ଛୋଟ ଶିଶୁ ସମସ୍ତଙ୍କୁ ପସନ୍ଦ ହୋଇଥାନ୍ତି କିନ୍ତୁ ବ୍ରିଟନୀ ଚର୍ଚ ନାମକ ଏହି ମହିଳାଙ୍କୁ ଶିଶୁ ଏତେ ଅଧିକ ପସନ୍ଦ ଯେ, ସେ ଗତ ୧୦ ବର୍ଷ ହେବ ଲଗାତର ଗର୍ଭବତୀ ହୋଇ ଆସୁଛନ୍ତି ଏବଂ ତାଙ୍କର ୧୧ଟି ସନ୍ତାନ ଅଛନ୍ତି। ବର୍ତ୍ତମାନ ଏହି ମହିଳା ଜଣକ ନିଜ ସ୍ୱାମୀଙ୍କ ପାଖରେ ଆଉ ଏକ ଇଚ୍ଛା ପ୍ରକଟ କରିଛନ୍ତି। ଜାଣନ୍ତୁ ମହିଳାଙ୍କ ଏହି ନୂତନ ଫର୍ମାଇସ କଣ ରହିଛି।
କାନସସର୍ବ ରହୁଥିବା ୩୧ ବର୍ଷୀୟା ବ୍ରିଟନୀ ଚର୍ଚ ଯେତେବେଳେ ୧୬ ବର୍ଷ ବୟସରେ ହୋଇଥିଲେ ସେତେବେଳେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କର ପ୍ରଥମ ସନ୍ତାନ ହେଉଛନ୍ତି ତାଙ୍କ ଝିଅ କ୍ରିଜମେନ।
ବ୍ରିଟନୀ କୁହନ୍ତି ଯେ, ସେ ତାଙ୍କର ପ୍ରଥମ ସନ୍ତାନ ଜନ୍ମର ମାତ୍ର ୫ ଦିନ ପୂର୍ବରୁ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ବିବାହ କରିଥିଲେ ଏବଂ ନିଜର ଜନ୍ମ ଦିନରେ ହିଁ ତାଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ।
ଏହାପରେ ମହିଳା ଜଣକ ୧୦ରୁ ଅଧିକ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରେ ଜୋର୍ଡନ ୧୪ ବର୍ଷର, କାଲେବ ୧୩ ବର୍ଷ, ଜେସେ ୧୨ ବର୍ଷ, ତାଲ ୧୦ ବର୍ଷ, ଜେସୋଲିନ ୮ ବର୍ଷ, କ୍ରିଷ୍ଟୋଫର ୩ ବର୍ଷ, ଏବଂ ଏକ ବର୍ଷର ତିନୋଟି ପିଲା ଓଲିବର, ଆଶେର, ଏବେଲ ରହିଛନ୍ତି।
ଫୋଟୋ ଚିତ୍ରରେ ଦେଖାଯାଉଥିବା ବ୍ରିଟନୀଙ୍କର ସୁଖମୟ ପରିବାର। ବ୍ରିଟନୀ ଚର୍ଚ ମଝିରେ, ସ୍ୱାମୀ କ୍ରିସ ପଛରେ ସେଣ୍ଟର ଏବଂ ତାଙ୍କ ୧୧ ଜଣ ପିଲାଙ୍କ ସହିତ।
ନିଜର ପ୍ରଥମ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ବ୍ରିଟନୀ ତିନି ବର୍ଷ ପର୍ଯ୍ୟନ୍ତ ନିଜ ପିଲାଙ୍କୁ ଏକୁଟିଆ ପାଳିଥିଲେ। ଏହାପରେ ସେ କ୍ରିସ ଚର୍ଚ ବିବାହ କରିଥିଲେ।
୧୧ଟି ସନ୍ତାନଙ୍କୁ ଜନ୍ମ ଦେବା ପରେ ମଧ୍ୟ ବ୍ରିଟନୀ ତାଙ୍କ ସ୍ୱାମୀଙ୍କୁ ଆଉ ଏକ ଫର୍ମାଇସ କରିଛନ୍ତି। ବ୍ରିଟନୀ କହିଛନ୍ତି ଯେ, ସେ ଆହୁରି ସନ୍ତାନ ଜନ୍ମ କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ ଅଛନ୍ତି ଏବଂ ଏଥିପାଇଁ ତାଙ୍କ ସ୍ୱାମୀଙ୍କ ପାଖରେ ଆଉ ଏକ ସନ୍ତାନର ଦାବି କରିଛନ୍ତି।
ବ୍ରିଟନୀ କହିଛନ୍ତି ଯେ, ମୁଁ କେବେହେଲେ ଭାବି ନଥିଲି ମୋର ୧୧ଟି ସନ୍ତାନ ହେବେ। ଆମେ ଏବେ ମଧ୍ୟ ଆଉ ଏକ କନ୍ୟା ସନ୍ତାନ ଜନ୍ମ କରିବା ପାଇଁ ଚେଷ୍ଟା କରିବୁ।
ତନୋଟି ଯାଆଁଳା ପିଲାଙ୍କୁ ଜନ୍ମ ଦେବା ପରେ ସେ କହିଛନ୍ତି ଯେ, ଯଦି ତାଙ୍କ ପିଲା ମାନେ ଆଗକୁ ତାଙ୍କୁ ଗର୍ଭଧାରଣ ପାଇଁ ବାରଣ କରନ୍ତି ତେବେ ସେ ଅଟକି ଯିବେ।
ବ୍ରିଟନୀଙ୍କ ଜୀବନଶୈଳୀ କଥା କହିବାକୁ ଗଲେ ବ୍ରିଟନୀ ଏବଂ ତାଙ୍କ ଦ୍ଵିତୀୟ ସ୍ୱାମୀ କ୍ରିସ ଚର୍ଚ ପ୍ରତ୍ୟେକ ସପ୍ତାହ ଖାଦ୍ୟପେୟରେ ୩୦୦ ଡଲାର ଖର୍ଚ୍ଚ କରିଥାନ୍ତି। ଏତେ ବଡ଼ ପରିବାର ପାଇଁ ଖାଦ୍ୟ ବ୍ୟବସ୍ଥା କରିବା ମଧ୍ୟ ବହୁତ କଠିନ ହୋଇଥାଏ।
ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ପରିବାର ଅର୍କାସସ ସିଟି କେନସସରେ ରହୁଛନ୍ତି। ୫ଟି ବେଡରୁମ ବିଶିଷ୍ଟ ଘରେ ପ୍ରତ୍ୟେକ ପିଲା ରୁମ ସେୟାର କରିଥାନ୍ତି। ବ୍ରିଟନୀ କୁହନ୍ତି ଯେ, ଯଦି ସବୁକିଛି ଠିକ ରୁହେ ତେବେ ଆମେ ଏକ ବଡ଼ ପୋଖରୀ ପାଖରେ ଏକ ନୂତନ ଘର ବନାଇବୁ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |