ହେ ରାମ ! ଖଣିର ଲୋଭରେ ମନ୍ଦିରରୁ ନେଇଗଲେ ରାମ, ଲକ୍ଷ୍ମଣ,ସୀତାଙ୍କ ମୂର୍ତ୍ତି, ମନ୍ଦିର ପରିସରକୁ ଖୋଳିକି କରିଦେଲେ ଖଣ୍ଡ ଖଣ୍ଡ

ଉନାବ ଜିଲ୍ଲାର କନ୍ହଊ ଗାଁରେ ଲୋଭରେ ମନ୍ଦିର ପରିସର ଖୋଳିକରି ଖଣ୍ଡ ଖଣ୍ଡ ବନେଇଦେଇଚନ୍ତି। ଏକ ମାସ ପୂର୍ବରୁ ମନ୍ଦିରରୁ ୨୦ ମିଟର ଦୂରରେ ଛୋଟ ସଚିବାଳୟ ତିଆରିପାଇଁ ନିମଗଛ ଖୋଲିବା ସମୟରେ ମାଟି ଭିତରୁ ୧୭ ଚାନ୍ଦୀ ଏବଂ ତମ୍ବା ର ଟଙ୍କା ବାହାରୁଥିଲା ।

ଏସଡିଏମ୍ ମନ୍ଦିର ର ରକ୍ଷକ କୁ ଗିରଫ କରି ଘଟଣାର ତଦନ୍ତ କରିବାକୁ ପ୍ରଭାରୀ ଥାନା ଆଦେଶ ଦିଆଯାଇଛି।ଗାଁର ପାଞ୍ଚ ମିଟର ଦୂରରେ ରାମ ଲକ୍ଷ୍ମଣଙ୍କ କମଜୋର ହୋଇଯାଇଥିବା ମନ୍ଦିରର ପାଖରେ ୨୦ମିଟର ଦୂରରେ ଗ୍ରାମ ପଞ୍ଚାୟତ ତରଫରୁ ଛୋଟ ସଚିବାଳୟ ତିଆରି ପାଇଁ ପ୍ରସ୍ତାବ ଥିଲା।

ଏକ ମାସ ପୂର୍ବରୁ ନିମଗଛ ଖୋଳି ବା ସମୟରେ ୧୮୬୨ମସିହା ର ୧୭ ଟା ଚାନ୍ଦି ଏବଂ ୨୮୭ ଟି ତମ୍ବା ର ଟଙ୍କା ମିଳିଥିଲା। ଗେରୀଆକଲା ରେ ରହୁଥିବା ମନ୍ଦିର ରକ୍ଷକ ପପୁ ସିଂ କୁ ଟଙ୍କା ମିଳିବା ଜାଣିବାପରେ ସିଏ ଖଣିର ଲୋଭରେ ମନ୍ଦିର ପରିସର ଖୋଳି କରି ଖୋଜିବା ଆରମ୍ଭ କରି ଦେଇଥିଲା।

ସେହି ଦିନ ମନ୍ଦିରରେ ରଖା ଯାଇଥିବା ରାମ ,ଲକ୍ଷ୍ମଣ ,ସୀତା ଙ୍କ ମୂର୍ତ୍ତି ସେଠାରୁ ନେଇକି ଗେରୀୟାକଲା ଗାଁରେ ରେ ବନା ଯାଇଥିବା ଆଉ ଏକ ଧାର୍ମିକ ସ୍ଥଳ ରେ ରଖିଦେଇଥିଲା। ଶୁକ୍ରବାର ରାତି ଅନ୍ଧାର ହେଲାପରେ ସେ ଯେଶିବି ମାଧ୍ୟମରେ ମନ୍ଦିର ପରିସର ଖୋଳିବା ଆରମ୍ଭ କରିଥିଲା।

ଦେବାଲ୍କୁ ଭାଙ୍ଗିବା ସହିତ ମନ୍ଦିରକୁ ମଧ୍ୟ ଖଣ୍ଡ ଖଣ୍ଡ କରି ପରିବର୍ତ୍ତନ କରିଦେଲା।ଗାଁଲୋକ ଏହା ଜାଣିବା ପରେ ଏସଡିଏମ ରାଜେନ୍ଦ୍ର କୁମାରଙ୍କୁ ଜଣାଇଲେ ସେ ପୋଲିସ କୁ ସୂଚନା ଦେଲେ ।ପୋଲିସ ପହଞ୍ଚିଲା ବେଳକୁ ଦୋଷୀ ସେଠାରୁ ପଳାଇଯାଇଥିଲା।ଗାଁଲୋକ କହିଲେ କି ଠାକୁର ନେତର ସିଂ ଏହି ମନ୍ଦିରକୁ ତିଆରି କରିଥିଲେ।

ମନ୍ଦିରର ରକ୍ଷଣା ବେକ୍ଷାଣା ପାଇଁ ତିନି ବିଘା ଜମି ସୁରକ୍ଷିତ ରଖାଯାଇଥିଲା,ତାଙ୍କର କିଛି ସନ୍ତାନ ନହେବାରୁ ଗେରିଆ ନିବାସୀ ପପୁ ସିଂ ଙ୍କୁ ମନ୍ଦିରର ଦେଖାଶୁଣା କରିବାର ଦାୟିତ୍ବ ଦେଇଥିଲେ। ଏସଡିଏମ ରାଜେନ୍ଦ୍ର କୁମାର କହିଛନ୍ତି କି ମନ୍ଦିର ଖୋଳିବା ଲୋକଙ୍କୁ ଧରିବା ସହିତ ପଚରାଉଚରାର ନିର୍ଦ୍ଧେଶ ସଫିପୁର୍ ଥାନା ଅଧିକାରୀଙ୍କୁ ଦିଆ ଯାଇଛି। ପଚରାଉଚରା ରେ ସତ ସାମ୍ନାକୁ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *