ଆଜି ଠାରୁ ୧୮ ବର୍ଷ ପୂର୍ବରୁ ଆସିଥିବା ଫିଲ୍ମ “ମେରେ ୟାର କି ଶାଦୀ ହେ”ର ନାୟିକା ଟ୍ୟୁଲିପ ଜୋଶୀ ୪୧ ବର୍ଷରେ ଉପନିତ ହୋଇଯାଇଛନ୍ତି। ୧୧ ସେପ୍ଟେମ୍ବର, ୧୯୭୯ରେ ମୁମ୍ବାଇର ଏକ ଗୁଜୁରାଟୀ ପରିବାରରେ( ପିତା ଗୁଜୁରାଟୀ ଏବଂ ମାତା ଆର୍ମେନିୟମ) ଜନ୍ମ ଗ୍ରହଣ କରିଥିବା ଟ୍ୟୁଲିପ ୨୦୦୨ରେ ୟଶ ଚୋପ୍ରାଙ୍କ ଫିଲ୍ମ “ମେରେ ୟାର କି ଶାଦୀ ହେ”ରୁ ଡେବ୍ୟୁ କରିଥିଲେ। ତାଙ୍କର ଏହି ଫିଲ୍ମ ହିଟ ରହିଥିଲା ଏହାପରେ ତାଙ୍କର କୌଣସି ମଧ୍ୟ ଫିଲ୍ମ କିଛି ବିଶେଷ କମାଲ ଦେଖାଇ ପାରି ନଥିଲା।
ତେବେ ୨୦୦୩ରେ ଟ୍ୟୁଲିପ ଫିଲ୍ମ “ମାତୃଭୂମି”ରେ କାମ କରିଥିଲେ। କନ୍ୟା ଭ୍ରୂଣ ହତ୍ୟା ଉପରେ ଆଧାରିତ ଏହି ଫିଲ୍ମରେ ସେ କଲ୍କିର ଜବରଦସ୍ତ ଭୂମିକା ନିଭାଇଥିଲେ। ଫିଲ୍ମରେ କଲ୍କି ପାଞ୍ଚ ଭାଇଙ୍କ ସହିତ ଏକାସାଙ୍ଗରେ ବିବାହ କରିଥାନ୍ତି। ତାଙ୍କୁ ସପ୍ତାହର ପ୍ରତ୍ୟେକ ରାତ୍ରି ଭିନ୍ନ ଭିନ୍ନ ଭାଇଙ୍କ ସହିତ ବିତାଇବାକୁ ପଡିଥାଏ। ତେବେ ଜବରଦସ୍ତ ଅଭିନୟ କରିବା ପରେ ମଧ୍ୟ ଏହି ଫିଲ୍ମକୁ କିଛି ବିଶେଷ ସଫଳତା ମିଳି ପାରିଲା ନାହିଁ।
ଫିଲ୍ମରେ କାମ କରୁଥିବା ସମୟରେ ହିଁ ଟ୍ୟୁଲିପଙ୍କୁ ବିନୋଦ ନାୟରଙ୍କ ସହିତ ପ୍ରେମ ହୋଇଯାଇଥିଲା। ବିନୋଦ ଲୋକପ୍ରିୟ ଉପନ୍ୟାସ “ପ୍ରାଇଡ ଅଫ ଲାୟନ୍ସ” ଲେଖିଛନ୍ତି। ଦୁଇଜଣ ପାଖାପାଖି ୪ ବର୍ଷ ପର୍ଯ୍ୟନ୍ତ ଲିଭ-ଇନ ସମ୍ପର୍କରେ ରହିଥିଲେ। କୁହାଯାଏ ଯେ, ପରେ ଟ୍ୟୁଲିପ ୨୦୦୫ ମସିହାରେ ବିନୋଦଙ୍କ ସହିତ ବିବାହ କରି ନେଇଥିଲେ। ଏମିତିରେ ଏମାନଙ୍କର ବିବାହ ବିଷୟରେ ଅଧିକ ସୂଚନା ନାହିଁ।
ବିନୋଦ ନାୟର ୧୯୮୯ରୁ ୧୯୯୫ ମଧ୍ୟରେ ୬ ବର୍ଷ ପର୍ଯ୍ୟନ୍ତ ଭାରତୀୟ ସେନାରେ ରହିଥିଲେ। ସେ ପଞ୍ଜାବ ରେଜିମେଣ୍ଟର ଉନବିଂଶ ବଟାଲିୟନରେ ଥିଲେ। ଏହାପରେ ସେ ସେନା ଛାଡି ମୁମ୍ବାଇ ଫେରି ଆସିଥିଲେ। ସେପ୍ଟେମ୍ବର, ୨୦୦୭ରେ ସେ ନିଜର ତାଲିମ ଏବଂ ମ୍ୟାନେଜମେଣ୍ଟ କଂସଲଟିଙ୍ଗ ଫର୍ମ ଆରମ୍ଭ କରିଥିଲେ(KIMMAYA) ଆରମ୍ଭ କରିଥିଲେ।
