ହଠାତ କୁକୁଡ଼ା ପରି ବ୍ୟବହାର କରିବା ଆରମ୍ଭ କରିଦେଲେ ମହିଳା। ସକାଳୁ କୁକୁଡ଼ା ପରି ଶବ୍ଦ କରୁଛନ୍ତି, ଖାଇବା ମଧ୍ୟ କୁକୁଡ଼ା ପରି ଖାଉଛନ୍ତି।

ଡିପ୍ରେସନ ଏପରି ଏକ ଅବସ୍ଥା ଅଟେ ଯାହା କୌଣସି ମଣିଷକୁ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥାଏ। ଡିପ୍ରେସନରେ ମଣିଷ ନିଜ ଉପରେ ନିୟନ୍ତ୍ରଣ ହରାଇ ଦିଏ। ଏହା ଏକ ରୋଗ ଅଟେ, ଯେଉଁ ବିଷୟରେ ଲୋକମାନେ ସଚେତନ ନଥାନ୍ତି। ଲୋକ ଏହି ରୋଗର ଚିକିତ୍ସା କରି ନଥାନ୍ତି ଯେଉଁଥି ପାଇଁ ଏହାର ପରିଣାମ ଗମ୍ଭୀର ଏବଂ ଭୟଙ୍କର ହୋଇଥାଏ।

ବର୍ତ୍ତମାନ କରୋନା କାରଣରୁ ସମଗ୍ର ଦେଶରେ ଲକଡାଉନ ଲାଗି ରହିଛି। ଲଗାତର ଏତେ ସମୟ ପର୍ଯ୍ୟନ୍ତ ଘରେ ରହିବା ଦ୍ୱାରା କେତେକ ଲୋକ ଡିପ୍ରେସନର ଶିକାର ହେଉଛନ୍ତି। କେହିଁ କେହିଁ ଘରେ ବସି ବୋର ହେଇଯାଉଛନ୍ତି, ଆଉ କେହିଁ ନିଜର ବ୍ୟବସାୟ ପ୍ରଭାବିତ ହେଉଥିବାର ଦେଖି ଡିପ୍ରେସନରେ ରହୁଛନ୍ତି। ତେବେ ବେଲଜିୟମର ଏକ ଅଜବ ମାମଲା ସାମ୍ନାକୁ ଆସୁଛି। ଏଠାରେ ରହୁଥିବା ଏକ ମହିଳା ଡିପ୍ରେସନ କାରଣରୁ ନିଜକୁ କୁକୁଡ଼ା ଭାବିବାକୁ ଲାଗିଲେ। ସେ ସାଧାରଣ ଲୋକଙ୍କ ବଦଳରେ କୁକୁଡ଼ା ଭଳି ଆଚରଣ କରୁଛନ୍ତି।

ଜଣେ ମହିଳା ତାଙ୍କ ବଗିଚାରେ କୁକୁଡ଼ା ଭଳି ଚାଲୁଥିବା ଏବଂ କୁକୁଡ଼ା ପରି ଦାନା ଖାଉଥିବାର ଦେଖିବାକୁ ମିଳିଥିଲା। ବୈଜ୍ଞାନିକ ମାନଙ୍କ କହିବା କଥା ଯେ, ମେଣ୍ଟାଲ ହେଲଥ ଡିସଅର୍ଡର କାରଣରୁ ମହିଳା ଜଣକ ଏପରି ବ୍ୟବହାର କରୁଛନ୍ତି।

୫୪ ବର୍ଷୀୟ ଏହି ମହିଳା ଜଣକଙ୍କ ପରିଚୟ ବିଷୟରେ ବିବରଣୀ ଗୁପ୍ତ ରଖା ଯାଇଛି। ମହିଳା ବେଲଜିୟମର ଏକ ଫାର୍ମାସୀରେ କାମ କରନ୍ତି। ଏଥିସହିତ ତାଙ୍କ ଅତୀତର ଡ୍ରଗ୍ସ କିମ୍ବା ଅନ୍ୟ କୌଣସି ନିଶାର ରେକର୍ଡ ନାହିଁ।

