ପ୍ରୟାଗରାଜରେ ପୋଲିସ ପାଖରେ ଜଣେ ମହିଳାଙ୍କୁ ନେଇ ଲୋକମାନେ କିଛି ଆରୋପ ଆଣିଥିଲେ। ଆରୋପ ରହିଥିଲା ଯେ, ସୋସିଆଲ ମିଡିଆରେ ଆରୋପୀ ମହିଳା ଜଣକ ହିନ୍ଦୁ ଦେବୀ ଦେବତାଙ୍କୁ ନେଇ କିଛି ଆପତ୍ତିଜନକ ଟିପ୍ପଣୀ ଦେଇ ଏକ ଭିଡ଼ିଓ ଅପଲୋଡ କରିଥିଲେ ଯେଉଁଥିରେ ଅଶ୍ଳୀଳ ଭାଷା ମଧ୍ୟ ପ୍ରୟୋଗ କରାଯାଇଥିଲା।
ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ହିନ୍ଦୁ ଦେବୀ ଦେବତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରଥିବା ଜଣେ ମହିଳାଙ୍କୁ ପୋଲିସ ଗିରଫ କରିନେଇ ଯାଇଛି। ଏହି ମାମଲାରେ FIR ଫାଇଲ କରାଯିବା ତୁରନ୍ତ ପରେ ମହିଳା ଜଣକ ଫେରାର ହୋଇଯାଇଥିଲେ। କିନ୍ତୁ ପୋଲିସ ମଙ୍ଗଳବାର ଦିନ ତାଙ୍କୁ ଧରି ନେଇଥିଲେ। ଆରୋପୀ ମହିଳାଙ୍କ ନାମ ହୀର ଖାନ ବୋଲି କୁହାଯାଉଛି।
ପ୍ରୟାଗରାଜରେ ପୋଲିସକୁ ଜଣେ ମହିଳାଙ୍କ ବିରୁଦ୍ଧରେ ଏକ କମ୍ପ୍ଲେନ କରାଯାଇଥିଲା। ଆରୋପ ରହିଥିଲା ଯେ, ସୋସିଆଲ ମିଡିଆରେ ସମ୍ପୃକ୍ତ ଆରୋପୀ ମହିଳା ହିନ୍ଦୁ ଦେବୀ ଦେବତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି। ଭିଡ଼ିଓରେ ଅଭଦ୍ର ବା ଅଶ୍ଳୀଳ ଭାଷାର ମଧ୍ୟ ପ୍ରୟୋଗ କରାଯାଇଥିଲା। ତାଙ୍କର ଖରାପ ଶବ୍ଦ ଏବଂ ବୟାନ ଲୋକଙ୍କର ଭାବନାକୁ ଆଘାତ ପହଞ୍ଚାଇଛି।
ଏହି ମାମଲାକୁ ଗମ୍ଭୀରତା ସହିତ ନେଇ ପୋଲିସ ଆରୋପୀ ମହିଳାଙ୍କ ବିରୁଦ୍ଧରେ ମକଦ୍ଦମା ରୁଜ୍ଜୁ କରିଥିଲେ। ସୂଚନା ମୁତାବକ FIR ଫାଇଲ କରାଯିବା ପରେ ଆରୋପୀ ମହିଳା ଜଣକ କେଉଁଆଡ଼େ ଫେରାର ହୋଇଯାଇଥିଲେ। ତେବେ ପୋଲିସ ମହିଳାଙ୍କୁ ଧରିବା ପାଇଁ କେତେକ ଟିମ ଗଠିତ କରି ତାଙ୍କୁ ଖୋଜିବାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ। ଏହି ଅବସରରେ ପ୍ରୟାଗରାଜ ଜିଲ୍ଲାର ଖୁଲ୍ଦାବାଦ ଥାନା ପୋଲିସ ତାଙ୍କୁ ଧରି ଗିରଫ କରି ନେଇଥିଲେ।
ପୋଲିସର କହିବା ମୁତାବକ, ହୀର ଖାନ ନାମକ ଆରୋପୀ ମହିଳା ଜଣକ ନିଜର ଏକ ୟୁ-ଟ୍ୟୁବ ଚ୍ୟାନେଲ ଚଳାନ୍ତି। ନିକଟରେ ହିଁ ସେ ଏକ ବିବାଦୀୟ ଭିଡ଼ିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିଲେ। ଉକ୍ତ ବିବାଦୀୟ ଭିଡ଼ିଓରେ ହିନ୍ଦୁ ଦେବୀ-ଦେବତା ମାନଙ୍କ ବିରୁଦ୍ଧରେ ଅଶ୍ଳୀଳ ବା ଅଭଦ୍ର ଭାଷାର ପ୍ରୟୋଗ କରି ଟିପ୍ପଣୀ ଦିଆଯାଇଥିଲା। ମହିଳାଙ୍କ ବିରୁଦ୍ଧରେ ଆଇଟି ଆକ୍ଟ ଅଧୀନରେ ମକଦ୍ଦମା ରୁଜ୍ଜୁ କରାଯାଇଥିଲା। ବର୍ତ୍ତମାନ ପୋଲିସ ଆରୋପୀ ମହିଳାଙ୍କୁ ପଚରାଉଚରା ଜାରି ରଖିଛି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |