ପତି ପତ୍ନୀଙ୍କ ସମ୍ପର୍କ ପ୍ରେମ ଏବଂ ବିଶ୍ୱାସ ଉପରେ ନିର୍ଭର କରିଥାଏ। ଯଦି ଏଥିରେ ସାମାନ୍ୟ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ ତେବେ ସମ୍ପର୍କ ଭାଙ୍ଗି ଯାଇଥାଏ। ତେବେ ପ୍ରତାରକ ମାନଙ୍କ ପାଇଁ ସମ୍ପର୍କର ମୂଲ୍ୟ ନଥାଏ। ରେଡିଟରେ ଜଣେ ପ୍ରତାରକ ସ୍ୱାମୀଙ୍କ ଫୋଟୋ ଭାଇରାଲ ହେଉଛି। ଏହି ଧୋକାବାଜ ସ୍ୱାମୀ ଜଣକ ନିଜର ପତ୍ନୀଙ୍କୁ ପ୍ରଥମେ ଅନ୍ୟ କୌଣସି ମହିଳାଙ୍କ ସହିତ ପ୍ରତାରଣା କରିଥିଲେ କିନ୍ତୁ ଯେତେବେଳେ ପତ୍ନୀଙ୍କୁ ଜଣାପଡିଥିଲା
ସେତେବେଳେ ସ୍ଵାମୀ କ୍ଷମା ମାଗିବାର ଉପାୟ ଆପଣାଇ ନେଇଥିଲେ, ବର୍ତ୍ତମାନ ଏହାକୁ ନେଇ ଜବରଦସ୍ତ ଚର୍ଚ୍ଚା ଚାଲିଛି। ବ୍ୟକ୍ତି ଜଣକ ନିଜ ଶରୀରରେ ବହୁତ ବଡ଼ ଟାଟୁ ବନାଇଥିଲେ, ଯେଉଁଥିରେ ସେ କ୍ଷମା ମାଗିଥିଲେ। ସେ ଟାଟୁରେ ନିଜକୁ ମିଛୁଆ ଏବଂ ପ୍ରତାରକ କହିଥିଲେ। କିନ୍ତୁ ଏହି ବଡ଼ ଟାଟୁରେ ଏମିତି କିଛି ରହିଥିଲା, ଯାହା ଉପରେ ବ୍ୟକ୍ତିଙ୍କ ନଜର ଏକ ବର୍ଷ ପରେ ପଡିଥିଲା। ଏହି ଟାଟୁରେ ସ୍ପେଲିଙ୍ଗ ଭୁଲ ରହିଥିଲା। ଯେତେବେଳେ ଲୋକମାନେ ଏହା ଉପରକୁ ଧ୍ୟାନ ଦେଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ରେଡିଟରେ ଜଣେ ବ୍ୟକ୍ତିଙ୍କ ଫୋଟୋ ଚିତ୍ର ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ଛାତି ଉପରେ ଏକ ବଡ଼ ଟାଟୁ ନଜର ଆସୁଛି। ଏହି ବ୍ୟକ୍ତି ଜଣକ ନିଜର ପତ୍ନୀଙ୍କୁ ଧୋକା ଦେଇଥିଲେ। କିନ୍ତୁ ଯେତେବେଳେ ଧରା ପଡ଼ିଥିଲେ ସେତେବେଳେ ଏକ ଅଜବ ଉପାୟରେ କ୍ଷମା ମାଗିଥିଲେ କିନ୍ତୁ ତାଙ୍କ ଦ୍ୱାରା ଏମିତି ଏକ ଭୁଲ ହୋଇଥିଲା, ଯାହା ଉପରେ ଲୋକମାନଙ୍କର ନଜର ଏକ ବର୍ଷ ପରେ ପଡିଥିଲା।
ବ୍ୟକ୍ତି ଜଣକ ୨ ଜାନୁଆରୀ, ୨୦୧୯କୁ ନିଜର ପତ୍ନୀଙ୍କୁ ଅନ୍ୟ ଜଣେ ଝିଅ ସହିତ ମିଶି ଧୋକା ଦେଉଥିଲେ। କିନ୍ତୁ କ୍ଷମା ମାଗିବା ପାଇଁ ସେ ନିଜ ଧୋକା ବିଷୟରେ ଏକ ଟାଟୁ ମାଧ୍ୟମରେ ଲେଖାଇଥିଲେ। ଏଥିରେ ସେ ନିଜକୁ ପ୍ରତାରକ ଏବଂ ମିଛୁଆ କହିଥିଲେ।
କିନ୍ତୁ ଏହି ଟାଟୁରେ ଗୋଟିଏ ନୁହେଁ ବରଂ ଅନେକ ସ୍ପେଲିଙ୍ଗ ଭୁଲ ରହିଥିଲା। ଯେଉଁଠାରେ ସେ deceiverର ସ୍ପେଲିଙ୍ଗ ଭୁଲ ଲେଖାଇଥିଲେ।
ଏଥିସହିତ ସେ ଡିସରେସ୍ପେକ୍ଟଫୁଲର ସ୍ପେଲିଙ୍ଗ ମଧ୍ୟ ଭୁଲ ଲେଖିଥିଲେ। ଏହି ସବୁ ଭୁଲ ସୋସିଆଲ ମିଡିଆରେ ଲୋକଙ୍କ ନଜରକୁ ଆସିଥିଲା। ଯେଉଁଠାରୁ ଏହା ଭାଇରାଲ ହୋଇଯାଇଥିଲା।
ନିଜେ ଏହି ଟାଟୁର ଆର୍ଟିସ୍ଟ, ଯିଏ ଏହାକୁ ଗୋଟିଏ ବର୍ଷ ପୂର୍ବରୁ ବନାଇଥିଲେ ଏହି ଭୁଲ ଉପରେ ତାଙ୍କର ନଜର ମଧ୍ୟ ଏତେ ଦିନ ପରେ ପଡିଥିଲା। କିନ୍ତୁ ବର୍ତ୍ତମାନ ଏତେ ଦିନ ପରେ ଏହି ଭୁଲର ଫୋଟୋ ଚିତ୍ର ଭାଇରାଲ ହେବାରେ ଲାଗିଛି।