ମହିଳାଙ୍କ ଭାଇ ତାଙ୍କୁ ନିଜ ବଗିଚାରେ କୁକୁଡା ପରି ଦାନା ଖାଉଥିବାର ଦେଖିବାକୁ ପାଇଥିଲେ। ଏଥିସହିତ ସେ କୁକୁଡ଼ା ପରି ନିଜ ବେକ ହଲାଉ ଥିବାର ମଧ୍ୟ ଦେଖିଥିଲେ। ବାସ୍ତବରେ ମହିଳାଙ୍କୁ ଏମିତି ଲାଗିବା ଆରମ୍ଭ ହୋଇଯାଇଥିଲା ଯେ ସେ ସତରେ ଗୋଟିଏ କୁକୁଡ଼ା। ସେ କୁକୁଡ଼ାଙ୍କ ଭଳି ଶବ୍ଦ ମଧ୍ୟ ବାହାର କରିଛନ୍ତି।

ଯାଞ୍ଚ କରବା ସମୟରେ ମହିଳା ଜଣକ କହିଲେ ଯେ, ଅଚାନକ ତାଙ୍କୁ ଏପରି ଅନୁଭବ ହେଲା ସେ ସତରେ ଗୋଟିଏ କୁକୁଡ଼ା ଅଟନ୍ତି। ତାଙ୍କ ପାଦରେ ଅଜବ ପ୍ରକାରର ସମ୍ବେଦନ ଅନୁଭବ ହେବାକୁ ଲାଗିଲା। ଏହା କିଛି ସମୟ ପରେ ତାଙ୍କୁ ଦୌରା ପଡିଲା ଏବଂ ସେ ଏକ କୁକୁଡ଼ା ପରି ଆଚରଣ କରିବାକୁ ଆରମ୍ଭ କରିଦେଲେ।

ମହିଳାଙ୍କ ପରିବାରର ଜଣେ ନିକଟତମ ବନ୍ଧୁଙ୍କର କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ଏହାପର ଠାରୁ ମହିଳା ଜଣକ ଡିପ୍ରେସନରେ ଥିଲେ। ବର୍ଷେ ପୂର୍ବରୁ ସେ ପୁନଃ ଚାକିରୀରେ ଯୋଗଦାନ ଦେବାକୁ ନିଷ୍ପତ୍ତି ନେଲେ। କିନ୍ତୁ ନିକଟରେ ହିଁ ତାଙ୍କୁ ଦୌରା ପଡିବା ଆରମ୍ଭ ହୋଇଗଲା। ଏହାପରେ ସେ ଆଚରଣରେ ଏକ କୁକୁଡ଼ା ହୋଉଗଲେ।

ଡାକ୍ତରଙ୍କ କହିବା ମୁତାବକ ମହିଳାଙ୍କ ସ୍ଥିତିକୁ ମେଡ଼ିକାଲ ଟର୍ମସରେ zoanthropy କୁହାଯାଏ। ଏହି ରୋଗରେ ଗୋଟେ ମଣିଷ ପଶୁ ହୋଇଯାଇଥାଏ। ତାକୁ ଏମିତି ଲାଗିଥାଏ କି ସେ ଗୋଟିଏ ପଶୁ। ଏବଂ ସେ ସେହି ପଶୁ ପରି କାର୍ଯ୍ୟ କରିବାକୁ ଲାଗିଯାଏ।

ଏପର୍ଯ୍ୟନ୍ତ ସମଗ୍ର ଦୁନିଆର ଏମିତି ୫୬ଟି ମାମଲା ସାମ୍ନାକୁ ଆସି ସାରିଛି। ୧୮୫୦ ରୁ ୨୦୧୨ ପର୍ଯ୍ୟନ୍ତ ଏହିସବୁ ରୋଗୀଙ୍କ ମାମଲା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ କିଛି ନିଜକୁ ସିଂହ ଭାବୁଥିଲେ ତ ଆଉ କିଛି ନିଜକୁ କୁକୁର, ମଗର ମାଛ, ବାଘ ଆଦି ଭାବୁଥିଲେ।

Leave a Reply

Your email address will not be published. Required fields are marked *