ସାନଭାଇର ଅନ୍ତିମ ସଂସ୍କାର କରି ଫେରିଥିବା ଏହି ବଲିଉଡ ଷ୍ଟାରଙ୍କ ହୃଦଘାତରେ ମୃତ୍ୟୁ, ଅନିଲ କପୁରଙ୍କ ଠାରୁ ଆରମ୍ଭ କରି ସନ୍ନି ଦେଓଲଙ୍କ ସହିତ କରିଥିଲେ କାମ।

ବଲିଉଡ ଚଳଚ୍ଚିତ୍ରର ସିନେମାଟୋଗ୍ରାଫର | ଗାଗରିନ ମିଶ୍ରଙ୍କ ଗୋଟିଏ ଦିନ ପୂର୍ବରୁ ରାତିରେ ମୁମ୍ବାଇରେ ସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ହୋଇଯାଇଛି। ଗତ ଏକ ମାସ ମଧ୍ୟରେ ତାଙ୍କ ପରିବାର ସମ୍ମୁଖୀନ ହୋଇଥିବା ଏହା ହେଉଛି ଦ୍ୱିତୀୟ ସଙ୍କଟ। ନିକଟରେ, ଗାଗରିନ ଓଡ଼ିଶାରେ ନିଜ ସାନଭାଇ ଦେବେନ ମିଶ୍ରଙ୍କୁ ଅନ୍ତିମ ବିଦାୟ ଦେଇ ଫେରିଥିଲେ। ମୁମ୍ବାଇ ଆସିବା ପରେ ମଧ୍ୟ ଭାଇଙ୍କୁ ହରାଇବାର ଦୁଃଖ କମି ନଥିଲା

ଏବଂ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଗଲା। ଗାଗରିନ ନିଜ କ୍ୟାରିୟରର ପ୍ରାରମ୍ଭ ୧୯୮୩ରେ ସାୱନ କୁମାର ଟାକଙ୍କ ନିର୍ଦ୍ଦେଶନାରେ ଆସିଥିବା ଫିଲ୍ମ “ସୈତାନ”ରୁ କରିଥିଲେ। ଯେଉଁଥିରେ ରାଜେଶ ଖାନ୍ନା, ଟିନା ମୁନୀମ ଏବଂ ପଦ୍ମିନୀ କୋଲହାପୁରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଅନେକ ଫିଲ୍ମରେ କରିଥିଲେ ସହାୟକ କ୍ୟାମେରମ୍ୟାନର କାମ:

ସୈତାନ ଫିଲ୍ମରେ ଗାଗରିନ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ ଭୂମିକା ପ୍ରତିପାଦନ କରିଥିଲେ। ଏହା ପରେ ସେ ବେତାବ, ଲେଲା, ଲାଭା, ଅର୍ଜୁନ, ଫାସଲେ, ପ୍ରୀତି, ଏକ ଚାଦର ମେଲି ସି ଭଳି ଚଳଚ୍ଚିତ୍ର ସହିତ ସହାୟକ କ୍ୟାମେରାମ୍ୟାନ ଭାବରେ ଯୋଡି ହୋଇଥିଲେ। ଗାଗରିନ ପ୍ୟାର କି ଜୀତ, ରାମ ଅବତାର, ୱାରିସ, ତେଜାବ, ଇନସାନିଆତ, ଚାନ୍ଦନୀ, ଚାଲବାଜ, ନରସିଂହ୍ମା, ଅକେଲା, କ୍ଷତ୍ରିୟ, ରୂପ କି ରାନୀ ଚୋରୋନ କା ରାଜା ଭଳି ଅନେକ ବଡ଼ ଚଳଚ୍ଚିତ୍ରରେ ସହାୟକ କ୍ୟାମେରାମ୍ୟାନ ଭୂମିକା ଗ୍ରହଣ କରିଛନ୍ତି।

ସାନଭାଇ ଥିଲେ ଭିଡିଓ ସମ୍ପାଦକ:

୧୯୯୫ରେ ମୁକୁଲ ଆନନ୍ଦଙ୍କ ନିର୍ଦ୍ଦେଶନାରେ ଆସିଥିବା ଚଳଚ୍ଚିତ୍ର “ତ୍ରିମୁର୍ତ୍ତୀ”ରେ ଗାଗରିନ୍ ଶେଷ ଥର ପାଇଁ କ୍ୟାମେରା ଅପରେଟର ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ୧୯୮୭ରେ ଆସିଥିବା ଏକ ଓଡିଆ ଭାଷାର ଚଳଚ୍ଚିତ୍ର “ଅନ୍ୟାୟ ସହିବି ନାହିଁ”ରେ ପ୍ରଥମଥର ଗାଗରିନଙ୍କୁ ସିନେମାଟୋଗ୍ରାଫି କରିବାର ଅବସର ମିଳିଯାଇଥିଲା। କିନ୍ତୁ ସେ ସିନେମାଟୋଗ୍ରାଫର ଭାବରେ ନିଜର କାର୍ଯ୍ୟ ୨୦୦୧ରେ ଜ୍ୟୋତି ସ୍ବରୂପଙ୍କ ନିର୍ଦ୍ଦେଶିତ କାଶ୍ମୀରୀ ଭାଷାର ଚଳଚ୍ଚିତ୍ର ‘ବବ’ରୁ ପୁଣିଥରେ ଆରମ୍ଭ କରିଥିଲେ। ଏହା ପରେ ସେ କେବଳ ମୁଖ୍ୟ ସିନେମାଟୋଗ୍ରାଫର ହୋଇଯାଇଥିଲେ।

ଏହି ଧାରା କାବୁ, ଟାଡା, କୁଛ କହା ଆପନ ଭଳି ଚଳଚ୍ଚିତ୍ର ସହିତ ଜାରି ରହିଥିଲା। ଗାଗରିନ ଶେଷ ଥର ପାଇଁ ୨୦୧୮ରେ ଆସିଥିବା କମେଡି ଚଳଚ୍ଚିତ୍ର “ହସିନା”ରେ ଜଣେ ସିନେମାଟୋଗ୍ରାଫର ଭୂମିକାର ପ୍ରତିପାଦନ କରିଥିଲେ। ଗତ ମାସର ୧୫ ତାରିଖ ଦିନ ଏହି ଚଳଚ୍ଚିତ୍ର ଦୁନିଆକୁ ବିଦାୟ ଜଣାଇଥିବା ଗାଗରିନଙ୍କ ଭାଇ ଦେବେନ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ରର ଭିଡ଼ିଓ ସମ୍ପାଦକ ଥିଲେ।

Leave a Reply

Your email address will not be published. Required fields are marked *