ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସହିତ ମୁମ୍ବାଇ ପୋଲିସ ଶୁକ୍ରବାର ଦିନ ସକାଳୁ ୬:୪୦ ମିନିଟ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଥିଲେ। ଏନସିବିର ଟିମ ଘର ଭିତରକୁ ଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସିଧା ସଳଖ ଭାବରେ ସୋବିକଙ୍କୁ ଘର ଭିତରକୁ ନେଇଯାଇ ପଚରାଉଚରା ଆରମ୍ଭ କରିଦିଆ ଯାଇଥିଲା। ଏନସିବିର ଟିମ ଉଭୟ ରିୟା ଏବଂ ସୋବିକଙ୍କ ଲାପଟପ, ମୋବାଇଲ ପେନ୍ ଡ୍ରାଇଭ ନିଜ ପାଖରେ ରଖି ନେଇଛି।
ଏଥିସହିତ ରିୟାଙ୍କ କାର ମଧ୍ୟ ଛାନ୍ନ ଭିନ୍ନ କରାଯାଇଥିଲା। ରିୟାଙ୍କ ଛଡା ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହାପରେ NCB ସାମୁଏଲ ମିରାଣ୍ଡା ଏବଂ ରିୟାଙ୍କ ଭାଇ ଭାଇ ସୋବିକ ଚକ୍ରବର୍ତ୍ତୀଙ୍କୁ ନିଜ ସହିତ ନେଇଯାଇଥିଲେ। ମିଡ଼ିଆ ରିପୋର୍ଟ ମୁତାବକ ମିରାଣ୍ଡା ଏବଂ ସୋବିକଙ୍କୁ ସାମ୍ନା ସାମ୍ନି ବସାଇ ପଚରାଉଚରା କରାଯାଉଛି।
ଗିରଫ ହେଲେ ରିୟାଙ୍କ ଭାଇ ସୋବିକ: ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଦିନ ସାରା(୮.୩୦ ଘଣ୍ଟା) ରିୟାଙ୍କ ଭାଇ ସୋବିକ ଏବଂ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ପଚରା ଉଚରା କରାଯିବା ପରେ ସୋବିକଙ୍କୁ ଗିରଫ କରିନିଆ ଯାଇଛି। ମିଡିଆ ରିପୋର୍ଟରେ ଅନୁମାନ ଲଗାଯାଉଛି ଯେ, ରିୟା ଚକ୍ରବର୍ତ୍ତୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ।
ସୋବିକ କହିଲେ, ରିୟାଙ୍କ କଥାରେ ସୁଶାନ୍ତଙ୍କ ପାଇଁ ମଗାଉଥିଲେ ଡ୍ରଗ୍ସ: ସୋବିକ ଚକ୍ରବର୍ତ୍ତୀ NCB ସାମ୍ନାରେ ପଚରାଉଚରା ସମୟରେ ସ୍ୱୀକାର କରିଥିଲେ ଯେ, ନିଜ ଭଉଣୀ ରିୟା ଚକ୍ରବର୍ତ୍ତୀଙ୍କ କଥାରେ ସେ ଡ୍ରଗ୍ସ ମଗାଉଥିଲେ। ସୋବିକ ଏହା ମଧ୍ୟ କହିଛନ୍ତି ଯେ ସାମୁଏଲ ମିରାଣ୍ଡା ଡ୍ରଗ୍ସ ଯୋଗାଡ଼ କରୁଥିଲେ। ସେ ସୁଶାନ୍ତଙ୍କ ଘରେ ଡ୍ରଗ୍ସ ଆଣୁଥିଲେ। ସୋବିକ ଅନେକ ଡ୍ରଗ୍ସ ବେପାରୀଙ୍କ ସହିତ ସମ୍ପର୍କରେ ଥିଲା।
ସାମୁଏଲ କହିଲେ, ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣିବାକୁ ଯାଉଥିଲେ: ସାମୁଏଲ ମିରାଣ୍ଡା NCBର ପଚରାଉଚରା ସମୟରେ ସ୍ୱୀକାର କରିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣା ଯାଉଥିଲା। ତେବେ ବର୍ତ୍ତମାନ ଏହା ଜଣାପଡି ନାହିଁ ଯେ କାହାର ଇଶାରାରେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣା ଯାଉଥିଲା।
ଜଣେ ଡ୍ରଗ୍ସ ବ୍ୟାପାରିର କରୋନା ରିପୋର୍ଟ ପଜିଟିଭ: ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଡ୍ରଗ୍ସ ଦୃଷ୍ଟିକୋଣରୁ ଯାଞ୍ଚ କରୁଥିବା NCBକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। NCB ଡ୍ରଗ୍ସ ବିତରଣ ଆରୋପରେ ଅହମଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫକରି ନେଇ ଯାଇଥିଲେ। ଶୁକ୍ରବାର ତାଙ୍କ କରୋନା ପରୀକ୍ଷଣ କରାଇବା ପରେ ରିପୋର୍ଟ ପଜିଟିଭ ଆସିଛି। NCB ତାଙ୍କୁ ଆଇସୋଲେସନରେ ରଖିଛନ୍ତି। ଅହମଦଙ୍କୁ ୧ ସେପ୍ଟେମ୍ବର ଦିନ କେଲଙ୍ଗୁଟ ରିସର୍ଟରେ ଗିରଫ କରାଯାଇଥିଲା।
ଫୁଟବଲ କ୍ଲବରେ ସୋବିକ ଏବଂ ବାସିତଙ୍କ ସାକ୍ଷାତ ହୋଇଥିଲା: ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୋବିକଙ୍କ ଉପରେ NCB ଶକ୍ତି ଭାବରେ ପଚରାଉଚରା କରୁଛି। ମିଡ଼ିଆ ରିପୋର୍ଟ ମୁତାବକ ଡ୍ରଗ୍ସ ବ୍ୟାପାରି ବାସିତଙ୍କର ସୋବିକଙ୍କ ଘରକୁ ଯିବା ଆସିବା ରହିଥିଲା। ଦୁଇବର୍ଷ ହେବ ଉଭୟ ପରସ୍ପରକୁ ଜାଣିଥିଲେ। ବାସିତ ଏବଂ ସୋବିକଙ୍କ ସାକ୍ଷାତ ବାନ୍ଦ୍ରାର ଏକ ଫୁଟବଲ କ୍ଲବରେ ହୋଇଥିଲା। ଏହା ସେହି ସ୍ଥାନ ଯେଉଁଠାରେ କେଜାନ ଇବ୍ରାହିମ ଫୁଟବଲ ଖେଳିବା ପାଇଁ ଆସୁଥିଲା। ବାସିତ ଫୁଟବଲ ମ୍ୟାଚର ଅଭ୍ୟାସ କରୁଥିବା ସମୟରେ ସୋବିକଙ୍କ ସହିତ ବନ୍ଧୁତା କରୁଥିଲେ ଏବଂ ପୁଣି ଡ୍ରଗ୍ସ କାରବାର ଆରମ୍ଭ ହୋଇଯାଇଥିଲା।
ଜବତ କରାଗଲା ରିୟାଙ୍କ ମୋବାଇଲ, ପେନ୍ ଡ୍ରାଇଭ, ଲାପଟପ: ମିଡ଼ିଆ ରିପୋର୍ଟ ମୁତାବକ, ରିୟାଙ୍କ ଘରୁ NCB ଅନେକ ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି। NCB ସୋବିକ ଚକ୍ରବର୍ତ୍ତୀଙ୍କ ଲାପଟପ ମଧ୍ୟ ଜବତ କରି ନେଇଛି।
ଡ୍ରଗ୍ସ ଡିଲର ବାସିତଙ୍କର ହେବ ମେଡ଼ିକାଲ ଟେଷ୍ଟ: ମିଡିଆ ରିପୋର୍ଟ ମୁତାବକ, NCBର ଡେପୁଟି ଡ଼ାଇରେକ୍ଟର କେପିଏସ ମଲହୋତ୍ରା ପୁଷ୍ଟି କରିଛନ୍ତି ଯେ, ସୋବିକ ଏବଂ ମିରାଣ୍ଡାଙ୍କୁ ଏକ ସାଙ୍ଗରେ ପଚରାଉଚରା କରାଯିବ। ସେହିପରି ପୂର୍ବରୁ ହୀରାସତରେ ନିଆଯାଇଥିବା ଡ୍ରଗ୍ସ ବ୍ୟୋଆରୀ ବାସିତଙ୍କୁ ମେଡ଼ିକାଲ ପରୀକ୍ଷା କରାଯିବ। ଏହାପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହଜାର କରାଯାଇ ପାରେ।
