ଭୋପାଳ ନିକଟରେ ସ୍ଥିତ ହଲାଲୀ ଡ୍ୟାମ ବୁଲିବାକୁ ଆସିଥିବା ଜଣେ ଡାକ୍ତରଙ୍କ ସହିତ ଏକ ଦୁର୍ଘଟଣା ହୋଇଗଲା। ଛୁଟି ମାନଇବାକୁ ଆସିଥିବା ଏହି ଦମ୍ପତିଙ୍କ ସହିତ ଯାହା ହୋଇଥିଲା ତାହା କେବେହେଲେ ସେମାନେ ଆଶା କରି ନଥିବେ। ପତ୍ନୀମାନେ ସର୍ବଦା ଚାହାନ୍ତି ଛୁଟିରେ ତାଙ୍କ ସ୍ୱାମୀ ତାଙ୍କୁ କେଉଁଠିକୁ ବୁଲାଇ ନିଅନ୍ତୁ କିନ୍ତୁ ଏଠାରେ ସ୍ଵାମୀଙ୍କ ସହିତ ବୁଲିବା ପତ୍ନୀଙ୍କ ପାଇଁ ସାଜିଥିଲା କାଳ। ଡ୍ୟାମ ପାଖରେ ତାଙ୍କ ପତ୍ନୀ ସେଲ୍ଫି ନେଉଥିଲେ ସେତେବେଳେ ତାଙ୍କର ସନ୍ତୁଳନ ବିଗିଡି ଯାଇଥିଲା ଏବଂ ସେ ୧୦ରୁ ୧୨ ଫୁଟ ତଳକୁ ପାଣିରେ ପଡିଗଲେ।
ଭୋପାଳର କୋଲାରରେ ରହୁଥିବା ଡାକ୍ତର ଉତ୍କର୍ଷ ମିଶ୍ର ନିଜ ପତ୍ନୀ ହିମାନୀ ମିଶ୍ରଙ୍କ ସହିତ ଭୋପାଳରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ହଲାଲୀ ଡ୍ୟାମ ବୁଲିବାକୁ ଯାଇଥିଲେ। କିନ୍ତୁ ଖୁସିର ସମୟ ବିତାଇବାକୁ ଡ୍ୟାମକୁ ଆସିଥିବା ଏହି ଦମ୍ପତିଙ୍କ ଜୀବନରେ ଖେଳିଯାଇଥିଲା ଶୋକର ଛାୟା। ତେବେ ରବିବାର ଦିନକୁ ଛୁଟି ହୋଇଥିବା କାରଣରୁ ଭୋପାଳର ଅନେକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି।
ଡାକ୍ତର ଉତ୍କର୍ଷ ମିଶ୍ରଙ୍କ କହିବା କଥା ଯେ,”ମୁଁ ମୋ ଫୋନରେ ମେସେଜ ଚେକ କରୁଥିଲି। ଏଥିମଧ୍ୟରେ ମୋ ପତ୍ନୀ ମୋବାଇଲରେ ସେଲ୍ଫି ନେବା ଆରମ୍ଭ କରିଦେଇଥିଲେ ଏବଂ କେତେବେଳେ କେଜାଣି ତାଙ୍କ ପାଦ ଖସିଗଲା।”
ସ୍ୱାମୀ କହିଲେ ଯେ, ସନ୍ତୁଳନ ହରାଇ ପତ୍ନୀଙ୍କର ପାଦ ଖସି ଯିବା ପରେ ସେ ୧୦ରୁ ୧୨ ଫୁଟ ତଳକୁ ପଡି ଯାଇଥିଲେ ଏବଂ ପାଣିରେ ପ୍ରବାହିତ ହୋଇଯାଇଥିଲେ। ଦେଖୁ ଦେଖୁ ମୋ ଆଖି ଆଗରୁ ମୋ ପତ୍ନୀ ଅଦୃଶ୍ୟ ହୋଇଗଲେ।
ଏହି ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚିଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା। ଏହି ଉଦ୍ଧାର କାର୍ଯ୍ୟ ରାତି ସାରା ଚାଲିଥିଲା କିନ୍ତୁ ମହିଳାଙ୍କ ଶରୀରକୁ ଖୋଜା ଯାଇ ପାରି ନଥିଲା। ସୋମବାର ଦିନ ସକାଳୁ ପୁଣିଥରେ ଉଦ୍ଧାରକାରୀ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲା କିନ୍ତୁ ଖବର ପେଖାଯିବା ବେଳକୁ ମହିଳାଙ୍କ ଶରୀରର ସନ୍ଧାନ ମିଳିପାରି ନଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।