ରବି ତିୱାରି, ଯିଏକି ଲଗାତର ଭାବରେ ସୁଶାନ୍ତଙ୍କ କେସରେ ନ୍ୟାୟ ପାଇଁ ଲଢ଼ି ଆସୁଛନ୍ତି। ବର୍ତ୍ତମାନ ରବି ତିୱାରି ଏକ ଭିଡ଼ିଓ ପୋଷ୍ଟ କରି ମୁମ୍ବାଇ ପୋଲିସକୁ ଟ୍ୟାଗ କରିଛନ୍ତି, ଯେଉଁଥିରେ ସେ ଏକ ଚୁଡ଼ି ପ୍ୟାକେଟ କିଣି ମୁମ୍ବାଇ ପୋଲିସକୁ ଗିଫ୍ଟ କରିଛନ୍ତି। ସେ ମୁମ୍ବାଇ ପୋଲିସକୁ ସନ୍ଦେଶ ଦେଇ ଲେଖିଛନ୍ତି ଯେ, ଯଦି ମୁମ୍ବାଇ ପୋଲିସ ଦୋଷୀକୁ ନଧରି ପାରୁଛି ତେବେ ଏହି ସବୁଜ ରଙ୍ଗର ଚୁଡି ପିନ୍ଧି ନେଉ। ଶ୍ରାବଣ ମାସରେ ଏହି ଚୁଡି ପିନ୍ଧି ଘରେ ବସି ରହୁ। ମୁମ୍ବାଇ ପୋଲିସ ଆଜିଯାଏ ସୁଶାନ୍ତ କେସରେ କୌଣସି ପଦକ୍ଷେପ ନେଇ ପାରି ନଥିଲା। ମାତ୍ର ଯେତେବେଳେ ବିହାର ପୋଲିସ ତଦନ୍ତ ଆଗକୁ ବଢ଼ାଉଛି ତାଙ୍କୁ ଦୁର୍ବ୍ୟବହାର ସହିତ ଧରି ନେଇ ଯାଉଛି।
If Maha police Can't Catch The culprits….Then they should Wear These GREEN BANGLES.
A Small Gift from my side to Maha police.
" Thodi Chudiya pahan lo…Ek Ghaghra Silwa lo "@ANI @PTI_News @republic@ZeeNews @ABPNews @News18Bihar#MumbaiPoliceExposed #CBIForSushant pic.twitter.com/ZKz9ajXnWb
— Ravi Tiwari Bihari (@iRaviTiwari) August 1, 2020
ଗତକାଲି ତଦନ୍ତ ସାରି ଫେରୁଥିବା ସମୟରେ ବିହାର ପୋଲିସକୁ ଦୁର୍ବ୍ୟବହାର ସହିତ ଧରି ନେଇଯାଇଥିଲା ମୁମ୍ବାଇ ପୋଲିସ, ତାଙ୍କୁ ମିଡ଼ିଆ ସମ୍ମୁଖରେ ତଦନ୍ତ ବିଷୟରେ ଖବର ମଧ୍ୟ କହିବାକୁ ଦେଇ ନଥିଲା। ମୁମ୍ବାଇ ପୋଲିସର କିଛି ଲୋକ ଆସି ତାଙ୍କୁ ଜୋର ଜବରଦସ୍ତ ଗାଡ଼ିରେ ବସାଇ ନେଇଗଲେ, ମିଡ଼ିଆ ସହିତ କଥା ହେବାକୁ ମଧ୍ୟ ଦେଇ ନଥିଲେ। ତେବେ କଣ ମୁମ୍ବାଇ ପୋଲିସ ପାଖରେ ଏହି ଅଧିକାର ରହିଛି ଯେ ସେ ଅନ୍ୟ ରାଜ୍ୟର ପୋଲିସ ସହିତ ଏପରି ଦୁର୍ବ୍ୟବହାର କରି ପାରିବ। ଏହି ଘଟଣା ପରେ ଲଗାତର ଭାବରେ ମୁମ୍ବାଇ ପୋଲିସକୁ ଟ୍ରୋଲ କରାଯାଉଛି। ମୁମ୍ବାଇ ପୋଲିସର ଏପରି ଦୁର୍ବ୍ୟବହାର ଦେଖିବା ପରେ ରବି ତିୱାରି ଏପରି ଏକ ଭିଡ଼ିଓ ବନାଇ ପୋଷ୍ଟ କରିଛନ୍ତି।
ବର୍ତ୍ତମାନ ସୁଶାନ୍ତଙ୍କ ମାମଲାରେ ଏକ ନୂତନ ଦୃଷ୍ଟି କୋଣ ସାମ୍ନାକୁ ଆସୁଛି ଯାହା ଏପର୍ଯ୍ୟନ୍ତ ଆସିଥିବା ସମସ୍ତ ମାମଲାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଜି ବିହାର ପୋଲିସ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଣିବା ପାଇଁ କୁପର ହସ୍ପିଟାଲ ଯାଇଥିଲେ। ମାତ୍ର କୁପର ହସ୍ପିଟାଲ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ସିଧାସଳଖ ମନା କରି ଦେଇଛି। ରିପୋର୍ଟ ଦେଖାଇବାକୁ ମଧ୍ୟ ପ୍ରସ୍ତୁତ ନାହିଁ କୁପର ହସ୍ପିଟାଲ।
ବିହାର ପୋଲିସ, କୁପର ହସ୍ପିଟାଲକୁ ଅନେକ ପ୍ରଶ୍ନ ପଚାରିବାର ଥିଲା। ଯେପରିକି ଆପଣ ରବିବାରରେ କିପରି ଶବ ବ୍ୟବଚ୍ଛେଦ କରାଇଦେଲେ, ସନ୍ଧ୍ୟା ପରେ କିପରି କରାଇଲେ ଶବ ବ୍ୟବଚ୍ଛେଦ କାରଣ ସନ୍ଧ୍ୟା ହେବା ପରେ ଶବ ବ୍ୟବଚ୍ଛେଦ କରାଯାଇ ନଥାଏ। ମାତ୍ର କୁପର ହସ୍ପିଟାଲ ବିହାର ପୋଲିସକୁ ସହଯୋଗ କରିବା ପାଇଁ ସିଧାସଳଖ ମନା କରିଦେଇଛି। ମହାରାଷ୍ଟ୍ର ସରକାର କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଜଣା ନଥିଲେ ମଧ୍ୟ ଏହି ସବୁ ଦେଖିବା ପରେ ଲାଗୁଛି ଏମିତି କେହି ଜଣେ ଅଛନ୍ତି ଯିଏ ଏମାନଙ୍କର ଅତ୍ୟନ୍ତ ନିକଟବର୍ତ୍ତୀ ଲୋକ କିମ୍ବା ମହାରାଷ୍ଟ୍ରର ସିଷ୍ଟମ ଉପରେ ତାଙ୍କର ନିୟନ୍ତ୍ରଣ ରହିଛି।
ଗତକାଲି ସୁଶାନ୍ତଙ୍କ ଫ୍ୟାମିଲି ଫ୍ରେଣ୍ଡ ସ୍ମିତା ସୁଶାନ୍ତଙ୍କୁ ନେଇ ବହୁତ ବଡ଼ କଥା କହିଥିଲେ ଯେ, ସୁଶାନ୍ତ ତାଙ୍କ ଭଉଣୀଙ୍କୁ ୧୧ଜୁନରେ କଲ କରିଥିଲେ ଏବଂ କହିଥିଲେ, ତାଙ୍କୁ ଡର ଲାଗୁଛି ତାଙ୍କ ଜୀବନ ବିପଦରେ ରହିଛି। ଏମିତି କିଛି ଲୋକ ଅଛନ୍ତି ଯିଏ ତାଙ୍କୁ ବଞ୍ଚୁବାକୁ ଦେବେ ନାହିଁ। ଏଥିସହିତ ସୁଶାନ୍ତ ନିଜର ଭିଣୋଇଙ୍କୁ ମଧ୍ୟ କଲ କରି କହିଥିଲେ ମୋତେ ମୁମ୍ବାଇରୁ ନେଇ ଯାଆନ୍ତୁ। ମୋ ଜୀବନ ପ୍ରତି ବିପଦ ରହିଛି ଏଠାରେ ମୋତେ ମାରି ଦିଆଯିବ। ଏହାର ଅର୍ଥ ସୁଶାନ୍ତ ଏତେ ଅଧିକ ଡରି ଯାଇଥିଲେ ଯେ, ନିଜ ଭିଣୋଇଙ୍କୁ କଲ କରି ତାଙ୍କୁ ମୁମ୍ବାଇରୁ ନେଇଯିବାକୁ କହୁଥିଲେ।
ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିନଙ୍କର ୯ ଜୁନରେ ମୃତ୍ୟୁ ହୋଇଥିଲା। ଏହାପର ଠାରୁ ହିଁ ସୁଶାନ୍ତ ଅତ୍ୟଧିକ ଡରି ଯାଇଥିଲେ। ନିଜ ଭଉଣୀ ଏବଂ ଭିଣୋଇଙ୍କୁ କଲ କରିଥିଲେ। ଏଥିରୁ ଜଣାପଡୁଛି ଯେ, ସୁଶାନ୍ତଙ୍କୁ ଡରାଉଥିବା ଲୋକ ମୁମ୍ବାଇରେ ବହୁତ ଶକ୍ତିଶାଳୀ ଏବଂ ପ୍ରତିଷ୍ଠିତ।
ଦିଶା ସାଲିନଙ୍କର ଯେଉଁଦିନ ମୃତ୍ୟୁ ହୋଇଥିଲା ସେଦିନ ଦିଶା ଏକ ପାର୍ଟିକୁ ଯାଇଥିଲେ। ପାର୍ଟିରେ କିଛି ଝଗଡା ମଧ୍ୟ ହୋଇଥିଲା। ହେଲେ ଦିଶାଙ୍କ ମୃତ୍ୟୁ ଏପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି। ଦିଶାଙ୍କ ମୃତ୍ୟୁ କିପରି ହେଲା ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ତାହା ମଧ୍ୟ ଏବେ ସନ୍ଦେହ ଘେରରେ। ବୋଧ ହୁଏ ଏହି ବିଷୟରେ ସୁଶାନ୍ତ କିଛି ଜାଣି ସାରିଥିଲେ ଯାହା ତାଙ୍କୁ ଜାଣିବାର ନଥିଲା। ଏମିତି କିଛି ରହସ୍ୟ ଜାଣି ଯାଇଥିଲେ ଯେଉଁଥିପାଇଁ ତାଙ୍କୁ ଡର ଲାଗୁଥିଲା କିମ୍ବା ତାଙ୍କୁ ଡ଼ରାଯାଇଥିଲା।
ସୁଶାନ୍ତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ସାମ୍ନାକୁ ଆସୁଥିବା ଦୃଷ୍ଟିକୋଣରେ ସତ୍ୟତା ରହିଛି। ହେଲେ ଏହା ସୁଶାନ୍ତଙ୍କ ମୃତ୍ୟୁର ଆଉ ଏକ ଦୃଷ୍ଟିକୋଣ ମଧ୍ୟ ହୋଇଥାଇପାରେ। ହୁଏତ ରିୟାଙ୍କୁ ଜରିଆ କରାଯାଇ ଅନ୍ୟ କେହି ସୁଶାନ୍ତଙ୍କ ସହିତ କିଛି କରିଥାଇ ପାରନ୍ତି। ହୋଇଥାଇପାରେ ସୁଶାନ୍ତଙ୍କ ହତ୍ୟା ପାଇଁ ରିୟାଙ୍କ ପଛରେ ସେହି ଶକ୍ତିଶାଳୀ ବ୍ୟକ୍ତିଙ୍କ ସାପୋର୍ଟ ରହିଥିଲା।