ବଲିଉଡରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଥିବା ପୁନମ ପାଣ୍ଡେ ଏହି ମାସର ୧୦ ସେପ୍ଟେମ୍ବରକୁ ନିଜ ବୟଫ୍ରେଣ୍ଡ ସାମ ବମ୍ବେଙ୍କ ସହିତ ଚୁପଚାପ ବିବାହ କରି ନେଇଥିଲେ। ବିବାହକୁ ବର୍ତ୍ତମାନ ୧୨ ଦିନ ମଧ୍ୟ ହୋଇ ନଥିଲା ଯେ ଏହି ଦମ୍ପତିଙ୍କ ବିବାହ ବର୍ତ୍ତମାନ ଭାଙ୍ଗିବାର ମୋଡ଼ରେ ପହଞ୍ଚି ଯାଇଛି। ସୋମବାର ଦିନ ପୁନମଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ଅଭିନେତ୍ରୀଙ୍କ ସହିତ ମାଡ଼ପିଟ, ଉତ୍ପୀଡନ ଏବଂ ଧମକ ଦେବାର ଆରୋପରେ ଗୋଆ ପୋଲିସ ଗିରଫ କରି ନେଇଛି। ସୂଚନାଯୋଗ୍ୟ ଯେ, ଏହି ଦମ୍ପତି ହନୀମୁନ ପାଇଁ ଗୋଆରେ ଅଛନ୍ତି। ପୁନମ ପାଣ୍ଡେ ଏଠାରେ କୌଣସି ଫିଲ୍ମର ଶୁଟିଙ୍ଗ କାର୍ଯ୍ୟ ମଧ୍ୟ କରୁଥିଲେ।
ଗୋଆରେ କାନାକୋନା ଥାନାର ଇନ୍ସପେକ୍ଟରଙ୍କ ମୁତାବକ ପୁନମ ନିଜ ଅଭିଯୋଗରେ କହିଛନ୍ତି ଯେ, ସୋମବାର ରାତିରେ ତାଙ୍କ ସ୍ବାମୀ ତାଙ୍କୁ ଶାରିରୀକ ଶୋଷଣ କରିବା ସହିତ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ।
କେବଳ ଏତିକି ନୁହେଁ ପୁନମ ହ ମଧ୍ୟ କହିଛନ୍ତି ଯେ, ସାମ ବମ୍ବେ ତାଙ୍କୁ ଦେଖି ନେବେ ବୋଲି କହି ଧମକ ଦେଉଥିଲେ। ପୋଲିସ ମୁତାବକ, ପୁନମଙ୍କ ମୁଣ୍ଡ ଏବଂ ପିଠିରେ ଗଭୀର କ୍ଷତ ମଧ୍ୟ ଆସିଛି।
ପୁନମଙ୍କ ଅଭିଯୋଗ ପରେ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମେଡ଼ିକାଲ ପରୀକ୍ଷଣ ପରେ ଆଇପିସିର ଧାରା ୩୫୩A, ୩୨୩, ୩୨୪ ଏବଂ ୫୦୬(୨) ଅଧୀନରେ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ କିଛି ଧାରାରେ ଜାମିନ ମଧ୍ୟ ମିଳି ପାରିବ ନାହିଁ। ବୁଧବାର ଦିନ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ।
ପୁନମ ପାଣ୍ଡେ ଏବର୍ଷ ଜୁଲାଇ ମାସ ଶେଷରେ ନିଜର ଦୀର୍ଘ ସମୟରୁ ରହିଥିବା ବୟଫ୍ରେଣ୍ଡ ସାମ ବମ୍ବେଙ୍କ ସହିତ ସଗାଇ କରିଥିଲେ। ସାମ ସୋସିଆଲ ମିଡିଆରେ ଏନଗେଜମେଣ୍ଟ ମୁଦି ପିନ୍ଧି ପୁନମଙ୍କ ସହିତ ଏକ ଫୋଟୋ ମଧ୍ୟ ସେୟାର କରିଥିଲେ। ନିଜେ ପୁନମ ପାଣ୍ଡେ ଏହା ଉପରେ ପ୍ରତିକ୍ରିୟା ଦେଇ ଏନଗେଜମେଣ୍ଟର ଖବରକୁ ସତ ବୋଲି କହିଥିଲେ।
ଏହାପୂର୍ବରୁ ସାମ ଇନଷ୍ଟଗ୍ରାମରେ ମଧ୍ୟ ଏକ ଫୋଟୋ ସେୟାର କରିଥିଲେ, ଯେଉଁଥିରେ ଉଭୟ ନିଜର ମୁଦି ଦେଖାଉଥିବାର ନଜର ଆସିଥିଲେ। ସାମ ଲେଖିଛନ୍ତି ଯେ, ଶେଷରେ ଆମେ ଏହା କରିନେଲୁ। ଏହାଉପରେ ପୁନମ ମଧ୍ୟ ପ୍ରତିକ୍ରିୟା କରି କହିଥିଲେ, ବେଷ୍ଟ ଫିଲିଙ୍ଗ।
କରୋନା ମହାମରୀ ସମୟରେ ତାଲାବନ୍ଦର ଉଲ୍ଲଙ୍ଘନ କରି ଆରୋପରେ ମୁମ୍ବାଇ ପୋଲିସ ପୁନମ ପାଣ୍ଡେ ଏବଂ ତାଙ୍କ ପ୍ରେମୀ ସାମଙ୍କୁ ନିଜ ଅଧୀନରେ ନେଇଥିଲା।
ଦୁଇଜଣ ସଡକ ଉପରେ ବୁଲିବାକୁ ବାହାରିଥିଲେ। ତେବେ ପରେ ପୁନମ ଏପରିକୌଣସି ମଧ୍ୟ ଘଟଣାକୁ ମନା କରି ଦେଇଥିଲେ।
ପୁନମ ପାଣ୍ଡେ ୨୦୧୩ ବର୍ଷରେ ଫିଲ୍ମ “ନଶା”ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଆଡଲ୍ଟ ସାର୍ଟିଫିକେଟ ଫିଲ୍ମରେ ପୁନମ ଏପରି ଏକ ଶିକ୍ଷୟିତ୍ରୀଙ୍କର ଭୂମିକାରେ ଅଭିନୟ କରିଥିଲେ, ଯିଏ ନିଜର ଜଣେ ଛାତ୍ରଙ୍କ ସହିତ ଯୌନ ସମ୍ପର୍କରେ ଥିଲେ।