ସଲମାନ ଖାନ ଏକ ଟୁଇଟର କରି ସବୁ ଫ୍ୟାନ୍ସ ମାନଙ୍କୁ ସୁଶାନ୍ତ ସିଂ ରାଜପୁତ ଙ୍କ ପରିବାର ଲୋକଙ୍କୁ ସମର୍ଥ କରିବାକୁ ନିବେଦନ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପରେ ପୁର ଦେଶରେ ସୋକୋର ଛାୟା ଖେଳି ଯାଇଛି। ଲୋକମାନେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତୁ କୁ ନେଇ ସୋକ କରୁଥିବା ବେଳେ କିଛି ନାମୀ ଦାମୀ କଳାକାର ଯେପରି ସଲମାନ ଖାଙ୍କ ଉପରେ ଦର୍ଶକ ଦୋଷାରୋପ ଲଗେଇ ତାଙ୍କୁ ବିଭିନ୍ନ ମହଲରେ ଟ୍ରଲ୍ କରାଯାଉଛି। ବର୍ତ୍ତମାନ ଏବେ ନିଜେ ସଲମାନ ଖାନ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
A request to all my fans to stand with sushant's fans n not to go by the language n the curses used but to go with the emotion behind it. Pls support n stand by his family n fans as the loss of a loved one is extremely painful.
— Salman Khan (@BeingSalmanKhan) June 20, 2020
ସଲମାନ ଖାନ ଏକ ଟୁଇଟର ଜରିଆରେ ସୁଶାନ୍ତ ସିଂ ରାଜପୁତ ଙ୍କ ପରିବାରର ସାଥ ଦେବାକୁ ନିବେଦନ କରିଛନ୍ତି। ସେ ତାଙ୍କ ଟୁଇଟରରେ କହିଛନ୍ତି କି – ମୁଁ ମୋର ସବୁ ଫ୍ୟାନ୍ସ ମାନଙ୍କୁ ନିବେଦନ କରୁଛି କି ସୁଶାନ୍ତ ସିଂ ରାଜପୁତ ଙ୍କ ଫ୍ୟାନ୍ସ ଙ୍କ ସହିତ ଛିଡ଼ା ହୁଅନ୍ତୁ ଏବଂ ଖରାପ ଭାଷାର ପ୍ରୟୋଗ କରନ୍ତୁ ନାହିଁ। ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏହି ପରି ସଙ୍କଟ ସମୟରେ ସୁଶାନ୍ତ ଙ୍କ ପରିବାରର ସହାର ବନନ୍ତୁ। କାହିଁକି ନା ନିଜ ଲୋକକୁ ହରେଇବାର ଦୁଃଖ ଅନେକ ହୋଇଥାଏ।
ବର୍ତ୍ତମାନ କିଛି ଦିନ ହେବ ସଲମାନ ଖାନ ଙ୍କ ଉପରେ ବହୁ ପ୍ରକାର ଦୋଷାଆରପୋ ଲାଗି ଆସୁଛି। ଦବଂ ସିନେମାର ନିର୍ଦେଶକ ତ ସଲମାନ ଖାନ ସହିତ ତାଙ୍କ ପରିବାର ଉପରେ ଆରୋପ ଲଗେଇଛନ୍ତୀ। ସେ ସଲମାନ ଖାନ ଙ୍କ ତାଙ୍କ କ୍ୟାରିଅର ନଷ୍ଟ କରିବାର କହିଛନ୍ତି। କିଛି ଦିନ ତଳେ ମଧ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ ବି ଇଶାରାରେ ସଲମାନଙ୍କ ଉପରେ ଦୋଷ ଲଗାଇଛନ୍ତି।
ଆପଣଙ୍କୁ ଏଠାରେ କହି ରଖିବୁ କି ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ଜୁନ ୧୪ ତାରିଖ ଦିନ ମୁବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଭଡ଼ାଘରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହା ପରେ ପୋଲିସ ଏହାର ତଦନ୍ତ ଚାଲେଇଛି, ଯିଏ ବି ସୁଶାନ୍ତ ସିଂ ରାଜପୁତ ଙ୍କ ସଂସ୍ପର୍ଶରେ ଥିଲେ ତାଙ୍କ ଠାରୁ ବୟାନ ରେକର୍ଡ କରିଛନ୍ତି। ଏପର୍ଯ୍ୟନ୍ତ ୧୫ ଜଣଙ୍କ ବୟାନ ରେକର୍ଡ ହୋଇ ସାରିଲାଣି।