ସୁଶାନ୍ତ ସିଂ ରାଜ ପୁତଙ୍କ ଆତ୍ମହତ୍ୟା କରିବା ପଛରେ ସଲମାନ ଖାନ, କରନ ଜୋହର ସମେତ ୮ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ କେଶ ରୁଜୁ କରିଛି

ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ମାମଲାକୁ ନେଇ ସାରା ଦେଶରେ ଶୋକର ଛାଇ ଖେଳିଯାଇଥିଲା। ବହୁତ ଲୋକ CBI ର ତଦନ୍ତ ଦାବି କରିଲେ ଶେଷରେ ସେଇଆ ମଧ୍ୟ ହେଲେ ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା କରିବାକୁ ଉସ୍କେଇଥିବା କାରଣରୁ ଫିଲ୍ମ ନିର୍ମାତା- ନିର୍ଦେଶକ କରନ ଯୋହର, ଏକତା କାପୁର, ସଞ୍ଜୟ ଲୀଳା ଭଂସାଲି ଓ ଅଭିନେତା ସଲମାନ ଖାନ ସମେତ ୮ ଜଣଙ୍କ ଉପରେ ମାମଲା ରୁଜ୍ଜୁ ହୋଇଛି।

ବିହାରର ଓକିଲ ସୁଧୀର ଓଝା ଏହି ଦାମୀ ଜଣା ଶୁଣା ଲୋକଙ୍କ ବିରୋଧରେ ଏହି କେଶ ଦାଖଲ କରିଛନ୍ତି। ଓକିଲ ସମସ୍ତଙ୍କ ଉପରେ ଆଇପିଏସ୍ ଧାରା ୩୦୬, ୧୦୯, ୫୦୪ ଏବଂ ୫୦୬ ଧାରା ଲଗେଇ ମୁଜାଫର୍ କୋର୍ଟ ରେ କେଶ କରିଛନ୍ତି।

ଫିଲ୍ମ ଇଣ୍ଡେ଼ଷ୍ଟ୍ରି କରିଥିଲା ନେସେଧ:

ସୁଶାନ୍ତ ସିଂ ରାଜପୁତ ମରିବା ପରେ ବହୁତ ଲୋକ କହୁଥିଲେ ତାଙ୍କୁ ବହୁତ ହଇରାଣ କରାଯାଉଥିଲା। ଯେଉଁଥି ପାଇଁ ସେ ଆତ୍ମ ହତ୍ୟା କରିନେଲେ। ଫିଲ୍ମ ଇଣ୍ଡେଷ୍ଟ୍ରି ରେ ବହୁତ କଳାକାର ମାନଙ୍କ ଅଭିଯୋଗ କି ଇଣ୍ଡଷ୍ଟ୍ରି ରେ ଆତ୍ମୀୟତ ଭବ ନିର୍ମାତା ମାନଙ୍କ ଭିତରେ ଚାଲୁଅଛି ଓ ଏହି ଆତ୍ମୀୟତା ଭାବ ର ଶିକାର ସୁଶାନ୍ତ ସିଂ ରାଜପୁତ ହୋଇଛନ୍ତି। ଚଳଚ୍ଚିତ୍ର ଜଗତର ପ୍ରେସିଡେଣ୍ଟ ଲୋକମାନଙ୍କ କହିବା ମୁତାବକ ସୁଶାନ୍ତ ସିଂ ରାଜପୁତ ଙ୍କ ମାନସିକ ଭାବରେ ହଇରାଣ କରାଯାଉଥିଲା। କରନ ଯୋହର୍, ସଲମାନ ଖାନ, ଏକତା କାପୁର୍, ସଞ୍ଜୟ ଲୀଳା ଭଂସାଳି ତାଙ୍କ ପ୍ରଡକ୍ସନ ହାଉସ ରୁର୍ ବ୍ୟାନ୍ କରିଦେଇଥିଲେ। ଯେଉଁଥି ପାଇଁ ତାଙ୍କୁ କୌଣସି ସିନେମା ମିଳି ପାରୁନଥିଲା। ଏତିକି ହିଁ ନୁହେଁ ତାଙ୍କୁ ଦିଆଯାଇଥିବା ୭ଟି ସିନେମା ର ସୁଯୋଗ କୁ ମଧ୍ୟ ସେମାନେ ଫେରେଇ ନେଇଥିଲେ। ଯେଉଁଥି ପାଇଁ ସୁଶାନ୍ତ ସିଂ ରାଜପୁତ ଚାପ ଗ୍ରସ୍ତ ଅବସ୍ଥାକୁ ଆସିଯାଇଥିଲେ।

ଶୋଷଣ ର ହେଲେ ଶିକାର:

ବଲିଉଡ୍ ର କେତେକଙ୍କ ଆରୋପ ଏହା କି ସିନେମା ଜଗତ ଦ୍ଵାରା ସୁଶାନ୍ତ ସିଂ ରାଜପୁତ ଙ୍କ ଶୋଷଣ କରାଯାଉଥିଲା ଯେଉଁଥି ପାଇଁ ସେ ବହୁତ ଅବସାଦରେ ରହୁଥିଲେ ଏବଂ ଶେଷରେ ନିଜ ଜୀବନ ହରାଇ ଦେଲେ। ପୋଲିସ ଯାଞ୍ଚ କରି ଏହା ମଧ୍ୟ କହିଥିଲେ କି ସୁଶାନ୍ତ ସିଂ ବହୁତ ଦିନ ହେଲା ଘମ୍ଭିର ଚିନ୍ତାରେ ରହୁଥିଲେ ଯେଉଁ କାରଣରୁ ସେ ଆତ୍ମ ହତ୍ୟା କରିଛନ୍ତି।

ବିଜେପି ସାଂସଦ ଯାଞ୍ଚ କରିବାକୁ କହିଛନ୍ତି:

ବିଜେପି ସାଂସଦ ନିଜର ଏକ ଭିଡ଼ିଓ ରେ କହିଛନ୍ତି ବଲିଉଡ ର ସେଇ ମାନଙ୍କ ଉପରେ କେଶ କରାଯାଉ ଯେଉଁ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ କରେଉଥିବା ଫିଲ୍ମ ସାଇନ୍ କୁ ପୁଣି ଥରେ ଫେରେଇ ନେଇଥିଲେ ଓ ଯେଉଁ ପ୍ରଡକ୍ସନ ହାଉସ ସୁଶାନ୍ତ ସିଂ ରାଜପୁତ ଙ୍କୁ ବ୍ୟାନ କରିଦେଇଥିଲେ। ଏହି ମାନଙ୍କ ଉପରେ ଆତ୍ମହତ୍ୟା କରିବାକୁ ଉତ୍ସାହିତ କରିଥିବା ମାମଲା ରୁଜ୍ଜୁ କରାଯାଉ

କଙ୍ଗନା ବି ଉଠେଇଲେ ସ୍ୱର:

ଅଭିନେତ୍ରୀ କଙ୍ଗନା ଏକ ଭିଡ଼ିଓ ସେୟାର କରି କହିଛନ୍ତି କି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିନାହାନ୍ତି ତାଙ୍କର ମର୍ଡର ହୋଇଛି। ସେ ସିଧା ସଳଖ ଭାବରେ ବଲିଉଡ ଉପରେ ଆରୋପ ଲଗେଉଛନ୍ତି। ତାଙ୍କୁ ମରିବାକୁ ବାଧ୍ୟ କରାଯାଇଛି ବୋଲି ସେ ଆରୋପ ଲଗେଇଛନ୍ତି। ଏହା ସହିତ ଆହୁରି ଅନେକ କଳାକାର ମଧ୍ୟ ବଲିଉଡ୍ ଉପରେ ଆରପ ଲଗାଉଛନ୍ତି।

Leave a Reply

Your email address will not be published. Required fields are marked *