ସଲମାନ ଖାନ ବଲିଉଡରେ ହିଟ ଫିଲ୍ମ ଦେବା ପାଇଁ ବେଶ ଚର୍ଚ୍ଚିତ। ତାଙ୍କର ପ୍ରତ୍ୟେକ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଥାଏ। ଏମିତିରେ ପ୍ରତ୍ୟେକ ଅଭିନେତ୍ରୀ ତାଙ୍କ ସହିତ ଫିଲ୍ମରେ କାମ କରିବାକୁ ପସନ୍ଦ କରିଥାନ୍ତି। ସଲମାନଙ୍କ କାରଣରୁ ଅଭିନେତ୍ରୀଙ୍କୁ ମଧ୍ୟ ଭଲ ଲୋକପ୍ରିୟତା ମିଳିଯାଇଥାଏ। ତେବେ ସଲମାନଙ୍କର ଏହି ରେକର୍ଡ ରହିଛି ଯେ ତାଙ୍କ ସହିତ କାମ କରିବା ପରେ ମଧ୍ୟ କୌଣସି ନୂତନ ଅଭିନେତ୍ରୀଙ୍କୁ ଅଧିକ ସଫଳତା ମିଳିପାରି ନାହିଁ। ସଲମାନ ସବୁବେଳେ ହିଟ ରୁହନ୍ତି କିନ୍ତୁ ତାଙ୍କ ସହିତ କାମ କରୁଥିବା ଅଭିନେତ୍ରୀ ମାନେ ହିଟ ଏବଂ ଫ୍ଲପ ହେଉଥାନ୍ତି। ଏମିତି ହିଁ ଜଣେ ଅଭିନେତ୍ରୀ ହେଉଛନ୍ତି ଚାନ୍ଦିନୀ।
ସଲମାନ ସାଥିରେ କରିଥିଲେ ଡେବ୍ୟୁ:
ଚାନ୍ଦିନୀ ୧୯୯୧ ମସିହାରେ ସଲମାନ ଖାନଙ୍କ ସହିତ “ସନମ ବେବଫା”ରୁ ନିଜର ବଲିଉଡ ଡେବ୍ୟୁ କରିଥିଲେ। ସେତେବେଳେ ଏହି ଫିଲ୍ମ ପ୍ରଶଂସକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା। ଫିଲ୍ମ ହିଟ ହେବା ମାତ୍ରେ ଚାନ୍ଦିନୀ ରାତାରାତି ଲୋକପ୍ରିୟ ହୋଇଯାଇଥିଲେ। ତେବେ ପରେ ସେ ଯେତେ ମଧ୍ୟ ଫିଲ୍ମ କରିଥିଲେ ସେସବୁ ପାଖାପାଖି ଫ୍ଲପ ହିଁ ହୋଇଥିଲା। ଅନେକ ଚେଷ୍ଟା କରିବା ପରେ ମଧ୍ୟ ଯେତେବେଳେ ସେ ବଲିଉଡରେ ନିଜର ନାମ ଅର୍ଜନ କରିପାରି ନଥିଲେ ସେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ। ଏହି ଅବସରରେ ଚାନ୍ଦିନୀ ନିଜ ୬ ବର୍ଷ ଫିଲ୍ମ କ୍ୟାରିୟରରେ ପାଖାପାଖି ୧୦ ଗୋଟି ଫିଲ୍ମରେ କାମ କରିଥିଲେ।
ଫ୍ଲଫ ହେଲା ପରେ କରିଥିଲେ ବିବାହ:
ଫିଲ୍ମରେ କିଛି ନହେବାରୁ ଚାନ୍ଦିନୀ ମଧ୍ୟ ତାହା କରିଥିଲେ ଯାହା ପ୍ରାୟତଃ ସମସ୍ତ ଫ୍ଲପ ଅଭିନେତ୍ରୀ କରିଥାନ୍ତି ଏବଂ ସେଇଟା ହେଉଛି ବିବାହ। ସେ ୧୯୯୪ ମସିହାରେ ସତୀଶ ଶର୍ମାଙ୍କ ସହିତ ବିବାହ କରିଥିଲେ। ଚାନ୍ଦିନୀଙ୍କର ପ୍ରକୃତ ନାମ ନିବେଦିତା ଶର୍ମା ଅଟେ। ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ସେ ନିଜର ପରଦାର ନାମ ଚାନ୍ଦିନୀ ରଖି ନେଇଥିଲେ।
ବିଦେଶରେ ଚଳାଉଛନ୍ତି ଡ୍ୟାନ୍ସ ଏକାଡେମୀ:
ବର୍ତ୍ତମାନ ସମୟରେ ଚାନ୍ଦିନୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଇଣ୍ଡିଆ ଉଭୟ ଠାରୁ ଦୂରରେ ରହିଛନ୍ତି। ବାସ୍ତବରେ ସେ ନିଜ ସ୍ଵାମୀ ଏବଂ ଦୁଇ ଝିଅଙ୍କ ସହିତ ବିଦେଶ(ଆୟର୍ଲ୍ୟାଣ୍ଡ)ରେ ରହୁଛନ୍ତି। ତେବେ ଆୟର୍ଲ୍ୟାଣ୍ଡରେ ଚାନ୍ଦିନୀଙ୍କର ଏକ ଡ୍ୟାନ୍ସ ଏକାଡେମୀ ରହିଛି ଯାହାକୁ ସେ ନିଜେ ଚଳାଉଛନ୍ତି। ସେ ଅନ୍ତର୍ଜାତୀୟ ସ୍ତରରେ ବହୁତ ଡ୍ୟାନ୍ସ ଶୋ’ ମଧ୍ୟ କରିସାରିଲେଣି।
ଏହି ଗୀତରୁ ମିଳିଥିଲା ଲୋକପ୍ରିୟତା:
ସଲମାନ ଖାନ ଏବଂ ଚାନ୍ଦିନୀଙ୍କ ଫିଲ୍ମ “ସନମ ବେବଫା”ର ଗୀତ “ଚୁଡି ମଜା ନା ଦେଗୀ, କଙ୍ଗନ ମଜା ନା ଦେଙ୍ଗେ” ବହୁତ ଲୋକପ୍ରିୟ ହୋଇଥିଲା। ଲୋକମାନେ ଆଜି ମଧ୍ୟ ଏହି ଗୀତକୁ ଶୁଣିବାକୁ ପସନ୍ଦ କରନ୍ତି। ସନମ ବେବଫା ଛଡା ଚାନ୍ଦିନୀ ଆଜ ସନମ, ମିଷ୍ଟର ଆଜାଦ, ଜୀ କିଶନ ଏବଂ ୧୯୪୨:ଲବ ଷ୍ଟୋରୀ ପରି ଫିଲ୍ମରେ ମଧ୍ୟ ନଜର ଆସି ସାରିଲେଣି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।