ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ଅଢେଇ ମାସରୁ ଅଧିକ ସମୟ ବିତି ସାରିଲାଣି । ଏହି ମାମଲାର ଯାଞ୍ଚ ବର୍ତ୍ତମାନ ସିବିଆଇ କରୁଛି। ଏହି କେସର ମୁଖ୍ୟ ଆରୋପୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ ବିକ୍ଷୋଭ ରହିଛି। ବିଶେଷ କରି ସୋସିଆଲ ମିଡ଼ିଆରେ ରିୟାଙ୍କୁ ନେଇ ବହୁତ କିଛି ଲେଖା ଯାଉଛି। ବର୍ତ୍ତମାନ ଅଭିନେତ୍ରୀ ତାପସୀ ପାନ୍ନୁ ଏହାକୁ ନେଇ ଟ୍ୱିଟ କରିଛନ୍ତି।
https://twitter.com/taapsee/status/1300090017843310594?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1300090017843310594%7Ctwgr%5E&ref_url=https%3A%2F%2Fwww.amarujala.com%2Fphoto-gallery%2Fentertainment%2Fbollywood%2Fsushant-singh-rajput-case-taapsee-pannu-tweet-over-rhea-chakraborty
ତାପସୀ ପାନ୍ନୁ ଟ୍ୱିଟ କରି ଲେଖିଛନ୍ତି ଯେ, “ମୁଁ ସୁଶାନ୍ତଙ୍କୁ ବ୍ୟକ୍ତିଗତ ଭାବରେ ଜାଣି ନଥିଲି ଏବଂ ରିୟାଙ୍କୁ ମଧ୍ୟ ସେପରି ବ୍ୟକ୍ତିଗତ ଭାବେ ଜାଣି ନାହିଁ। କିନ୍ତୁ ଏତିକି ନିଶ୍ଚିନ୍ତ ଭାବରେ ଜାଣିଛି ଯେ, ନ୍ୟାୟପାଳିକା ପୂର୍ବରୁ କାହାକୁ ଦୋଷୀ ପ୍ରମାଣିତ କରିବା ସମ୍ପୂର୍ଣ୍ଣ ଭୁଲ ଅଟେ। ଆଇନ ଉପରେ ବିଶ୍ୱାସ ରଖନ୍ତୁ।”
ରିୟାଙ୍କ ଉପରେ ଶକ୍ତ ତଦନ୍ତ:
ସିବିଆଇ ରବିବାର ଦିନ ଲଗାତର ତୃତୀୟ ଦିନ ପାଇଁ ରିୟାଙ୍କୁ ପଚରା ଉଚରା କରିଛି। ଏହା ପୂର୍ବରୁ ଶୁକ୍ରବାର ଦିନ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ୧୦ ଘଣ୍ଟା ପଚରାଉଚରା କରିଥିବା ବେଳେ ଶନିବାର ଦିନ ୭ ଘଣ୍ଟାର ପଚରାଉଚରା କରିଥିଲା। ମୋଟ ବର୍ତ୍ତମାନ ପର୍ଯ୍ୟନ୍ତ ରିୟାଙ୍କୁ ୨୬ ଘଣ୍ଟା ପଚରାଉଚରା କରାଯାଇ ସାରିଛି। ରିୟାଙ୍କ ଭାଇ ସୋବିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ଲଗାତର ୪ର୍ଥ ଦିନର ପଚରାଉଚରା କରି ସାରିଛି।
ସୁଶାନ୍ତଙ୍କ ଭଉଣୀଙ୍କୁ ପଚରାଉଚରା:
ସିବିଆଇ ବର୍ତ୍ତମାନ ସୁଶାନ୍ତଙ୍କ ଭଉଣୀ ମୀତୁ ସିଂହଙ୍କୁ ପଚରାଉଚରା କରିବ। ବର୍ତ୍ତମାନ କେବଳ ମୀତୁଙ୍କୁ ଡକାଯାଇଛି। ଅନ୍ୟ କାହାରିକୁ ନୋଟିଫିକେଶ ପଠା ଯାଇନାହିଁ। ଏହାପରେ ସୁଶାନ୍ତଙ୍କ ଅନ୍ୟ ଏକ ଭଉଣୀ ପ୍ରିୟଙ୍କା ସିଂହ ଏବଂ ତାଙ୍କ ସ୍ବାମୀ ସିଦ୍ଧାର୍ଥଙ୍କୁ ମଧ୍ୟ ପଚରାଉଚରା କରାଯିବ। ତଦନ୍ତକାରୀ ଦଳ ଯଦି ଏମାନଙ୍କ ବୟାନରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ତେବେ ସୁଶାନ୍ତଙ୍କ ଭଉଣୀ ଏବଂ ରିୟା, ସିଦ୍ଧାର୍ଥ ପୀଠନି, ନୀରଜ ସିଂହ, ଦିପେଶଙ୍କୁ ସାମ୍ନାସାମ୍ନି ବସାଇ ପ୍ରଶ୍ନ ପଚାରିବ।
ମୀତୁ ସିଂହଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ରିୟା ଚକ୍ରବର୍ତ୍ତୀ:
ନିକଟରେ ମୀତୁ ସିଂହଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ରିୟା ଚକ୍ରବର୍ତ୍ତୀ। ରିୟା କହିଥିଲେ ଯେ, “ମୁଁ ବୁଝି ପାରୁ ନାହିଁ ସେହି ସପ୍ତାହରେ ଏମିତି କଣ ହୋଇଥିଲା ଯେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ପଡିଲା। ମୁଁ ତ ସୁଶାନ୍ତଙ୍କ କଥାରେ ୮ ଜୁନକୁ ତାଙ୍କ ଘର ଛାଡ଼ିଦେଇଥିଲି। ମୁଁ ସେଠାରୁ ପଳାଇ ଆସିବା ପରେ ମୀତୁ ସେଠାକୁ ଆସିଥିଲେ, ସୁଶାନ୍ତଙ୍କ ସହିତ କିଛି ଦିନ ରହି ଯାଇଥିଲେ। ଲୋକମାନେ ମୀତୁଙ୍କୁ କାହିଁକି ପଚାରୁ ନାହାନ୍ତି ଯେ, ସୁଶାନ୍ତ ଏପରି କାହିଁକି କଲେ ଅଥବା ସୁଶାନ୍ତଙ୍କୁ କଣ ହୋଇଥିଲା? ଯଦି ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଏତେ ପରିମାଣରେ ଖରାପ ଥିଲା ତେବେ କାହିଁକି ମୀତୁ ତାଙ୍କୁ ଏକୁଟିଆ ଛାଡି ଚାଲିଯାଇଥିଲେ।”
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।