କୁହାଯାଏ ଯେ ଭଗବାନଙ୍କ ଦ୍ୱାରା ନିର୍ମିତ ସମସ୍ତ ଜିନିଷ ସୁନ୍ଦର ହୋଇଥାଏ। ସେ ଫୁଲ ହେଉ ଅଥବା ମଣିଷ, ସମସ୍ତଙ୍କୁ ସୁନ୍ଦର ବନାଇ ପଠାଇଛନ୍ତି ଭଗବାନ। କିନ୍ତୁ କିଛି ଲୋକଙ୍କୁ ନିଜ ଚେହେରାରେ ସନ୍ତୁଷ୍ଟି ମିଳିନଥାଏ। ସେମାନେ ନିଜର ତ୍ଵଚା ଉପରେ ହସ୍ତକ୍ଷେପ କରି ଏହାକୁ ଆହୁରି ଉନ୍ନତ ବନାଇବାକୁ ଚେଷ୍ଟା କରିଥାନ୍ତି। ଏମିତିରେ ଅନେକଥର ଜିନିଷ ବିଗିଡି ଯାଇଥାଏ ଏବଂ ମଣିଷର ଚେହେରା ବର୍ବାଦ ହୋଇଯାଇଥାଏ। ଏହାର ଗୋଟିଏ ଉଦାହରଣ ହେଉଛି ଅଷ୍ଟ୍ରେଲିଆରେ ରହୁଥିବା ଜଣେ ନର୍ସ।
୩୧ ବର୍ଷର ଏହି ନର୍ସ ଜଣକ ଆରମ୍ଭରୁ ହିଁ ବହୁତ ସୁନ୍ଦର ଥିଲେ। କିନ୍ତୁ ତାଙ୍କ ମୁଣ୍ଡ ଉପରେ ନିଜର ଚେହେରା ଏବଂ ଶରୀର ଗଠନ ପରିବର୍ତ୍ତନ କରିବାର ପାଗଳାମୀ ସବାର ଥିଲା। ଏଥିପାଇଁ ସେ ଟଙ୍କା ମଧ୍ୟ ପାଣି ପରି ଖର୍ଚ୍ଚ କରିଥିଲେ। ସେ ନିଜର ସର୍ଜରୀରେ ପାଖାପାଖି ୯୭ ଲକ୍ଷ ୬୬ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଏଥିରେ ଅନେକ ପ୍ରକାରର ଅସ୍ତ୍ରୋପଚାର ଶାମିଲ ଥିଲା। କିନ୍ତୁ ଏହାପରେ ଯେଉଁ ଶେଷ ପରିଣାମ ଆସିଥିଲା ତାହା ବହୁତ ଆଶ୍ଚର୍ଯ୍ୟ ଜନକ ରହିଥିଲା। ମହିଳାଙ୍କ ଫୋଟୋ ଦେଖି ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ। ସମସ୍ତଙ୍କ କହିବା କଥା ଏହା ଥିଲା ଯେ ସେ ନିଜର ଚେହେରା ବର୍ବାଦ କରିନେଇଛନ୍ତି। କିନ୍ତୁ ଏହି ମହିଳା ନିଜକୁ ବହୁତ ସୁନ୍ଦର ମାନୁଛନ୍ତି।ଏଥିସହିତ ବର୍ତ୍ତମାନ ସୁଦ୍ଧା ସେ ଆହୁରି କିଛି ଅସ୍ତ୍ରୋପଚାର କରାଇବାକୁ ଚାହୁଁଛନ୍ତି।
ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହୁଥିବା ୩୧ ବର୍ଷୀୟା ତାରା ଜାୟନେ ମ୍ୟାକକୋଣାଚିଙ୍କୁ ପ୍ଲାଷ୍ଟିକ ସର୍ଜରୀରେ ନିଶା ଲାଗିଛି। ସେ ନିଜର ନାକ, ବମ ଇମ୍ପ୍ଲାଣ୍ଟସ, ବୋଟାକ୍ସଙ୍କ ଛଡା ଓଠରେ ମଧ୍ୟ ଫିଲର୍ସ ଭରାଇଛନ୍ତି।
ତାରା ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଚିକିତ୍ସାରେ ପାଖାପାଖି ୯୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କ କହିବା କଥା ଯେ, ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ କରାଇବା ବହୁତ ପସନ୍ଦ ଅଟେ। ଯେତେବେଳେ ଛୁରୀ ତାଙ୍କ ଶରୀରକୁ ଚିରିଥାଏ ସେତେବେଳେ ତାଙ୍କୁ ବହୁତ ଭଲ ଲାଗିଥାଏ।
