ତ୍ରିଶାଳା ଲେଖିଲେ ଯେ,”କଥା ଯଦି ଅତୀତରେ ମୋ ପିତାଙ୍କର ଡ୍ରଗ୍ସ ନେଉଥିବା ବିଷୟରେ ଅଟେ ତେବେ ସେ ସର୍ବଦା ରୀକଭରୀ ସ୍ଥିତିରେ ରହିବେ | ଏହା ଏପରି ଏକ ରୋଗ ଅଟେ ଯେଉଁଥିରେ ପ୍ରତ୍ୟେକ ଦିନ ଲଢ଼ିବାକୁ ପଡିଥାଏ |
ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ଦତ୍ତ ନିଜର ପିତାଙ୍କ ଡ୍ରଗ୍ସ ନିଶାରେ ରହିବାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି | ତ୍ରିଶାଳା ସୋସିଆଲ ମିଡିଆରେ ପ୍ରଶଂସକ ମାନଙ୍କ ଦ୍ୱାରା ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେଉଥିଲେ ଯେଉଁଥିରେ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ,”ଆପଣ ଜଣେ ମାନସିକ ରୋଗ ବିଶେଷଜ୍ଞ ହୋଇଥିବା ଦୃଷ୍ଟିରୁ, ଆପଣଙ୍କର ନିଜ ପିତାଙ୍କର ଅତୀତରେ ଡ୍ରଗ୍ସ ଅଭ୍ୟାସକୁ ନେଇ କଣ କହିବେ ?
ଏହି ପ୍ରଶ୍ନର ଉତ୍ତରରେ ତ୍ରିଶାଳା ଏକ ଲମ୍ବା ଚୌଡା ନୋଟ ଲେଖିଥିଲେ ଯେଉଁଥିରେ ସେ କହିଥିଲେ ଯେ ସେ ନିଜ ପିତାଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି | ତ୍ରିଶାଳା ଆହୁରି ଲେଖିଥିଲେ ଯେ,”ପ୍ରଥମେ ଏହା ଧ୍ୟାନରେ ରଖିବା ଅତ୍ୟାବଶ୍ୟକ ଯେ କୌଣସି ଜିନିଷର ନିଶା ଧୀରେ ଧୀରେ ଧରୁଥିବା ରୋଗ ଅଟେ ଯାହାକି ବାରମ୍ବାର ଡ୍ରଗ୍ସ ନେବା ଏବଂ ତା’ର ଅଭ୍ୟସ୍ତ ହୋଇଯିବା, ଏହାର ଇଚ୍ଛାକୁ ନିୟନ୍ତ୍ରଣ ନକରି ପାରିବା ଏହାର ଘାତକ ପରିଣାମକୁ ଜନ୍ମ ଦେଇଥାଏ |
ସେ ଲେଖିଥିଲେ ଯେ,”ପ୍ରାରମ୍ଭିକ ସମୟରେ ଡ୍ରଗ୍ସ ନେବାର ନିଷ୍ପତ୍ତି ଅଧିକାଂଶ ଲୋକଙ୍କ ପାଇଁ ନିଜର ସ୍ୱଇଚ୍ଛା ହୋଇଥାଏ, କିନ୍ତୁ ବାରମ୍ବାର ଡ୍ରଗ୍ସ ନେବା ମସ୍ତିଷ୍କରେ ତାହା ପରିବର୍ତ୍ତନ ନେଇ ଆସିଥାଏ ଯାହାପରେ ନିଶା ଅଭ୍ୟସ୍ତ ବ୍ୟକ୍ତି ନିଜ ଉପରେ ନିୟନ୍ତ୍ରଣ କରିବା ଏବଂ ଡ୍ରଗ୍ସ ନନେବାର ଇଚ୍ଛାକୁ ରୋକି ପାରିବାର ଅଯୋଗ୍ୟ ବନାଇ ଦେଇଥାଏ |”
ତ୍ରିଶାଳା ଲେଖିଥିଲେ ଯେ,”କଥା ଯଦି ଅତୀତରେ ମୋ ପିତାଙ୍କର ଡ୍ରଗ୍ସ ନେଉଥିବା ବିଷୟରେ ଅଟେ ତେବେ ସେ ସର୍ବଦା ରୀକଭରୀ ସ୍ଥିତିରେ ରହିବେ | ଏହା ଏପରି ଏକ ରୋଗ ଅଟେ ଯେଉଁଥିରେ ପ୍ରତ୍ୟେକ ଦିନ ଲଢ଼ିବାକୁ ପଡିଥାଏ | ତେବେ ସେ ବର୍ତ୍ତମାନ ଏହାର ବ୍ୟବହାର ଆଉ କରୁ ନାହାନ୍ତି | ମୁଁ ମୋ ପିତାଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ଯେ ସେ ସ୍ବିକ୍ଯର କରିଥିଲେ ତାଙ୍କୁ ଏହି ସମସ୍ୟା ଥିଲା, ସେ ପ୍ରାରମ୍ଭିକ ସମୟରେ ସାହାଯ୍ୟ ମାଗିଥିଲେ | ଏଥିରେ ଲଜ୍ଜିତ ଅନୁଭବ କରିବା ଭଳି କିଛିହେଲେ ନାହିଁ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।