ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ସିମୋନ ଖମ୍ଭାଟା ଏବଂ ରକୁଲ ପ୍ରୀତଙ୍କୁ କରାଯିବ ପଚରାଉଚରା, NCB ପଠାଇବ ନୋଟିସ

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହି ସପ୍ତାହରେ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ସିମୋନ ଖମ୍ଭାଟା ଏବଂ ରକୁଲ ପ୍ରୀତଙ୍କୁ ନୋଟିସ ପଠାଇବ। ଏହି ଚାରିଜଣଙ୍କୁ ପଚରାଉଚରା କରିବା ପାଇଁ ନୋଟିସ ପଠାଯିବ। ବାସ୍ତବରେ ଏନସିବିର ଦାବି ରହିଛି ଯେ ସୁଶାନ୍ତଙ୍କର ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏହି ଚାରିଜଣ ଅଭିନେତ୍ରୀଙ୍କର ନାମ ମଧ୍ୟ ନେଇଛନ୍ତି।

ସୂଚନା ମୁତାବକ, ସିମୋନ ଖମ୍ଭାଟା, ରକୁଲ ପ୍ରୀତ ସିଂହ ଏବଂ ସାରା ଅଲ୍ଲୀ ଖାନଙ୍କ ନାମ ନେଇଥିଲେ ରିୟା ଚକ୍ରବର୍ତ୍ତୀ। କୁହାଯାଉଛି ଯେ, ମୁମ୍ବାଇର ଏକ ଜିମକୁ ରକୁଲ ପ୍ରୀତ, ସାରା ଏବଂ ରିୟା ଯାଉଥିଲେ, ସେଠାରେ ହିଁ ତାଙ୍କର ବନ୍ଧୁତ୍ୱ ହୋଇଥିଲା। ଏହାଦ୍ବାରା ଏନସିବିକୁ ଯାଞ୍ଚରେ ଲିଡ ମିଳିଛି ଏବଂ ତାଙ୍କ ପାଖରେ ଦୃଢ଼ ସୂଚନା ମଧ୍ୟ ରହିଛି। ଏଥିସହିତ ଶ୍ରଦ୍ଧା କପୁରଙ୍କର ନାମ ମଧ୍ୟ କହିଛନ୍ତି ରିୟା। ଏମିତିରେ କୁହାଯାଉଛି ଯେ ଶ୍ରଦ୍ଧାଙ୍କୁ ମଧ୍ୟ ନୋଟିସ ପଠାଯାଇ ପାରେ।

ନିକଟରେ ହିଁ ରାହିଲ ବିଶ୍ରାମ ନାମକ ମୁମ୍ବାଇର ଜଣେ ଡ୍ରଗ୍ସ ବ୍ୟାପାରୀଙ୍କୁ ଧରିଥିଲେ ଏବଂ ବର୍ତ୍ତମାନ ତାଙ୍କ ଗ୍ୟାଙ୍ଗରେ ଖୋଜା ଚାଲିଛି। କହି ରଖୁଛୁ ଯେ ରିୟା କହିଥିଲେ ଯେ, ସୁଶାନ୍ତ ତାଙ୍କ ସହିତ ଭେଟିବା ପୂର୍ବରୁ ଗଞ୍ଜେଇ ସେବନ କରୁଥିଲେ। ସେ କହିଥିଲେ ଯେ ଫିଲ୍ମ କେଦାରନାଥର ଶୁଟିଙ୍ଗ ସମୟରେ ସେ ଡ୍ରଗ୍ସ ଅଧିକ ନେବା ଆରମ୍ଭ କରିଦେଇଥିଲେ। ଏହା ମଧ୍ୟ କୁହାଯାଉଛି ଯେ, ଗଞ୍ଜେଇ ନେବା ଦ୍ୱାରା ଅଧିକ ଭୋକ ଲାଗିଥାଏ ଏବଂ କେଦାରନାଥର ଶୁଟିଙ୍ଗ ପରେ ସୁଶାନ୍ତ ଏବଂ ସାରାଙ୍କର ଓଜନ ବଢି ଯାଇଥିଲା।

ବର୍ତ୍ତମାନ ଏନସିବି ନାମିଦାମୀ ଲୋକଙ୍କୁ ନୋଟିସ ପଠାଇ ସେମାନଙ୍କୁ ପଚରାଉଚରା କରିବ ଏବଂ ବଲିଉଡ କଂନେକ୍ସନର ଖୁଲାସା କରିବ। ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଡ୍ରଗ୍ସର ମାମଲା ସାମ୍ନାକୁ ଆସିଛି। ଏନସିବି ତିବ୍ରତାର ସହିତ ମାମଲାର ଯାଞ୍ଚ କରୁଛି। ଡ୍ରଗ୍ସର ବଲିଉଡ ସହିତ ସଂଯୋଗ ବିଷୟରେ ତଦନ୍ତ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ଦେଖିବାର ଅଛି ଯେ କେଉଁ ନୂତନ ରହସ୍ୟ ସାମ୍ନାକୁ ଆସୁଛି।

Leave a Reply

Your email address will not be published. Required fields are marked *