୧୧ ଫୁଟ ର ଅଜଗର ସହିତ ଶୋଉଛି ୮ ବର୍ଷର ଝିଅ, ଲୋକମାନେ ଦେଖି କହିଲେ-ଗିଳିବାର ଅପେକ୍ଷାରେ ଅଛି

ପୂର୍ବ ସମୟରେ ଲୋକମାନେ ଜଙ୍ଗଲର ଜୀବଜନ୍ତୁଙ୍କ ଠାରୁ ଦୂରେଇ ରହୁଥିଲେ। କାରଣ ସେମାନେ ତାଙ୍କର ଯେମିତି କିଛି କ୍ଷତି ନକରନ୍ତୁ ବୋଲି। ଆଜିର ସମୟରେ ମଣିଷକୁ ମଣିଷ ଉପରେ ଭରଷା ନାହିଁ।କିନ୍ତୁ ଇଜରାୟଲ ରେ ରହୁଥିବା ଜଣେ ଝିଅ ଭୟଙ୍କର ଅଜଗର ସହିତ ସାଙ୍ଗ ହୋଇଛି। ସେ ଏହି ଭୟଙ୍କର ସାପକୁ ବେକରେ ପକାଇ ବୁଲୁଥାଏ। ସେ ତାହା ସହ ଉଠା ବସା କରେ। ଯିଏ ସେ ଦୁଇଜଣ କୁ ସାଥିରେ ଦେଖନ୍ତି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କିଛି ଦିନ ପୂର୍ବରୁ ଦୁଇଜଣ ଙ୍କର ସ୍ଵୀମିଂ ପୁଲ ର ଭିଡିଓ ସେୟାର କରାଗଲା। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। କିଛି ଲୋକମାନେ ଏଥିରେ ଏହି କମେଣ୍ଟ ଦେଲେ କି ଅଜଗର ପିଲାଟିର ବଡ଼ ହେବାକୁ ଅପେକ୍ଷା କରିଛି।

ଇଜରାୟଲ ରେ ରହୁଥିବା ୮ ବର୍ଷ ର ଇନବର ର ଏହି ଦିନରେ ବହୁତ ଚର୍ଚ୍ଚା ହେଉଛି। ଯେଉଁଠି ସାଧାରଣ ଲୋକ ଗୋଟେ ଝିଟିପିଟି କୁ ଦେଖି ଡରି ଯାଆନ୍ତି, ଏଠି ସେ ଝିଅ ନିଜର ବେଷ୍ଟଫ୍ରେଣ୍ଡ ଯିଏ କି ମଣିଷ ନୁହେଁ ୧୧ ଫୁଟ ର ଅଜଗର ଅଟେ, ତାସହ ଆରାମରେ ବୁଲୁଛି।

ଇନବର କୁ ନିଜର ୧୧ ଫୁଟ ର ଏହି ହଳଦିଆ ସାଙ୍ଗର ଅଭ୍ୟାସ ହୋଇଯାଇଛି। ସେ ତାସହ ଉଠେ ଓ ବସେ।ଦୁଇଜଣ ସାଥିରେ ସ୍ଵିମିଂ ପାଇଁ ମଧ୍ୟ ଯାଆନ୍ତି। ଏହାର ଗୋଟେ ଭିଡିଓ ଏହି ଦିନରେ ବହୁତ ଜୋରେ ସେୟାର କରାଯାଉଅଛି।

ଏହି ଅଜଗର ର ନାମ ବେଲେ ଅଟେ। ଇନବର ର ମାଆ କହିଲେ କି ଦୁଇଜଣ ଏକାସହ ବଢିଛନ୍ତି। ଏମିତିରେ ତାକୁ ତାସହ ରହିବା ପାଇଁ ଭୟ ଲାଗି ନଥାଏ। ଏବେ ବଡ଼ ହେବାପରେ ମଧ୍ୟ ଦୁଇଜଣ ସାଥିରେ ରହୁଛନ୍ତି।

ବାହାର ଲୋକ ଯେତେବେଳେ ଏମାନଙ୍କୁ ଦେଖି ଚିତ୍କାର କରନ୍ତି କେତେ ଲୋକ ଏହାକୁ ଭୟଙ୍କର କହୁଛନ୍ତି। କିନ୍ତୁ ଇନବର ର ଜନ୍ମ କେତେ ଭୟଙ୍କର ଜୀବମାନଙ୍କ ଭିତରେ ହୋଇଥିଲା। ତାକୁ ପିଲା ଦିନରୁ ଏମାନଙ୍କୁ ଦେଖିବାର ଅଭ୍ୟାସ ଅଛି।

ସୋସିଆଲ ମିଡିଆରେ ଏମାନଙ୍କର ଫଟୋ ସାମ୍ନାକୁ ଆସିବା ପରେ ଲୋକମାନେ କେତେ ପ୍ରକାରର କମେଣ୍ଟ କଲେ। ଜଣେ ୟୁଜର କହିଲା କି ଏ ସାପ ଝିଅଟି ବଡ଼ ହେବାକୁ ଅପେକ୍ଷା କରିଛି। କାରଣ ତାକୁ ବଡ଼ ଡିଲ ମିଳି ପାରିବ।

ସେଠି କିଛି ଲୋକ ଏଥିରେ ଚୁଟକି ନେଇ ଲେଖିଲେ କି ଏହି ସାପ ମଣିଷ ଠାରୁ ଅଧିକ ବିଶ୍ବାସୀ। ଅତି କମରେ ମଣିଷ ଙ୍କ ପରି ସେ ଧୋକା ତ ଦେବ ନାହିଁ। ଯାହା ବି ହେଉ, ଏହି ଦୁଇଜଣ ଙ୍କର ସାଙ୍ଗ ହେବା ଭାଇରାଲ ହେଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *