ହଠାତ ପ୍ରକଟ ହେଲା ଭଗବାନ ଶିବଙ୍କ ଚାମତ୍କାରୀ ବିଗ୍ରହ। ନାଗଦେବତା ଦେଖାଇଲେ ରାସ୍ତା।

ଆମେ ସମସ୍ତେ ଜାଣନ୍ତି ଗୋଟିଏ ବର୍ଷରେ ୧୨ମାସ ରହିଥାଏ। ମାତ୍ର ଏହି ୧୨ମାସ ମଧ୍ୟରେ ଶ୍ରାବଣ ମାସ ଶିଵ ଭକ୍ତ ମାନଙ୍କ ପାଇଁ ଅଧିକ ମହତ୍ତ୍ଵ ରଖିଥାଏ। ଦେବ ଦେବ ମହାଦେବଙ୍କୁ ଭକ୍ତ ମାନେ ଶ୍ରଦ୍ଧାରେ ଭୋଳା ଶଙ୍କର କହିଥାନ୍ତି। କଥିତ ଅଛି ଶ୍ରାବଣ ମାସରେ ପଵିତ୍ର ମନରେ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କଲେ ପ୍ରଭୁ ଭୋଳା ଶଙ୍କର ଭକ୍ତମାନଙ୍କୁ ମନବାଞ୍ଚିତ ଫଳ ପ୍ରଦାନ କରିଥାନ୍ତି। ଏବେ ଶ୍ରାବଣ ମାସ ଆରମ୍ଭରେ ପୁଣିଥରେ ସମଗ୍ର ପୃଥିବୀ ଶିବମୟ ହୋଇ ଉଠିଛି। ଏହି ମାସରେ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ କରିବେ। ତେବେ ଧରାପୃଷ୍ଠରେ ଦେବଧିଦେବ ମହାଦେବଙ୍କର ଏମିତି କିଛି ମନ୍ଦିର ରହିଛି ଯେଉଁଠି ଭୋଳାନାଥ ସ୍ୱୟଂ ଦର୍ଶନ ଦବାକୁ ଆସିଥାନ୍ତି।

ଆପଣମାନେ ମଧ୍ୟ ମହାଦେବଙ୍କ ଅନେକ ଚମତ୍କାର ବିଷୟରେ ଶୁଣିଥିବେ। ଭୋଳାନାଥ ନିଜ ଭକ୍ତଙ୍କ ରକ୍ଷା ପାଇଁ ସ୍ୱୟଂ ଚାଲି ଆସିଥାନ୍ତି। ଭଗବାନ ଶିବଙ୍କ ଏପରି ଚମତ୍କାର ମନ୍ଦିର ରହିଛି ଯେଉଁଠାରେ ଲୋକମାନେ ମହାଦେବଙ୍କ ଏମିତି ଏକ ଚମତ୍କାର ଦେଖି ସ୍ତବ୍ଧ ହୋଇଯାଇଥିଲେ।

ମହାରାଷ୍ଟ୍ରର ଔନ୍ଧା ସ୍ଥିତ ନଗନାଥ ମନ୍ଦିର, ଭଗବାନ ଶିବଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗରୁ ଗୋଟିଏ ଏହି ନଗନାଥ ମନ୍ଦିର। ଭୋଳାନାଥଙ୍କ ନଗନାଥ ମନ୍ଦିର ଠାରୁ କିଛି ଦୂରରେ ଏକ ପ୍ରାଚୀନ ଶିବ ମନ୍ଦିର ରହିଛି। ପୌରାଣିକ କିମ୍ବଦନ୍ତୀ ରହିଛି ଯେ ଏହି ପ୍ରାଚୀନ ଶିବ ମନ୍ଦିରଟିକୁ ମହାଭାରତ କାଳରେ ପାଣ୍ଡବ ମନେ ନିର୍ମାଣ କରିଥିଲେ।

ଯେଉଁ ଭକ୍ତମାନେ ଔନ୍ଧା ସ୍ଥିତ ନଗନାଥ ମନ୍ଦିର ଦର୍ଶନ କରିବାକୁ ଆସନ୍ତି ସେମାନେ ପାଣ୍ଡବ ମାନଙ୍କ ଦ୍ୱାରା ସ୍ଥାପିତ ଏହି ପ୍ରାଚୀନ ଶିବମନ୍ଦିରକୁ ମଧ୍ୟ ଅବଶ୍ୟ ଆସିଥାନ୍ତି। ମାତ୍ର ଏହି ମନ୍ଦିରର ଅନିତ ଦୂରରେ ଭଗବାନ ଶିବଙ୍କର ଏକ ପ୍ରାକୃତିକ ବିଗ୍ରହ ରହିଛି। ଏହାର ସୃଷ୍ଟି ପ୍ରାକୃତିକ କାରଣରୁ ହିଁ ହୋଇଛି। ଏହି ବିଗ୍ରହଟିକୁ କେହି ନିଜ ହାତରେ ବନାଇ ନାହାନ୍ତି। ଖାଲି ଏତିକି ନୁହେଁ ଏହି ବିଗ୍ରହର ମିଳିବ ପଛରେ ଏକ ରହସ୍ୟ ରହିଛି।

ଏକଦା ଏହି ପ୍ରାଚୀନ ଶିବ ମନ୍ଦିରର ପୂଜାରୀ ନିତ୍ୟ ପୂଜାର୍ଚ୍ଚନା ନିମିତ୍ତ ଦ୍ୱାର ଖୋଲିବାରୁ ଦେଖିଲେ ଯେ ଶିବଲିଙ୍ଗ ଉପରେ ଏକ ନାଗ ସାପ ଆସି ବସିଛି। ଏହାକୁ ଦେଖି ପୂଜାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନାଗଦେବତାଙ୍କୁ ସାମ୍ନାରେ ଦେଖି ପୂଜାରୀ ତାକୁ ହାତ ଯୋଡ଼ି ପ୍ରଣାମ କରି। କିନ୍ତୁ ପୂଜାରୀକୁ ଦେଖି ନାଗସାପଟି ସେଠାରୁ ଚାଲିଯାଏ। ନାଗସାପଟି ଚାଲିଯାଉଥିବାର ଦେଖି ପୂଜାରୀ ଜଣକ ମଧ୍ୟ ତା’ ପଛେ ପଛେ ଗଲେ।

ସାପଟି ଏପରି ଏକ ସ୍ଥାନରେ ଯାଇ ଅଟକି ଯାଏ ଯେଉଁଠାରେ ଭଗବାନ ଶିବଙ୍କ ଏକ ବିଗ୍ରହ ରହିଛି। ଏହାକୁ ପୂଜାରୀ ଜଣକ ଆଶ୍ଚର୍ଯ୍ୟ ଚକିତ ହୋଇଯାନ୍ତି। ସେ ଏହା ପୂର୍ବରୁ ଆଗରୁ କେଉଁଠି ଏପରି ଚାମତ୍କାର ଦେଖି ନଥିଲେ। ଏକଥା କେହିଁ ଜାଣି ନାହାନ୍ତି ଏହି ବିଗ୍ରହଟି ସେଠାରେ କେଉଁଠୁ ଆସିଲା କିଏ ଆଣିଲା। ସେହି ସ୍ଥାନରେ ଆଗରୁ କେବେ ବି କୌଣସି ମୂର୍ତ୍ତି କେହି ଦେଖି ନଥିଲେ।

ପୂଜାରୀ ଜଣକ ଏହି ଚାମତ୍କାରୀ ବିଗ୍ରହ ବିଷୟରେ ଗାଁରେ କହିବା ପରେ ଏହାକୁ ଦେଖିବା ଲାଗି ଲୋକଙ୍କ ସୁଅ ଛୁଟିଥିଲା। ଏହାପୂର୍ବରୁ କାହାକୁ ମଧ୍ୟ ଏହି ମୂର୍ତ୍ତି ବିଷୟରେ କିଛି ଜ୍ଞାତ ନଥିଲା। ଏହା ସାକ୍ଷାତ ଭଗବାନ ଶିବଙ୍କ ଚମତ୍କାର ଥିଲା। ଆଜି ବି ଔନ୍ଧା ନଗନାଥ ମନ୍ଦିରକୁ ଆସୁଥିବା ଭକ୍ତମାନେ ଭଗବାନ ଶିବଙ୍କ ଏହି ପ୍ରାକୃତିକ ବିଗ୍ରହକୁ ମଧ୍ୟ ଦର୍ଶନ କରିବାକୁ ଆସିଥାନ୍ତି। ଏହାକୁ ଦେଖିବା ପରେ ବିଶ୍ଵାସ ହୁଏ ଯେ ଭୋଳାନାଥ ପୃଥିବୀ ପୃଷ୍ଠରେ ହିଁ ବାସ କରନ୍ତି।

Leave a Reply

Your email address will not be published. Required fields are marked *