ମିଡିଆ ସର୍କଲରେ ତାଙ୍କୁ କ୍ୟାପ୍ଟେନ ବିନୋଦ ନାୟର ନାମରେ ଜଣାଯାଇଥାଏ। ଟ୍ୟୁଲିପ ଜୋଶୀ ବର୍ତ୍ତମାନ ବିନୋଦ ନାୟରଙ୍କ ସହିତ ହିଁ କୋଟି କୋଟି ଟଙ୍କାର ଏହି କମ୍ପାନୀର ଡ଼ାଇରେକ୍ଟର ମଧ୍ୟ ଅଟନ୍ତି।
ଟ୍ୟୁଲିପ ମୁମ୍ବାଇର ଜମନାବାଇ ନରସୀ ସ୍କୁଲରୁ ନିଜର ପାଠ ପୂର୍ଣ୍ଣ କରିଥିଲେ। ଏହାପରେ ବିବେକ କଲେଜରେ ମେଜରିଙ୍ଗ ଫୁଡ ସାଇନ୍ସ ଏଣ୍ଡ କେମେଷ୍ଟ୍ରିରେ ସ୍ନାତକ ହାସଲ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ୨୦୦୦ରେ ଫେମିନା ମିସ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ, କିନ୍ତୁ ତାଙ୍କୁ ସଫଳତା ମିଳି ନଥିଲା।
ଏହାପରେ ଟ୍ୟୁଲିପଙ୍କର ଜଣେ ଫ୍ରେଣ୍ଡଙ୍କ ବିବାହରେ ଆଦିତ୍ୟ ଚୋପ୍ରା ତାଙ୍କୁ ଦେଖିଥିଲେ ଏବଂ ଫିଲ୍ମର ଅଫର ଦେଇଥିଲେ। ପୁଣି ସେ ଅଡିସନ ପାଇଁ ଗଲେ ଏବଂ ଫିଲ୍ମ “ମେରେ ୟାର କି ଶାଦୀ ହେ”ରେ ତାଙ୍କୁ କାମ କରିବାର ଅବସର ମିଳିଯାଇଥିଲା।
ଟ୍ୟୁଲିପକୁ ଯେତେବେଳେ ବଲିଉଡରେ ସଫଳତା ନମିଳିଥିଲା ତେବେ ସେ ସାଉଥର ଫିଲ୍ମର ଆଡକୁ ଯାଇଥିଲେ। ସେ ୨୦୦୭ରେ ମାଲୟଲମ ଫିଲ୍ମ “ମିଶନ ୯୦ ଡେଜ”ରେ କାମ କରିଥିଲେ। ଏହାପରେ ତେଲେଗୁ ଫିଲ୍ମ “କୋଚିଙ୍ଗ କୋଥାଗା” ଏବଂ କନ୍ନଡ଼ ଫିଲ୍ମ “ସୁପର”ରେ କାମ କରିଥିଲେ।
ଟ୍ୟୁଲିପ ଶେଷଥର ୨୦୧୪-୧୫ରେ ଆଇ ଫିଲ୍ମ “ଏୟାରଲାଇନ୍ସ”ରେ ନଜର ଆସିଥିଲେ। ଏଥିରେ ସେ କ୍ୟାପ୍ଟେନ ଅନନ୍ୟା ରୱତର ଭୂମିକା ପ୍ରତିପାଦନ କରିଥିଲେ। ତେବେ ଫିଲ୍ମକୁ ଅଧିକ କେହି ନୋଟିସ କରି ନଥିଲେ। ସେମିତିରେ ଟ୍ୟୁଲିପ ୨୦୧୪ରେ ଆସିଥିବା ସଲମାନ ଖାନଙ୍କ ଫିଲ୍ମ “ଜୟ ହୋ”ରେ ମଧ୍ୟ ନଜର ଆସିଛନ୍ତି। ଫିଲ୍ମରେ ଟ୍ୟୁଲିପଙ୍କର କ୍ୟାମୋ ଦୃଶ୍ୟ ଥିଲା।
ଟ୍ୟୁଲିପ କ୍ୟାରିୟରରେ ପାଖାପାଖି ୨୦ ଫିଲ୍ମରେ କାମ କରିଥିଲେ। ଏଥିରେ “ମେରେ ୟାର କି ଶାଦୀ ହେ”କୁ ଛାଡିଲେ “ଭିଲେନ”, “ମାତୃଭୂମି”, “ଦିଲ ମାଙ୍ଗେ ମୋର”, “ମିଶନ ୯୦ ଡେଜ”, ‘”ଧୋକା”, “କଭି କହିନ”, “ସୁପର ଷ୍ଟାର”, “ଡେଡି କୁଲ”, “ରନ-ୱେ” ପ୍ରମୁଖ ଅଟେ। ସେ ପଞ୍ଜାବୀ ଫିଲ୍ମ “ଜଗ ଜିୟୋଦୟା ଡେ ମେଲେ”, “ୟାରା ଓ ଦିଲଦାରା”ରେ ମଧ୍ୟ କାମ କରିଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |