | ଶ୍ରାବଣ ମାସରେ ଜଣେ ବ୍ୟକ୍ତିଙ୍କୁ ସବୁଜ ପନି ପରିବା ଏବଂ ଶାଗ ଖାଇବା ଉଚିତ ହୋଇଥାଏ | ଶରୀରରେ ତେଲ ଲଗେଇବା ଉଚିତ ନୁହେଁ | ଏବଂ କଁଶାବାସ୍ନାରେ ଖାଦ୍ୟ ଖାଇବା ମଧ୍ୟ ଉଚିତ ନୁହେଁ |

google

ପୂଜା ସମୟରେ ଆଳତି ଚଢେଇବା ଉଚିତ ହୋଇନଥାଏ | ଶିବ ଲିଙ୍ଗରେ ଚଢା ଯାଇଥିବା ହଳଦୀ ଶୁଭ ପ୍ରଭାବ ଦେଇନଥାଏ | ବନ୍ଧୁଗଣ ଶ୍ରାବଣ ମାସରେ କ୍ଷୀର ର ସେବନ ଭଲ ନୁହେଁ | ଏହି ସମୟରେ ଖିରରେ ଶିବଙ୍କୁ ଅଭିଷେକ କରିବା କଥା କୁହାଯାଇଛି ଏଥି ପାଇଁ ଏହାକୁ ବାତ ସମ୍ଵଭାଦିତ ରୋଗରୁ ମୁକ୍ତି ମିଳଥାଏ ବୋଲି କୁହାଯାଇଛି | ଶ୍ରାବଣ ମାସରେ ଦିନରେ ଶୋଇବା ଉଚିତ ହୋଇନଥାଏ | ଏହି ମାସରେ ଆପଣ ମାନେ ବାଇଗଣ ଖାଆନ୍ତୁ ନାହିଁ ଏହା କୁ ଖାଇବା ଉଚିତ ନୁହେଁ | ବାଇଗଣକୁ ଅଶୁଭ କୁହାଯାଇଛି ଏଥିପାଇଁ ଦ୍ୱାଦଶୀ, ଚତୁର୍ଦଶୀ ଓ କାର୍ତିକ ମାସରେ ଏହାକୁ ଖାଇବା ମନା |

ବନ୍ଧୁଗଣ ଶ୍ରାବଣ ମାସରେ ଆପଣଙ୍କ ଘର ସାମ୍ନାରେ ଷଣ୍ଢନଜରକୁ ଆସେ ତାହାଲେ ତାକୁ ଘଉଡେଇବା ପରିବର୍ତେ କିଛି ଖାଇବାକୁ ଦିଅନ୍ତୁ | ଷଣ୍ଢକୁ ମାରିବା ଶିବଙ୍କ ବାହାନ ନଦୀର ଅପମାନ ବୋଲି ମାନାଯାଏ | ଶ୍ରାବଣ ମାସରେ ଶିବ ଭକ୍ତଙ୍କ ଅପମାନ କେବେ ହେଲେ କରନ୍ତୁ ନାହିଁ | ଭଗବାନ ଶିବ ଭକ୍ତଙ୍କ ସଂମାନ ଶିବଙ୍କ ସେବା ସହ ସମାନ ହୋଇଥାଏ, ଏହି କାରଣରୁ କିଛି ଲୋକ କାଉଡିଆ ମାନଙ୍କର ସେବା ମଧ୍ୟ କରିଥାନ୍ତି |

ଶ୍ରାବଣ ମାସରେ କ୍ରୋଧରେ କାହାରିକୁ ବି ଅପଶବ୍ଦ କୁହନ୍ତୁ ନାହିଁ | ଏବଂ ବୟସ୍କ ବ୍ୟକ୍ତିଙ୍କ ସଂମ୍ମାନ କରନ୍ତୁ | ଜୀବନ ସାଥୀଙ୍କ ସହିତ ବାଦ ବିବାଦ ଅପ ଶବ୍ଦ ଓ ବ୍ୟବହାର ହାନି ସାବ୍ୟସ୍ତ ହୋଇଥାଏ | ଏହି ଦିନ ମାନଙ୍କରେ ଶିବ ପାର୍ବତୀଙ୍କ ପୂଜା ଦ୍ୱାରା ଦାମ୍ପତ୍ୟ ଜୀବନ ରେ ପ୍ରେମ ବୁଝାବଣା ବଜାୟ ରହିଥାଏ | ଏଥି ପାଇଁ କୌଣସି କଥାରେ ମନା ମାଳିନ୍ୟ ହେଲେ ଶିବ ପାର୍ବତୀଙ୍କ ପୂଜା କରିବା ଉଚିତ ହୋଇଥାଏ | ଶ୍ରାବଣ ମାସରେ ପ୍ରତେକ ଦିନ ଭଗବାନ ଶିବଙ୍କର ଜଳାଏଭିଷେକ କରିବା ଉଚିତ ଏହା ଦ୍ଵାରର କେତେ ଜନ୍ମର ପାପର ପ୍ରଭାବ ସମାପ୍ତ ହୋଇଯାଏ |

google

ଶାସ୍ତ୍ରରେ କୁହାଯାଇଛି କି ଶ୍ରାବଣ ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ ଆଦି କର୍ମ କରି ଭଗବାନ ଶିବଙ୍କର ଆରାଧନା କରିବା ଉଚିତ | ରାତିରେ ଡେରିରେ ଶୋଇବା ଦ୍ଦ୍ୱାରା ଏହି ସୁଯୋଗ ହାତରୁ ପଳେଇ ଯାଇଥାଏ | ଏବଂ ଶିବଙ୍କ କୃପାରୁ ଆପଣ ବଂଚିତ ହୋଇ ଯାନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟେ ଲାଇକ କରିବା ସହିତ ଭଗବାନ ଶିବ ଶଙ୍କର ଙ୍କ ପାଇଁ ଥରୁଟେ ଲେଖି ଦିଅନ୍ତୁ ” ଓ଼ମଃ ନମଃ ଶିବାୟ”

Leave a Reply

Your email address will not be published. Required fields are marked *