ରିୟା ଏବଂ ସୋବିକଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିଲା କଥା: ୧୫ ମାର୍ଚ୍ଚ ୨୦୨୦ରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୋବିକଙ୍କ ମଧ୍ୟରେ ହ୍ଵାଟ୍ସଆପ ଚାଟ କରାଯାଇଛି, ଯେଉଁଠାରେ ଭାଇ ଭଉଣୀ ଗଞ୍ଜେଇ ଉପରେ କଥାବାର୍ତ୍ତା ହେଉଥିଲେ। ଏକ ବ୍ୟକ୍ତିଗତ ହ୍ଵାଟ୍ସଆପ ଗ୍ରୁପରେ ଡ୍ରଗ୍ସ କିଣିବାକୁ ନେଇ କଥାବାର୍ତ୍ତା କରୁଥିଲେ। ଏହି ଗ୍ରୁପରେ ରିୟା, ସୋବିକ, ସାମୁଏଲ ମିରାଣ୍ଡା, ଦିପେଶ ସାୱନ୍ତ ଶାମିଲ ରହିଥିଲେ।
ରିୟା ଚାଟରେ ସୋବିକଙ୍କୁ ପଚାରିଛନ୍ତି, କେତେ ଗଞ୍ଜେଇର ଆବଶ୍ୟକ ଅଛି। ସେତେବେଳେ ତାଙ୍କ ଭାଇ କହିଛନ୍ତି ସେ ଏହାକୁ କେମିତି କିଣିବେ?
ରିୟାଙ୍କ ଭାଇ ପାଖରେ କେମିତି ପହଞ୍ଚିଲା ସିବିଆଇ?
NCB ବୁଧବାର ଦିନ ଏକ କଥିତ ଡ୍ରଗ୍ସ ଡିଲର ଜେଦ ଗିରଫ କରିଛି, ଯାହାଦ୍ୱାରା ବାସିତ ନାମକ ଜଣେ ଅନ୍ୟ ବ୍ୟକ୍ତିଙ୍କ ନାମ ଉଜାଗର କରିଥିଲେ ଯିଏ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୋବିକ ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ରହିଥିଲା। ଏହାଦ୍ବାରା ପ୍ରଥମ ସୂତ୍ର କହିଥିଲେ ଯେ, ଜେଦ ସୋବିକଙ୍କୁ ଜାଣିଥିଲା ଏବଂ ତାଙ୍କୁ ଡ୍ରଗ୍ସ ଦେଉଥିଲେ। କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ, ବାସିତ ଜଣେ ମଧ୍ୟସ୍ତି ଥିଲେ ଏବଂ ତାଙ୍କୁ ମଧ୍ୟ ଗିରଫ କରିନିଆ ଯାଇଛି।
ସୁଶାନ୍ତଙ୍କ କେସରେ ସିବିଆଇର ପ୍ରଥମ ବୟାନ:
ସିବିଆଇ ଗୁରୁବାର ଦିନ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରଥମ ବୟାନ ଜାରି କରିଛି। ବୟାନରେ ସିବିଆଇ କହିଛନ୍ତି ଯେ, ନ୍ୟୁଜ ଚ୍ୟାନେଲରେ ଅନେକ ଭୁଲ ଖବର ପ୍ରସାରିତ ହେଉଛି। ସେ କହିଥିଲେ ଯେ, ଏଜେନ୍ସି ସେମାନଙ୍କୁ କୌଣସି ନ୍ୟୁଜ ସେୟାର କରି ନାହିଁ। ସିବିଆଇ ଅଧିକାରୀ ମାନେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ହତ୍ୟାର କୌଣସି ପ୍ରମାଣ ନଥିବାର ସୂଚନା ଦେଇଛନ୍ତି।