୧୨ ବର୍ଷ ପୂର୍ବରୁ ୧୫ ବର୍ଷର ଝିଅର ଅପହରଣ ଏବଂ ପୁଣି ତାଙ୍କର ହତ୍ୟାର ମାମଲାରେ ୧୦ ନାମିତ ଆରୋପୀ ବନାଯାଇଥିଲେ। ଏହି ମାମଲା ବର୍ତ୍ତମାନ ମଧ୍ୟ କୋର୍ଟରେ ଚାଲୁଛି। କିନ୍ତୁ ବର୍ତ୍ତମାନ।ଏହି ମାମଲାରେ ନୂତନ ମୋଡ଼ ସେତେବେଳେ ଆସିଥିଲା ଯେତେବେଳେ ପୋଲିସ କହିଥିଲା ଯେ, ଝିଅ ଜୀବିତ ଅଛି। ସେପଟେ ଝିଅର ମାଆ କହିଥିଲେ ଯେ ସେ ତାଙ୍କର ଝିଅ ନୁହନ୍ତି ବରଂ ପୋଲିସ ଭ୍ରମିତ କରୁଛି।
ଉତ୍ତରପ୍ରଦେଶର ଜାଲୌନରେ ୧୨ ବର୍ଷ ପୂର୍ବରୁ ଚର୍ଚ୍ଚାରେ ରହିଥିବା ଜଣେ ଝିଅର ଅପହରଣ ପରେ ହତ୍ୟାର ମମାଲରେ ଆରୋପୀ ପକ୍ଷ ତରଫରୁ ଝିଅର ଜୀବିତ ଥିବାର ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି ଯେତେବେଳେ ଏହି ମାମଲାରେ ୧୦ ଜଣ ଲୋକଙ୍କ ଉପରେ ଗତ ୧୨ ବର୍ଷରୁ କୋର୍ଟରେ କେସ ଚାଲୁଛି। ଏଥିରେ ଜଣେ ମହିଳା ଆରୋପୀଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି ଯେତେବେଳେ ୯ ଜଣ ଅନ୍ୟ ଜାମିନରେ ବାହାରକୁ ଆସିଯାଇଥିଲେ ଏବଂ ବର୍ତ୍ତମାନ ଅଚାନକ ଝିଅର ସାମ୍ନାକୁ ଆସିବାରୁ ଚାଞ୍ଚଲ୍ୟ ଖେଳି ଯାଇଛି।
ମାମଲା ଜଲୌନର କାଲପୀ କସ୍ବେ ର ଅଟେ ଯେଉଁଠାରେ ୧୫ ବର୍ଷର ଜାବିତ୍ରୀ ଓରଫ ଗାୟତ୍ରୀ ୨୦୦୮ ମସିହାରେ ଘର ପାଖରେ ଅଚାନକ ଗାୟବ ହୋଇଯାଇଥିଲେ। କିଶୋରୀଙ୍କ ମାଆ ରାଜୋ ଦେବୀ ନଗର ପାଳିକା କାଲପୀର ତତ୍କାଳୀନ ଜେଇ ସହିତ ୧୦ ଜଣ ଲୋକଙ୍କ ବିରୋଧରେ କାଲପୀ କୋତୱାଲିରେ ଅପହରଣ ମାମଲା ଫାଇଲ କରାଇଥିଲେ।
କିଛି ସମୟ ପରେ କାନପୁର ନଗରର ଘାଟମପୁର ଥାନା ଅଞ୍ଚଳରେ ଜଣେ ନାବାଳିକାର ମୃତଦେହ ଜବତ ହୋଇଥିଲା, ଯାହାର ଚିହ୍ନଟ ରୋଜା ଦେବୀ ନିଜର ଝିଅ ଜାୟତ୍ରୀଙ୍କ ରୂପରେ କରିଥିଲେ। ତାଙ୍କ ପରେ ଅପହରଣର ମାମଲା, ହତ୍ୟାରେ ପରିବର୍ତ୍ତିତ ହୋଇଯାଇଥିଲା ଯାହାପରେ ମାମଲାର ଯାଞ୍ଚ ସିବିସିଆଇଡିକୁ ଟ୍ରାନ୍ସଫର କରିଦିଆଯାଇଥିଲା।
ଯାଞ୍ଚ ପରେ ସିବିସିଆଇଡି ତାଙ୍କର ଚାର୍ଜସିଟ ୨୦୧୧ ମସିହାରେ ନ୍ୟାୟାଳୟରେ ଦାଖିଲା କଟିଦେଇଥିଲେ ଯେଉଁଥିରେ ଜଣେ ମହିଳା ଆରୋପୀଙ୍କ ମୃତ୍ୟୁ ହୋଇଯାଇଥିଲା ଯେତେବେଳେ ଅନ୍ୟ ଆରୋପୀ ଜାମିନରେ ବାହାରି ଆସିଥିଲେ ଏବଂ ନ୍ୟାୟାଳୟର ନିଷ୍ପତ୍ତିର ଅପେକ୍ଷା କରୁଥିଲେ।
ନିଷ୍ପତ୍ତି ସମୟ ନିକଟବର୍ତ୍ତୀ ହେବାରୁ ଏହି କାଣ୍ଡରେ ନୂତନ ମୋଡ଼ ସେତେବେଳେ ଆସିଥିଲା ଯେତେବେଳେ ବୁଧବାର ଦିନକୁ ଆରୋପୀ ପକ୍ଷରୁ ମୃତ ଘୋଷିତ ହୋଇଥିବା ଝିଅ ଜାୟତ୍ରୀର ଜୀବିତ ହେବାର ଦାବି କରିଥିଲେ। ଏଥିସହିତ ଯୁବତୀଙ୍କୁ ଅଲ୍ଲୀଗଢ଼ର ଛର୍ରାରୁ ଜବତ କରିବାର ଦାବି କରି ପୋଲିସ ସାମ୍ନାରେ ପେଶ କରାଇଥିଲେ। ତେବେ ପୋଲିସ ମାମଲାରେ ହାତ ଦେବା ଠାରୁ ଦୂରେଇ ରହିଛି ଏବଂ ପୋଲିସ ଏହି ସମ୍ପୂର୍ଣ୍ଣ ମାମଲା ବିଷୟରେ ସିବିସିଆଇଡିକୁ ଅବଗତ କରାଇ ଦେଇଛି।
ସେହିପରି ଝିଅର ମାଆ ରାଜୋ ଦେବୀ ଜବତ କରାଯାଇଥିବା ଝିଅକୁ ନିଜର ଝିଅ ମାନିବାକୁ ମନା କରି ବର୍ତ୍ତମାନ କାଲପୀର ଥାନା ଅଧିକାରୀ ଆରପୀ ସିଂହଙ୍କ ଉପରେ ଗମ୍ଭୀର ଆରୋପ ଲଗାଇ ପୁରା ମାମଲାକୁ ଭୁଲ କହିଛନ୍ତି। ଝିଅର ମାଆଙ୍କ କହିବା କଥା ଯେ ଯେତେବେଳେ ତାଙ୍କ ଝିଅର ଅପହରଣ ହୋଇଥିଲା ସେତେବେଳେ ଆଜିର ଥାନା ଅଧିକାରୀ ଆରପି ସିଂହ ସେସମୟର ଘଟଣା ଅଞ୍ଚଳରେ ଥାନା ଇଂଚାର୍ଜ ଥିଲେ ଏବଂ ତାଙ୍କର ଦୁଇବର୍ଷ ପରେ ଯେତେବେଳେ ତାଙ୍କ ଝିଅର ହତ୍ୟା କରାଗଲା ସେତେବେଳେ ଆରପି ସିଂହ କାଲପୀ କୋତୱାଲର ଇଂଚାର୍ଜ ଥିଲେ।
ମାଆ ଆରୋପ ଲଗାଇଛନ୍ତି ଯେ ଆଜି ଯେତେବେଳେ ୧୨ ବର୍ଷ ପରେ ତାଙ୍କ ଝିଅକୁ ପୁନରୁଦ୍ଧାର କରିବାର କଥା କୁହାଯାଉଛି ସେତେବେଳେ ଆରପି ସିଂହ ବର୍ତ୍ତମାନ ଥାନା ଅଧିକାରୀ କାଲପୀ ଅଟନ୍ତି ଏବଂ ବର୍ତ୍ତମାନ ସେ ଅନ୍ୟ ଜଣେ ଝିଅଙ୍କୁ ଆମ ଝିଅ ବୋଲି ଦେଖାଇ ଆରୋପୀ ମାନଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି। ସେହିପରି ଝିଅର ମାଆ ସିଓ କାଲପୀଙ୍କ ଉପରେ ବଡ଼ ଆରୋପ ଲଗାଇ କହିଛନ୍ତି ଯେ ସିଓ ଆରପି ସିଂହ ଆରୋପୀ ମାନଙ୍କ ସହିତ ମିଶି ତାଙ୍କର ମଧ୍ୟ ହତ୍ୟା କରାଇ ପାରିବେ ଯେଉଁ ପ୍ରକାରର ମୋ ପୁଅର ହତ୍ୟା କରିଦିଆ ଯାଇଥିଲା।
ସେହିପରି ଏହି ମାମଲାରେ ପୋଲିସ ଅଧିକ୍ଷକ ଡ଼ା. ୟଶବୀର ସିଂହଙ୍କ କହିବା କଥା ଯେ ଏହି ଘଟଣା ୨୦୦୮ର ଅଟେ ଏବଂ ସେହି ସମୟ ପ୍ରାରମ୍ଭିକ ଯାଞ୍ଚ ପୋଲିସ କରିଥିଲା। ଏହାପରେ ପୁରା ମାମଲାର ଯାଞ୍ଚ ସିବିସିଆଇଡିକୁ ହସ୍ତାନ୍ତର କରିଦିଆ ଯାଇଥିଲା ଯେଉଁଥିରେ ସିବିଡ଼ିଆଇଡିଙ୍କ ଦ୍ଵାରା ୧୦ ଜଣ ଲୋକଙ୍କୁ ଆରୋପୀ କୁହାଯାଇଥିଲା ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇ ସାରିଛି ଏବଂ ଅନ୍ୟ ୯ ଜଣ ଆରୋପୀ ଜାମିନ ପାଇ ବାହାରେ ଅଛନ୍ତି।
ଏସପି ଆଗକୁ କହିଛନ୍ତି ଯେ ସମସ୍ତ ପ୍ରତିବାଦୀଙ୍କ ପକ୍ଷରୁ ପୋଲିସଙ୍କୁ ସୂଚନା ଦିଆଯାଇଛି ଯେ ଝିଅଟି ଜୀବିତ ଅଛି ଏବଂ ତାଙ୍କୁ ପୁନରୁଦ୍ଧାର କରିନିଆ ଯାଇଛି। ଏହି ପୁରା ମାମଲା ବିଷୟରେ ସିବିସିଆଇଡିକୁ ଚିଠି ମାଧ୍ୟମରେ ଅବଗତ କରାଇଦିଆ ଯାଇଛି ଆଗକୁ ଯାହା ମଧ୍ୟ ନିର୍ଦେଶ ପ୍ରାପ୍ତ ହେବ ତାହା ଆଧାରରେ ପୋଲିସ ଆଗକୁ କାର୍ଯ୍ୟାନୁଷ୍ଠାନ କରିବେ।