ସମୁଦ୍ର କୂଳରେ ଭାସିକରି ଆସିଲେ ଏଲୀୟନ! ବଜାରରେ ୫୦ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ଏହାର ମୂଲ୍ୟ

୨୦୨୦ ମସିହାରେ ଲୋକଙ୍କୁ ଅନେକ ପ୍ରକାରର ଜିନିଷ ଦେଖିବାକୁ ମିଳିଛି। ଗୋଟିଏ ପରେ ଗୋଟିଏ ଘଟଣା ଘଟିବାର ଲାଗିଛି, ଯାହା ଲୋକଙ୍କୁ ଭୟଭୀତ କରାଉଛି।ଯେଉଁଠାରେ ଜାନୁଆରୀର ପ୍ରାରମ୍ଭ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରୁ ଆରମ୍ଭ ହୋଇଥିଲା, ସେହିପରି ତା’ପରେ ହିଁ ଚୀନର ଭାଇରସର ଏପରି ଆତଙ୍କ ସୃଷ୍ଟି ହେଲା ଯେ ବର୍ତ୍ତମାନ ସୁଦ୍ଧା ଲୋକ ସେଥିରୁ ମୁକ୍ତି ପାଇ ପାରୁନାହାନ୍ତି।

ଦୁନିଆରେ କ୍ଷୟ କ୍ଷତି କରିବା ପରେ ବର୍ତ୍ତମାନ ଭାରତରେ ହଇଚଇ ସୃଷ୍ଟି କରିଛି କରୋନା ଭାଇରସ। କିନ୍ତୁ ଏମିତି ଲାଗୁଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ହୋଇଛି ତାହା ପର୍ଯ୍ୟାପ୍ତ ନୁହେଁ। ନିକଟରେ ହିଁ ଉତ୍ତର ୱେଲ୍ସରେ ଲୋକଙ୍କୁ ସମୁଦ୍ର କୂଳରେ ଭାସିଆସି ଏଲୀୟନ ଯେମିତି କିଛି କ୍ରିଏଚର ନଜର ଆସିଥିଲା। ଏହାକୁ ଦେଖି ସମସ୍ତଙ୍କ ହୋଶ ଉଡ଼ି ଯାଇଥିଲା। ଏହି କ୍ରିଏଚର ଶେଲ ଭିତରେ ବନ୍ଦ ହୋଇଥିବାର ଦେଖାଯାଇଥିଲେ। ଦେଖିବା ପାଇଁ ଏଗୁଡିକ ବହୁତ ଅଜବ ଥିଲା। ଏହାର ଫୋଟୋ ତୀବ୍ରତାର ସହିତ ଭାଇରାଲ ହେବାକୁ ଲାଗିଛି।

ଏହି ସମ୍ପୂର୍ଣ୍ଣ ଘଟଣା ଉତ୍ତର ୱେଲ୍ସରୁ ସାମ୍ନାକୁ ଆସିଥିଲା, ଯେଉଁଠାରେ ମର୍ଟିନ ଗ୍ରୀନ ନିଜ ପରିବାର ସହିତ ବୁଲିବାକୁ ଯାଇଥିଲେ। ସେଠାରେ ସେ ବୁଲୁଥିବା ସମୟରେ ସମୁଦ୍ର କୂଳରେ କିଛି ଅଜବ ଜିନିଷ ନଜରକୁ ଆସିଥିଲା।

ଯେତେବେଳେ ସେ ଏହି ଜୀବକୁ ପାଖରୁ ଦେଖିବା ପାଇଁ ନିଷ୍ପତ୍ତି କରିଥିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ଚକିତ ରହିଯାଇଥିଲେ। ଏହି କିଟ ଗୁଡିକ ହଜାର ହଜାର ସଂଖ୍ୟାରେ ଥିଲେ ଏବଂ ପରସ୍ପର ସହିତ ଯୋଡି ହୋଇଥିଲେ।

କିଟ ଗୁଡିକ ନିଜ ଶେଲରୁ ବାହାରକୁ ଆସୁଥିଲେ। ମର୍ଟିନଙ୍କ ଅନୁସାରେ କୌଣସି ଭୁତ ଫିଲ୍ମର ଦୃଶ୍ୟ ପରି ଥିଲା। ସେ ପ୍ରଥମେ କେବେହେଲେ ଏପରି କୌଣସି ଜିନିଷ ଦେଖି ନଥିଲେ।

ମର୍ଟିନ କହିଥିଲେ ଯେ, ସର୍ବପ୍ରଥମେ ଏହି ଜୀବ ଉପରେ ତାଙ୍କ ପତ୍ନୀଙ୍କ ନଜର ପଡିଥିଲା। ଦୁଇଜଣ ସମୁଦ୍ର କୂଳରେ ବୁଲୁଥିଲେ ସେତେବେଳେ ତାଙ୍କ ପତ୍ନୀ ତାଙ୍କୁ ଡାକିଥିଲେ।

ଯେତେବେଳେ ସେ ଏହାକୁ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୪୭ ବର୍ଷର ମର୍ଟିନ କହିଥିଲେ ଯେ, ଆଜି ପୂର୍ବରୁ ସେ ଏମିତି ଜୀବ କେବେହେଲେ ଦେଖି ନଥିଲେ।

ବାସ୍ତବରେ ଯେଉଁ ସେଲ୍ସ ସେଠାରେ ମିଳିଥିଲା ତାହା ପର୍ତ୍ତୁଗାଲ ଏବଂ ସ୍ପେନର ସୁସ୍ୱାଦୁ ଖାଦ୍ୟ ଅଟେ। ଏହା ବହୁତ ମହଙ୍ଗା ମଧ୍ୟ ଅଟେ ଏବଂ ଏହାର ବଜାରରେ ମୂଲ୍ୟ ବହୁତ ଅଧିକ ଅଟେ।

ଏହି ବହୁମୂଲ୍ୟ ସମୁଦ୍ର ପୋକର ବଜାର ମୂଲ୍ୟ ୫୦ ଲକ୍ଷରୁ ଅଧିକ ଅଟେ। ସେଠାରେ ଏପରି ପାଖାପାଖି ୨ ହଜାର ପୋକ ରହିଥିଲେ। ପ୍ରଥମଥର ଏହାକୁ ଯିଏ ମଧ୍ୟ ଦେଖିଲେ ଭୟଭୀତ ହୋଇଯିବ।

ମର୍ଟିନ ଏହାର ଲୋକେସନ ବିଷୟରେ ପ୍ରକାଶ କରି ନାହାନ୍ତି। ସେ ସେହି ସ୍ଥାନକୁ ଗୋପନରେ ରଖିଛନ୍ତି ଯାହାଦ୍ୱାରା ସେସ୍ଥାନକୁ କେହି ଯାଇ ସେଇ ପୋକକୁ ନେଇ ନଯାଆନ୍ତୁ।

Leave a Reply

Your email address will not be published. Required fields are marked *