ତାରା ବର୍ତ୍ତମାନ ଆଗକୁ ନିଜର ଆଖି ରଙ୍ଗ ପରିବର୍ତ୍ତନ କରାଇବାକୁ ଚାହୁଁଛନ୍ତି। ଏଥିସହିତ ଶରୀରର ଗଠନକୁ ଅଧିକ ଅକର୍ଷକ ବନାଇବା ପାଇଁ ନିଜର ମାଂସପେଶି ବାହାର କରିବାର ଯୋଜନା କରୁଛନ୍ତି।
ତାରା ଇନଷ୍ଟାଗ୍ରାମରେ ନିଜର ଫୋଟୋ ସେୟାର କରିଥାନ୍ତି। ସେ ଏପର୍ଯ୍ୟନ୍ତ ନିଜର ବ୍ରେଷ୍ଟର ୫ ଗୋଟି ସର୍ଜରୀ କରାଇଥିଲେ। ଏଥିପାଇଁ ସେ ଅନେକ ହଜାର ଡଲାର ମଧ୍ୟ ଖର୍ଚ୍ଚ କରିଛନ୍ତି।
ତାରାଙ୍କ କହିବା କଥା ଯେ, ସେ ସେତେ ପର୍ଯ୍ୟନ୍ତ ନିଜର ଅସ୍ତ୍ରୋପଚାର କରାଉଥିବେ ଯେତେ ପର୍ଯ୍ୟନ୍ତ ଲୋକ ତାଙ୍କୁ ପ୍ଲାଷ୍ଟିକ ଗୁଡ଼ିଆ ନଡାକିଛନ୍ତି। ସେ ନିଜର ସର୍ଜରୀ ପାଇଁ ଦୁନିଆର ଅନେକ ଦେଶରେ ବୁଲିଛନ୍ତି।
ଶେଷଥର ତାରା ୟୁରୋପରେ ନିଜର ସର୍ଜରୀ କରାଇଥିଲେ। କିନ୍ତୁ ଏହି ଅବସରରେ ତାଲାବନ୍ଦ କରି ଦିଆଯାଇଥିଲା। ତେବେ ତାଙ୍କ ସହିତ ତାଙ୍କ ମାତା ମଧ୍ୟ ରହିଥିଲେ। ଯେଉଁ କାରଣରୁ ତାଙ୍କୁ ଅଧିକ ସମସ୍ୟା ହୋଇନଥିଲା।
ତାରା ବର୍ତ୍ତମାନ ମଧ୍ୟ ୟୁରୋପରେ ହିଁ ଫସି ରହିଛନ୍ତି। ସେ କୁହିଛନ୍ତି ଯେ, ବର୍ତ୍ତମାନ ଶୀଘ୍ର ଅଷ୍ଟ୍ରେଲିଆ ଯାଇ ସେ ନିଜର ସର୍ଜନଙ୍କ ସହିତ ସାକ୍ଷାତ କରିବେ ଏବଂ ନିଜର ବ୍ରେଷ୍ଟର ଆକାର ଆହୁରି ବଡ଼ କରାଇବେ।
ତେବେ ଯେଉଁ ହସ୍ପିଟାଲରେ ତାରା କାମ କରୁଛନ୍ତି ସେଠାରେ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରୋଗୀ ମାନେ ମଧ୍ୟ ତାଙ୍କୁ ଘୁରୁଥାନ୍ତି। କିନ୍ତୁ ତାରାକୁ ଏଥିରୁ କୌଣସି ଫରକ୍ ପଡିନାହିଁ।
ତାରାଙ୍କ ଓଠ ଫିଲର୍ସ କାରଣରୁ ବହୁତ ମୋଟା ହୋଇ ଯାଇଛି। କିନ୍ତୁ ତାରାଙ୍କୁ ଏହା ବହୁତ ପସନ୍ଦ ଅଟେ। ବର୍ତ୍ତମାନ ସେ ନିଜର ଆଖିକୁ ସବୁଜ ରଙ୍ଗରେ ବଦଳାଇବାକୁ ଚାହୁଁଛନ୍ତି।
ତାରାଙ୍କ କହିବା କଥା ଯେ, ଲୋକ ତାଙ୍କ ବିଷୟରେ କଣ କହୁଛନ୍ତି ସେଥିରେ ତାଙ୍କୁ କୌଣସି ଫରକ୍ ପଡୁନାହିଁ। ସେ ନିଜକୁ ବହୁତ ସୁନ୍ଦର ମାନୁଛନ୍ତି, ଏହା ପର୍ଯ୍ୟାପ୍ତ ଅଟେ। ଖୁବଶୀଘ୍ର ସେ ପୁଣିଥରେ ଆହୁରି ଅନେକ ପ୍ଲାଷ୍ଟିକ ସର୍ଜରୀ କରାଇବା ପାଇଁ ପ୍ରସ୍ତୁତ ଅଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |