ସମୁଦ୍ର କୂଳରୁ ଗୋଲାପି ରବରରେ ଗୋଡ଼ାଇ ଫିଙ୍ଗା ହୋଇଥିଲା “ବର୍ଗର”, ମାତ୍ର ଖୋଲିବା ପରେ ବାହାରିଲା ଭୟାନକ ଜିନିଷ

ଶୋଇବା ସମୟରେ ଅନେକ ଥର ଲୋକମାନେ ଖରାପ ସ୍ୱପ୍ନ ଦେଖିଥାନ୍ତି। ଏହା ଉପରେ କାହାର ନିୟନ୍ତ୍ରଣ ରହି ନଥାଏ। ଏଥିରୁ ଅଧିକାଂଶ ସ୍ୱପ୍ନ ନିଦରୁ ଉଠିବା ପରେ ମଣିଷ ଭୁଲି ଯାଇଥାଏ। କିନ୍ତୁ ଅନେକଥର ଆମର ବାସ୍ତବ ଜୀବନରେ ଏପରି କିଛି ହୋଇଯାଇଥାଏ, ଯାହାକୁ ଭୁଲିବା ଅସମ୍ଭବ ହୋଇଯାଇଥାଏ। ଏମିତି ହିଁ ଘଟଣାର ଶିକାର ହୋଇଥିଲେ ୱିସ୍କୋସିନରେ ରହୁଥିବା ଜିମୀ ସେଣ୍ଡା। ଜିମ୍ମୀ ଜଣେ ଆର୍ଟିସ୍ଟ ଅଟନ୍ତି ଏବଂ ସେ ସମୁଦ୍ରର କୂଳରେ ମିଳୁଥିବା ଜାହାଜ ଏବଂ ଅନ୍ୟ ଜିନିଷର ବ୍ୟବହାର ନିଜର ଆର୍ଟ ୱାର୍କରେ କରିଥାନ୍ତି।

ନିକଟରେ ହିଁ ତାଙ୍କ ସହିତ ଏମିତି କିଛି ହୋଇଥିଲା ଯାହାପରେ ବର୍ତ୍ତମାନ ସେ ଟ୍ରୋମାରେ ଅଛନ୍ତି। ଜିମୀ ପ୍ରତ୍ୟକ ଦିନ ସକାଳୁ ସମୁଦ୍ର କୂଳକୁ ବୁଲିବାକୁ ଯାଇଥାନ୍ତି। କିନ୍ତୁ କିଛି ଦିନ ପୂର୍ବରୁ ସମୁଦ୍ର କୂଳରେ ସେ ଯାହା ପାଇଥିଲେ ତାହା ଏକ ଖରାପ ସ୍ୱପ୍ନ ପରି ହିଁ ଥିଲା। ସେ ସମୁଦ୍ର କୂଳରୁ ସିଲଭର ପ୍ୟାକେଟରେ ବର୍ଗର ପରି ଦେଖାଯାଉଥିବା ଜିନିଷ ଉଠାଇଥିଲେ। କିନ୍ତୁ ଯେତେବେଳେ ଜିମୀ ପକେଟ ଖୋଲିଲେ ଭିତରୁ ଏକ ଭୟାନକ ଜିନିଷ ବାହାରିଲା। ପକେଟରେ ବର୍ଗର ନୁହେଁ ବରଂ ମଣିଷର ମସ୍ତିସ୍କ ପ୍ୟାକ ଥିଲା।

ମାମଲା ଆମେରିକାର ୱିସ୍କୋସିନରେ ସାମୁଏଲ ମାୟର୍ସ ପାର୍କ କୂଳରୁ ସାମ୍ନାକୁ ଆସିଥିଲା। ଏଠାରେ ଏକ ଆର୍ଟିସ୍ଟ ସମୁଦ୍ର କୂଳରେ ସକାଳ ସମୟରେ ବୁଲୁଥିଲେ। ସେତେବେଳେ ତାଙ୍କର ନଜର ଏକ ସିଲଭର ରଙ୍ଗର ପ୍ୟାକେଟ ଉପରେ ପଡିଥିଲା।

ପ୍ୟାକେଟ ଉପରେ ଗୋଲାପି ରଙ୍ଗର ରବର ବନ୍ଧା ହୋଇଥିଲା। ଜିମୀ ନାମକ ବ୍ୟକ୍ତିଙ୍କୁ ଲାଗିଥିଲା ଯେ ତା’ଭିତରେ ବର୍ଗର ରହିଥିବ। ଖାଦ୍ୟପେୟର ଜିନିଷ ଭାବି ସେ ପ୍ୟାକେଟକୁ ଖୋଲିଥିଲେ।

କିନ୍ତୁ ରବର ହଟାଇବା ମାତ୍ରେ ତାଙ୍କ ମୁହଁରୁ ଚିତ୍କାର ବାହାରି ପଡିଥିଲା। ଭିତରେ ବର୍ଗର ନୁହେଁ, ମଣିଷର ମସ୍ତିସ୍କ ପ୍ୟାକ ହୋଇଥିଲା। ସେ ତୁରନ୍ତ ପ୍ୟାକେଟ ପିଙ୍ଗି ଦେଇଥିଲେ ଏବଂ ପୋଲିସଙ୍କୁ କଲ ଲଗାଇଥିଲେ।

ସମୁଦ୍ର କୂଳରେ ଆର୍ଟିସ୍ଟଙ୍କୁ ମିଳିଥିବା ସିଲଭର ପ୍ୟାକେଟ ଭିତରେ ମଣିଷର ମସ୍ତିସ୍କ ମିଳିବାରୁ ଚାଞ୍ଚଲ୍ୟ ଖେଳି ଯାଇଥିଲା। ବ୍ୟକ୍ତିଙ୍କୁ ପ୍ୟାକେଟ ସମୁଦ୍ର କୂଳରେ ମିଳିଥିଲା।

ମାମଲାରେ ସୂଚନା ମିଳିବା ପରେ ହିଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ଏବଂ ସେ ପ୍ୟାକେଟକୁ ନିଜ ଅଧୀନରେ ନେଇଯାଇଥିଲା। ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ କରି ନାହିଁ ଯେ ତାହା ଏକ ମଣିଷର ମସ୍ତିସ୍କ ଅଟେ କିମ୍ବା ଅନ୍ୟ କିଛି।

ମାମଲାକୁ ନେଇ ଜିମୀ କହିଥିଲେ ଯେ ସେ ଅଧିକାଂଶ ଦିନ ସକାଳୁ ସମୁଦ୍ର କୂଳରେ ଆସିଥାନ୍ତି। ସେଠାରେ ମିଳୁଥିବା ଜିନିଷ ଏବଂ କ୍ରିଏଚରରୁ ଭଲ ଏବଂ କାମର ଜିନିଷ ଉଠାଇ ସେ ନିଜର ଆର୍ଟ ୱାର୍କରେ ବ୍ୟବହାର କରିଥାନ୍ତି।

ଯେତେବେଳେ ତାଙ୍କ ଦୃଷ୍ଟି ଏହି ପ୍ୟାକେଟ ଉପରେ ପଡିଥିଲା ସେତେବେଳେ ସର୍ବପ୍ରଥମେ ତାଙ୍କୁ ଲାଗିଥିଲା ଯେ ଏହା ବର୍ଗର ହୋଇଥିବ। କିନ୍ତୁ ପୁଣି ଭିତରୁ ଆର୍ଟ ୱାର୍କ ନିମିତ୍ତ କିଛି ଅନ୍ୟ ଜିନିଷ ମିଳିବାର ଆଶାରେ ସେ ପ୍ୟାକେଟ ଖୋଲିଥିଲେ।

Leave a Reply

Your email address will not be published. Required fields are marked *