ସୋସିଆଲ ମିଡିଆରେ ଭାଇରାଲ ହେଲା କରନ ଜୋହାରଙ୍କ ବିରୋଧୀ ଖବର। ନିଜ ଆତ୍ମୀୟମାନେ ଆଣିଲେ ଆଶ୍ଚର୍ଯ୍ୟଜନକ ଅଭିଯୋଗ।

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ ଦୁନିଆରେ ଆତ୍ମୀୟମାନଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ଏହାକୁ ନେଇ ଦର୍ଶକମନେ ମଧ୍ୟ ବିଭିନ୍ନ ମତ ରଖିଛନ୍ତି। କରନ ଜୋହାର, ସଲମାନ ଖାନ , ସଞ୍ଜୟ ଲୀଲା ଭନସାଲୀ, ଯଶ ରାଜ ଫିଲ୍ମ ଏବଂ ଭୂଷଣ କୁମାରଙ୍କ ବିରୋଧରେ କ୍ରମାଗତ ବିରୋଧୀ ମନ୍ତବ୍ୟ ଦେଇଆସିଛନ୍ତି। ତେବେ ଏହି କିଛି ଦିନ ମଧ୍ୟରେ ସର୍ବାଧିକ ଟ୍ରୋଲ କରନଙ୍କ ବିରୋଧରେ ହିଁ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଲୋକମାନେ କରନଙ୍କ ବିରୋଧରେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି ଏହା ଦେଖି କରନ ଭିତରୁ ଭାଙ୍ଗିପଡିଛନ୍ତି।

ସମଗ୍ର ଦୁନିଆ କରୋନା ଘେରି ରହିଥିବା ବେଳେ ଏହି ମହାମାରୀ ନିଜର ତାଣ୍ଡବଲୀଳା ବଢ଼ାଇ ଚାଲିଛି। କରୋନାର ସଂକ୍ରମଣକୁ ରୋକିବା ପାଇଁ ଦେଶ ବିଦେଶରେ ବିଭିନ୍ନ ନିୟମ ଲାଗୁ କରାଯାଇଛି। ସାଧାରଣ ଲୋକଙ୍କ ପରି ବଲିଉଡ ଅଭିନେତା ଏବଂ ଅଭିନେତ୍ରୀମାନେ ମଧ୍ୟ କେବଳ ଜରୁରୀ କାର୍ଯ୍ୟ ପାଇଁ ଘରୁ ବାହାରକୁ ବହାରୁଛନ୍ତି। ଏମିତି ପରିସ୍ଥିତିରେ ଅଭିନେତା ଓ ଅଭିନେତ୍ରୀମାନଙ୍କ ସହ ଜଡ଼ିତ ଭିଡିଓ, ଫୋଟୋ ଏବଂ ସେମାନଙ୍କ ଜୀବନଶୈଳୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୁଶାନ୍ତ ମୃତ୍ୟୁ ପରେ ବଲିଉଡ ଦୁନିଆରେ ଅତ୍ମୀୟତାଙ୍କୁ ନେଇ ଚାଲିଥିବା ବିବାଦ ବଢି ଚାଲିଛି। ତାଙ୍କ ମୃତ୍ୟୁ ପରେ ଲୋକମାନେ ସୋସିଆଲ ମିଡିଆରେ କରନଙ୍କ ପ୍ରତି ନାହିଁ ନଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି। କରନଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ସୋସିଆଲ ମିଡ଼ିଆରେ ଚାଲିଥିବା ଏପ୍ରକାର ଅସନ୍ତୋଷ ଦେଖି କରନ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସେ କିଛି କହିବା ପରିସ୍ଥିତିରେ ମଧ୍ୟ ନାହାନ୍ତି।

ଏଥିସହିତ ତାଙ୍କ ବନ୍ଧୁ ଜଣକ ଏହା ମଧ୍ୟ କହିଛନ୍ତି ଯେ କରନ ଯେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି ତାହା କେବଳ ସେ ହିଁ କହିପାରିବେ। ଆଜି ପର୍ଯ୍ୟନ୍ତ କରନଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଅନେକ ଟ୍ରୋଲ ହୋଇଛି ମାତ୍ର ସୁଶାନ୍ତଙ୍କ ମୃତ୍ୟୁ ପରେ ଲୋକମାନେ ଯେମିତି ଭାବରେ ତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ତାହା ଦେଖି କରନ ଭାଙ୍ଗି ପଡିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି କରନଙ୍କ ନିକଟବର୍ତ୍ତୀ ସମ୍ପର୍କୀୟମାନେ ଏବେ ଦର୍ଶକଙ୍କ କ୍ରୋଧର ଶିକାର ହୋଇ ପାରନ୍ତି। ଚଳଚ୍ଚିତ୍ର ନିର୍ମାତାମାନେ ଏଥିପାଇଁ ନିଜକୁ ଦୋଷୀ ବୋଲି ମନେ କରୁଛନ୍ତି। କରନ କାନ୍ଦି କାନ୍ଦି ପଚାରିଛନ୍ତି କି ତାଙ୍କର କଣ ଭୁଲ ଥିଲା କଣ ପାଇଁ ସମସ୍ତେ ତାଙ୍କୁ ଟାର୍ଗେଟ କରୁଛନ୍ତି।

Leave a Reply

Your email address will not be published. Required fields are marked *