“ଦିୟା ଔର ବାତି ହମ”(Diya Aur Baati Hum)ର ସନ୍ଧ୍ୟା ବିନ୍ଧିଣି ଅର୍ଥାତ ଅଭିନେତ୍ରୀ ଦୀପିକା ସିଂହ(Deepika Singh) ଟିଭି ଦୁନିଆର ଜଣେ ଜଣାଶୁଣା ଚେହେରା। ସନ୍ଧ୍ୟା ବିନ୍ଧିଣି ଚରିତ୍ରରେ ଅଭିନୟ କରୁଥିବା ଦୀପିକା ଛୋଟ ପରଦାରେ ସନ୍ଧ୍ୟା ନାମରେ ବେଶ ପରିଚିତ। ୩୧ ବର୍ଷୀୟ ଦୀପିକା ଅଭିନୟ ସହିତ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରହିଥାନ୍ତି।
ସୋସିଆଲ ମିଡିଆରେ ସେ ନିଜର ସୁନ୍ଦର ସୁନ୍ଦର ଫୋଟୋ ଚିତ୍ର ଏବଂ ଭିଡ଼ିଓ ତାଙ୍କ ପ୍ରଶଂସକଙ୍କ ସହିତ ସେୟାର କରିଥାନ୍ତି। ଇନଷ୍ଟାଗ୍ରାମରେ ଦୀପିକଙ୍କର ୧୩ ଲକ୍ଷରୁ ଅଧିକ ଅନୁସରଣକାରୀ ରହିଛନ୍ତି। ନିକଟରେ ହିଁ ଦୀପିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସେ କୋଣାର୍କ ମନ୍ଦିର ଭ୍ରମଣ କରୁଥିବାର ଦେଖାଯାଉଛନ୍ତି।
ଏହି ଭିଡ଼ିଓରେ ଦୀପିକା ନୀଳ ରଙ୍ଗର ଏକ ସାଧାରଣ ଶାଢ଼ୀ ପରିଧାନ କରିଛନ୍ତି। ତାଙ୍କ ହାତରେ ଏକ କଳା ରଙ୍ଗର ବ୍ୟାଗ ମଧ୍ୟ ରହିଛି। ସେ କୋଣାର୍କ ମନ୍ଦିରରେ ଦର୍ଶନ କରିବାକୁ ଯାଉଛନ୍ତି। ଏହି ସମୟରେ ତାଙ୍କର ସମ୍ପୂର୍ଣ୍ଣ ସାଜସଜ୍ଜା ଏବଂ ରୂପଚର୍ଯ୍ୟା ସରଳ ଓ ସାଧାରଣ ରହିଥିଲା। ଏହା ଏତେ ସାଧାରଣ ରହିଥିଲା ଯେ ମନ୍ଦିରର ଉପସ୍ଥିତ ଥିବା ଅନ୍ୟ କିଛି ଲୋକ ମଧ୍ୟ ଦୀପିକାଙ୍କୁ ଏହି ଅବତାରରେ ଜାଣିପାରୁ ନଥିଲେ। ସେହିପରି ଆଉ କିଛି ଲୋକ ତାଙ୍କୁ ଏତେ ସାଧାରଣ ଭାବରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡ଼ିଓରେ ଦୀପିକଙ୍କ ହସ ମଧ୍ୟ ବହୁତ ଲୋକଙ୍କ ହୃଦୟ ଜିତି ନେଇଥିଲା।
ଦୀପିକଙ୍କର ଏହି ଭିଡ଼ିଓରେ ୮୩ ହଜାରରୁ ଅଧିକ ଲାଇକ ମିଳି ସାରିଛି। ସୂଚନାଯୋଗ୍ୟ ଯେ ଦୀପିକଙ୍କ ଏହି ଭିଡ଼ିଓଟି ୨୦୧୮ ମସିହାର ଅଟେ। ସେହି ସମୟରେ ସେ କୋଣାର୍କ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ବାସ୍ତବରେ ୭ ଅଗଷ୍ଟକୁ ହେଣ୍ଡଲୁମ ଡେ ବା ହସ୍ତତନ୍ତ ଦିବସ ଥିଲା ଏହି ବିଶେଷ ଅବସରରେ ଦୀପିକା ଏହି ଭିଡ଼ିଓଟିକୁ ଏକ ସ୍ମୃତି ଭାବରେ ପ୍ରଶଂସକଙ୍କ ସହିତ ସେୟାର କରିଥିଲେ।
ଦୀପିକା ଆଉ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ସେ “ମୁକାବଲା” ସଙ୍ଗୀତରେ କୋଣାର୍କ ମନ୍ଦିର ସମ୍ମୁଖରେ ନାଚୁଥିବାର ନଜର ଆସିଛନ୍ତି। ଏହା ଏକ ଚଳଚ୍ଚିତ୍ର ସଙ୍ଗୀତ ହୋଇଥିଲେ ମଧ୍ୟ ତାଙ୍କ ନୃତ୍ୟ ଭାରତନାଟ୍ୟମ ଶୈଳୀରେ ରହିଥିଲା। ଏହି ଭିଡ଼ିଓକୁ ମଧ୍ୟ ଏକ ମୂଲ୍ୟବାନ ସ୍ମୃତି ଭାବରେ ପ୍ରଶଂସକଙ୍କ ସହିତ ସେୟାର କରିଥିଲେ ଦୀପିକା।
https://www.instagram.com/p/CDslrp6hdI_/?utm_source=ig_web_copy_link
ହେଣ୍ଡଲୁମ ଡେ ବା ହସ୍ତତନ୍ତ ଦିବସ ଉପଲକ୍ଷେ ଦୀପିକା ଆଉ ଏକ ତୃତୀୟ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସେ ସମୁଦ୍ର କୂଳରେ ଆୟୁଷମାନ ଖୁରାନାଙ୍କ ଗୀତ “ତେରୀ ମେରୀ ଐସି ଜୁଡ଼ ଗୟୀ କାହାନି…”ରେ ନୃତ୍ୟ କରିବାର ନଜର ଆସିଥିଲେ। ଏହି ଭିଡ଼ିଓରେ ମଧ୍ୟ ତାଙ୍କ ଶାଡୀ ବହୁତ ସାଧାରଣ ରହିଥିଲା।
https://www.instagram.com/p/CDlopmtBx8g/?utm_source=ig_web_copy_link
ଦୀପିକଙ୍କର ଏହି ସମସ୍ତ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋରସୋର ଭବରେ ଭାଇରାଲ ହେବାକୁ ଲାଗିଛି। ବିଶେଷ କରି ପ୍ରଶଂସକ ମାନଙ୍କୁ ଦୀପିକା ଏହି ଅବତାରରେ ବହୁତ ପସନ୍ଦ ଆସିଛନ୍ତି। କିଛି ଲୋକ କମେଣ୍ଟ କରି ଏହା ମଧ୍ୟ କହିଛନ୍ତି ଯେ, ଦୀପିକା ମ୍ୟାମ ଆପଣ ଏତେ ସୁନ୍ଦରୀ ଯେ ଏହି ସାଧାରଣ ଶାଡୀରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |