ସୁଶାନ୍ତ ସିଂହ ରାଜପୁତ ଙ୍କୁ ଏ ଦୁନିଆ ଛାଡ଼ିବା ୧୩ ଦିନ ହୋଇସାରିଛି । ତାଙ୍କର ପରିବାର ଓ ତାଙ୍କୁ ଚାହୁଁଥିବା ଲୋକ ଏବେ ପର୍ଯ୍ୟନ୍ତ ତାଙ୍କୁ ଭୁଲି ପାରୁନାହାଁନ୍ତି । ଏମିତି ରେ ଅଭିନେତା ଙ୍କ ପରିବାର ର ଏକ ଷ୍ଟେଟମେଣ୍ଟ କେଶ ପାଇଁ ଜାରୀ କରିଛନ୍ତି । ଏହି ଷ୍ଟେଟମେଣ୍ଟ ସାହାଯ୍ୟରେ ସେ ନିଜର ପ୍ରିୟ ପୁଅ ସୁଶାନ୍ତ ଙ୍କୁ ଧନ୍ୟବାଦ କହିଛନ୍ତି ଓ ତାଙ୍କୁ ମନେ ରଖିବା ପାଇଁ ବଡ଼ ଘୋଷଣା ମଧ୍ୟ କରିଲେ । କହିରଖୁଛୁ କି ସୁଶାନ୍ତ ଙ୍କୁ ଘରେ ଭଲ ପାଇବାରେ ଗୁଲସନ ନାମ ରେ ଡାକୁ ଥିଲେ ।
ଘରଲୋକ ଜାରୀ କରିଲେ ଏହି ଷ୍ଟେଟମେଣ୍ଟ
ସୁଶାନ୍ତ ସିଂହ ଙ୍କ ଘରଲୋକ ଷ୍ଟେଟମେଣ୍ଟ ଜାରୀ କରି ଲେଖିଛନ୍ତି କି ଧନ୍ୟବାଦ ସୁଶାନ୍ତ । ଦୁନିଆ ପାଇଁ ଯିଏ ସୁଶାନ୍ତ ସିଂହ ରାଜପୁତ ଥିଲେ ସେ ନିଜ ପରିବାର ପାଇଁ ଗୁଲସନ ଥିଲେ । ସେ ବହୁତ ଖୋଲା ମିଜାଜ , ବୁଦ୍ଧିମାନ ଓ ଗୋପୁଡି ବାଳକ ଥିଲା । ସେ ସବୁ ଜିନିଷରେ ମନ ଦେଉଥିଲା । ତାଙ୍କ ସ୍ବପ୍ନ କେବେ କୌଣସି ଜିନିଷ ରେ ରୋକୁ ନ ଥିଲା ଓ ସେ ଏକ ସିଂହ ର4 ହୃଦୟ ଭଳି ସ୍ବପ୍ନ କୁ ପିଛା କରୁଥିଲେ । ସେ ମନ ଖୋଲି ହସୁ ଥିଲେ ।
ଘରଲୋକ ଆଗକୁ ଲେଖିଛନ୍ତି କି ସେ ନିଜର ପରିବାର ର ଗର୍ବ ଓ ପ୍ରେରଣା ଥିଲେ । ତାଙ୍କର ଟେଲିସ୍କୋପ ତାଙ୍କର ସବୁଠୁ ପ୍ରିୟ ଜିନିଷ ଥିଲା ଯେଉଁଥିରେ ସେ ତାରା ମାନଙ୍କୁ ଦେଖୁଥିଲେ । ଅଭିନେତା ଙ୍କ ଘର ଲୋକ ଏବେ ଏହି କଥା କୁ ବିଶ୍ୱାସ କରି ପାରୁନାହାଁନ୍ତି କି ଏବେ ସେମାନେ ଆଉ ତାଙ୍କ ହସ ଦେଖି ପାରିବେ ନାହିଁ । ତାଙ୍କର ଚମକୁ ଥିବା ଆଖି ଦେଖି ପାରିବେ ନାହିଁ ଓ ସାଇସ ବିଷୟରେ ତାଙ୍କର ନ ସରୁଥିବା କଥା ଆଉ ଶୁଣି ପାରିବେ ନାହିଁ । ସୁଶାନ୍ତ ଙ୍କ ଯିବା ପରେ ତାଙ୍କ ଘରେ ଖାଲିପଣ ଖେଳାଇ ଯାଇଛି ଯାହା କେବେ ଶେଷ ହେବ ନାହିଁ । ସେ ସତରେ ନିଜର ସବୁ ଫ୍ୟାନ ଙ୍କୁ ଭଲ ପାଉଥିଲେ ।
ଟ୍ୟାଲେଟେଡ ଙ୍କୁ ସାହାଯ୍ୟ କରିବା ପାଇଁ ଖୋଲିବ SSR ଫାଉଣ୍ଡେସନ
ଷ୍ଟେଟମେଣ୍ଟ ରେ ଆଗକୁ ଲେଖା ଯାଇଛି କି ତାଙ୍କୁ ସବୁ ଦିନ ମନେ ରଖିବା ପାଇଁ ଏକ ଫାଉଣ୍ଡେସନ ତିଆରି କରାଯାଉଛି । ପୋଷ୍ଟ୍ ରେ ଲେଖା ଯାଇଛି କି ଆମର ଗୁଲସନ ଙ୍କୁ ଏତେ ଭଲ ପାଇବା ଦେବା ପାଇଁ ଧନ୍ୟବାଦ । ତାଙ୍କର ସ୍ମୃତି ଓ ଲିଗେସୀ କୁ ସମ୍ମାନ ଦେବା ପାଇଁ ପରିବାର ସୁଶାନ୍ତ ସିଂହ ରାଜପୁତ ଫାଉଣ୍ଡେସନ ର ନିର୍ମାଣ କରୁଛନ୍ତି । ଏଥିରେ ସୁଶାନ୍ତ ଙ୍କ ପସନ୍ଦ ର ଜାଗା ମାନେ ବିଜ୍ଞାନ , ସିନେମା ଓ ଖେଳ ରେ ଆସୁଥିବା ଯୁବ ଟ୍ୟାଲେଣ୍ଟ ଙ୍କୁ ସପୋର୍ଟ କରାଯିବ । ସାଥିରେ ପାଟଣା ର ରାଜୀବ ନଗର ସ୍ଥିତ ତାଙ୍କର ଘର କୁ ମେମୋରିଆଲ ରେ ପରିବର୍ତ୍ତନ କରାଯିବ । ଆମେ ଏଠାରେ ତାଙ୍କର ନିଜସ୍ୱ ଜିନିଷ ରଖିବା ଯେଉଁଥିରେ ତାଙ୍କର ହଜାର ହଜାର ବହି , ଟେଲିସ୍କୋପ ସହିତ ଅନ୍ୟ ଜିନିଷ ମଧ୍ୟ ରହିବ । ଏହା ଦ୍ବାରା ଫ୍ୟାନ୍ସ ଓ ଶୁଭଚିନ୍ତକ ତାଙ୍କ ସହ ଯୋଡ଼ି ହୋଇ ରହିବେ ।
ଷ୍ଟେଟମେଣ୍ଟ ର ଶେଷ ରେ କୁହାଯାଇଛି କି ସୁଶାନ୍ତ ଙ୍କ ସମସ୍ତ ସୋସିଆଲ ଆକାଉଣ୍ଟ ଙ୍କୁ ଏବେ ତାଙ୍କର ପରିବାର ଲୋକ ସମ୍ଭାଳିବେ । ଏହା ସାହାଯ୍ୟରେ ତାଙ୍କର ସ୍ମୃତି ତାଜା ରହିବ । ପରିବାର ସମସ୍ତ ଫ୍ୟାନ ଙ୍କ ଭଲ ପାଇବା ଓ ସପୋର୍ଟ ପାଇଁ ଧନ୍ୟବାଦ ଦେଇଛନ୍ତି ।
କହିରଖୁଛୁ କି ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ ରେ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟ ରେ ଆତ୍ମହତ୍ୟା କରିଥିଲେ । ସେ ଡିପ୍ରେସନ ରେ ରହିଥିଲେ । ସବୁବେଳେ ହସୁଥିବା ସୁଶାନ୍ତ ଏତେ ବଡ଼ ପଦକ୍ଷେପ ଉଠାଇବେ ଜଣା ନ ଥିଲା । ପୋଲିସ ଏହି ମାମଲା ର ଯାଞ୍ଚ କରୁଛି । ଏମିତି ରେ ତାଙ୍କ ସାଙ୍ଗ , ପରିବାର ଓ ପାଖ ଲୋକ ଙ୍କୁ ଜେରା କରାଯାଉଛି ।