ସୈଫଙ୍କ ଝିଅ ବଲିଉଡ ମାଫିଆଙ୍କ ଚାପରେ ଆସି ଭାଙ୍ଗିଥିଲେ କି ସୁଶାନ୍ତଙ୍କ ସହିତ ସମ୍ପର୍କ, ଆଶ୍ଚର୍ଯ୍ୟଜନକ ଖୁଲାସା।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତ୍ୟେକ ଦିନ କିଛି ନୁଆଁ ଶୁଣିବାକୁ ଏବଂ ଦେଖିବାକୁ ମିଳୁଛି। ସୁଶାନ୍ତଙ୍କ ଜଣେ ବନ୍ଧୁ ସୁଶାନ୍ତ ଏବଂ ସୈଫ ଅଲି ଖାନଙ୍କ ଝିଅ ସାରାଙ୍କ ସମ୍ପର୍କକୁ ନେଇ କିଛି ଆଶ୍ଚର୍ଯ୍ୟ କରିବା ପରି ଖୁଲାସା କରିଛନ୍ତି। ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ହାଔକିପ ଦାବି କରି କହିଛନ୍ତି ଯେ, ସୁଶାନ୍ତ ଏବଂ ସାରା ଅଲ୍ଲୀ ଖାନ ସମ୍ପର୍କରେ ଥିଲେ। ସାମୁଏଲଙ୍କ ମୁତାବକ ଦୁଇଜଣ ସମ୍ପୂର୍ଣ୍ଣ ପ୍ରେମ ସମ୍ପର୍କରେ ଥିଲେ ଏବଂ ଫିଲ୍ମ “କେଦାରନାଥ”ର ପରମୋଶନ ସମୟରେ ପରସ୍ପରଙ୍କ ଠାରୁ ଗୋଟିଏ ମୁହୂର୍ତ୍ତ ଅଲଗା ହୋଇ ରହୁ ନଥିଲେ।

ସାମୁଏଲ ସନ୍ଦେହ ଜାହିର କରିଛନ୍ତି ଯେ, ସୁଶାନ୍ତଙ୍କ ସହିତ ବ୍ରେକଅପର ନିଷ୍ପତ୍ତି ସାରା ବଲିଉଡର ମାଫିଆଙ୍କ କୌଣସି ପ୍ରକାରର ଚାପରେ ଆସି ନେଇଥିଲେ। କାରଣ ଦୁଇଜଣଙ୍କ ସମ୍ପର୍କରେ ସେମିତି କୌଣସି ପ୍ରକାରର ସମସ୍ୟା ନଥିଲା।

ସାମୁଏଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ଚଉଡା ପୋଷ୍ଟ ସେୟାର କରି ଆମେରିକାର ଉପନ୍ୟାସକାର, ସ୍କ୍ରିପ୍ଟ ରାଇଟର ଏବଂ ଡ଼ାଇରେକ୍ଟର ଷ୍ଟିଫନ ଚ୍ବୋସ୍କିଙ୍କ ପଂକ୍ତିକୁ କୋଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ ଯେ, ” ଆମେ ସେହି ପ୍ରେମକୁ ସ୍ୱୀକାର କରିଥାଉ ଯାହା ଆମ ହିସାବରେ ଆମକୁ ମିଳିଥାଏ।”

ସାମୁଏଲ ଆଗକୁ ଲେଖିଛନ୍ତି,” ମୋର କେଦାରନାଥର ପ୍ରମୋଶନ ଅବସରର ସମୟ ମନେ ଅଛି….ସୁଶାନ୍ତ ଏବଂ ସାରା ପ୍ରେମ ସମ୍ପର୍କରେ ଥିଲେ, ସମ୍ପୂର୍ଣ୍ଣ ସ୍ୱଚ୍ଛ ହୃଦୟ ଏବଂ ଛୋଟ ପିଲାଙ୍କ ପରି ଚପଲତା ଥିଲା ଦୁଇଜଣଙ୍କ ଠାରେ। ଦୁଇଜଣଙ୍କର ପରସ୍ପର ପ୍ରତି ବହୁତ ସମ୍ମାନ ରହିଥିଲା, ଯାହା ଆଜିକାଲିର ସମ୍ପର୍କରେ ବହୁତ କମ ଦେଖିବାକୁ ମିଳିଥାଏ।

ସେ ଲେଖିଥିଲେ, “ସାରା ଯେତେବେଳେ ସୁଶାନ୍ତଙ୍କ ସହିତ ଥିଲେ ସେତେବେଳେ ତାଙ୍କ ସହିତ ଜଡିତ ସମସ୍ତ ଲୋକ ଯେମିତିକି ପରିବାର ଲୋକ, ବନ୍ଧୁ କିମ୍ବା ଷ୍ଟାଫ ସେ ଯିଏ ବି ହୁଅନ୍ତୁ ନା କାହିଁକି ସାରା ସମସ୍ତଙ୍କୁ ମନର ସହିତ ବହୁତ ସମ୍ମାନ କରୁଥିଲେ। ମୋତେ ଲାଗୁଛି ଯେ ବକ୍ସ ଅଫିସରେ “ସୋନଚିରିୟା”ର ଖରାପ ପ୍ରଦର୍ଶନ ପରେ ସାରାଙ୍କ ସହିତ ସୁଶାନ୍ତଙ୍କର ବ୍ରେକଅପ ବ୍ରେକଅପ ଆଉ ବଲିଉଡ ମାଫିଆ ଚାପରେ ହୋଇନାହିଁ ତ?”

ସାମୁଏଲ ଏହା ମଧ୍ୟ କହିଛନ୍ତି ଯେ, ପାଖାପାଖି ବର୍ଷେ ପୂର୍ବରୁ ସାରା ଏବଂ ସୁଶାନ୍ତ ଥାଇଲାଣ୍ଡ ବୁଲିବାକୁ ଯାଇଥିଲେ। ଏହି ଟ୍ରିପ ସମୟରେ ସାରା, ସୁଶାନ୍ତଙ୍କ ସହିତ ସାମୁଏଲ ମଧ୍ୟ ତାଙ୍କ ସହିତ ଥିଲେ।

ମିଡ଼ିଆ ନଜରରୁ ନିଜକୁ ବଞ୍ଚାଇବା ପାଇଁ ଏହି ସମୟରେ ସୁଶାନ୍ତ ମୁମ୍ବାଇ ଏୟାରପୋର୍ଟର ପଛ ଗେଟ ଦେଇ ବାହାରକୁ ଆସିଥିଲେ। ସେ ଚାହୁଁନଥିଲେ ମିଡ଼ିଆ ଏହି ଘଟଣାକୁ ନେଇ କୌଣସି ପ୍ରକାରର ହାଇଲାଇଟ ନକରୁ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *