ଆଜିର ସମୟରେ ଗୋଟିଏ ପତ୍ନୀ ଦୁଇ ଗୋଟି ପିଲାର ପରିବାର ଚଳାଇବା ବହୁତ ବଡ଼ କଥା ହୋଇଥାଏ। ସମସ୍ତ ଜିନିଷର ମୂଲ୍ୟ ଏତେ ବଢି ଯାଇଛି ଯେ, ରାସନ ଏବଂ ପାଠ ପଢ଼ାର ଖର୍ଚ୍ଚ କରିବା ପରେ ଲୋକଙ୍କୁ ସଞ୍ଚୟ କରିବା ପାଇଁ ବହୁତ କମ ପରିମାଣର ଟଙ୍କା ବଳିଥାଏ। କିନ୍ତୁ ନାଇଜେରିଆରେ ରହୁଥିବା ଜଣେ ମୌଲବୀ ନିଜ ଜୀବନରେ ୧୩୦ ଗୋଟି ବିବାହ କରିଛନ୍ତି।
ଏହି ବିବାହ ଗୁଡିକରୁ ମୌଲବୀଙ୍କର ୨୦୩ ଗୋଟି ପିଲା ହୋଇଥିଲେ। ମୋହମ୍ମଦ ବେଲ୍ଲୋ ଅବୁବକର ମୃତ୍ୟୁ ପରେ ମଧ୍ୟ ଚର୍ଚ୍ଚାରେ ଥିଲେ କାରଣ ମରିବା ପରେ ମଧ୍ୟ ସେ ପିତା ହୋଇଥିଲେ। ବାସ୍ତବରେ ମରିବା ପୂର୍ବରୁ ତାଙ୍କର କିଛି ପତ୍ନୀ ଗର୍ଭବତୀ ଥିଲେ। ଏତେ ବିବାହ ଏବଂ ପିଲା ହେବା ପରେ ମଧ୍ୟ କେବେହେଲେ ମୌଲବୀ ଚିନ୍ତିତ ନଥିଲେ କିମ୍ବା ତାଙ୍କର କୌଣସି ପତ୍ନୀଙ୍କୁ ଝଗଡା କରୁଥିବାର ନଜର ଆସି ନଥିଲେ। ସେ ଏମାନଙ୍କ ସହିତ ନିଜର ତିନି ମହଲା କୋଠାରେ ବହୁତ ଶାନ୍ତିରେ ରହୁଥିଲେ।
ଦୁନିଆରେ ବର୍ତ୍ତମାନ ସମୟରେ କରୋନା କାରଣରୁ ଅନେକ ଦେଶ ଶ୍ମଶାନ ଭୂମିରେ ବଦଳି ଯାଇଛି। ଅଚାନକ ହିଁ ଏକ ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନେଇ ନେଲା। ବିଶେଷଜ୍ଞଙ୍କ ମୁତାବକ ଏହି ମହାମାରୀ ପରେ ହଠାତ ଜନସଂଖ୍ୟା ବିସ୍ଫୋରଣ ହେବ।
ଏଥିମଧ୍ୟରେ ଅଚାନକ ନାଇଜେରିଆର ଏକ ବ୍ୟକ୍ତିଙ୍କ ଚର୍ଚ୍ଚା ହେଉଛି। ଏହି ବ୍ୟକ୍ତି ଜଣକ ୧୩୦ ପତ୍ନୀ ଏବଂ ୨୦୦ରୁ ଅଧିକ ପିଲାଙ୍କ କାରଣରୁ ଚର୍ଚ୍ଚାକୁ ଆସିଥିଲେ।
୨୦୧୭ ଜାନୁଆରୀ ମାସରେ ଅବୁବକରଙ୍କ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଯେ ଅବୁବକରଙ୍କୁ କୌଣସି ରୋଗ ନଥିଲା। କୌଣସି ରୋଗ ବିନା ଅଚାନକ ଭାବରେ ହିଁ ସେ ମୃତ୍ୟୁବରଣ କଲେ।
ମରିବା ପୂର୍ବରୁ ସେ ନିଜର ପୁରା ପରିବାରକୁ ଡାକି ତାଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହାପରେ ସମସ୍ତଙ୍କୁ ଭେଟିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଅବୁବକର ନାଇଜେରିଆରେ ନିଜର ତିନି ମହଲା କୋଠାରେ ସମସ୍ତ ପତ୍ନୀଙ୍କ ସହିତ ରହୁଥିଲେ। ଯେତେବେଳେ ଅବୁବକରଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ତାଙ୍କର ଅନ୍ତିମ ଯାତ୍ରାରେ ଅନେକ ଲୋକ ଶାମିଲ ହୋଇଥିଲେ। ଏହି ଅବସରରେ ତାଙ୍କର ଅନେକ ପତ୍ନୀ କାନ୍ଦୁଥିବାର ନଜର ଆସିଥିଲେ।
ଅବୁବକରଙ୍କ ମୃତ୍ୟୁ ପରେ ମଧ୍ୟ ଅନେକ ପତ୍ନୀ ପିଲା ଜନ୍ମ ଦେଇଥିଲେ। ଏମାନେ ସମସ୍ତେ ଅବୁବକରଙ୍କ ମୃତ୍ୟୁ ପୂର୍ବରୁ ହିଁ ଗର୍ଭବତୀ ଥିଲେ।
ନିଜ ଜୀବନରେ ଅବୁବକରଙ୍କୁ ବହୁତ ବିରୋଧର ସାମ୍ନା କରିବାକୁ ପଡିଥିଲା। ଅନେକ ଲୋକ ତାଙ୍କୁ ୪ ଗୋଟି ପତ୍ନୀଙ୍କୁ ଛାଡି ଅନ୍ୟ ସମସ୍ତଙ୍କୁ ଛାଡପତ୍ର ଦେବାକୁ କହିଥିଲେ କିନ୍ତୁ ମୌଲବୀ ବିବାହକୁ ଶୁଦ୍ଧ କହି ଏପରି କରିବାକୁ ମନା କରିଦେଇଥିଲେ।
୨୦୦୮ରେ ବିବିସିକୁ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ ଯେ ସେ ବିବାହ କରିବାକୁ ଚାହୁଁନଥିଲେ କିନ୍ତୁ ତାଙ୍କ ବିବାହ ଆପେ ଆପେ ହୋଇଯାଇଥାଏ। ୧୩୦ ପତ୍ନୀଙ୍କ ମଧ୍ୟରୁ ୧୦ ଜଣଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା।
ଅବୁବକର କୁହନ୍ତି ଯେ, ୧୦ ଜଣ ପତ୍ନୀଙ୍କ ସହିତ ହିଁ ସେ ହଇରାଣ ହୋଇପଡିଥିଲେ କିନ୍ତୁ ବୋଧହୁଏ ଭଗବାନ ତାଙ୍କୁ ୧୩୦ ପତ୍ନୀ ସମ୍ଭାଳିବା ପାଇଁ ଯୋଗ୍ୟ ଭାବୁଥିଲେ। ଏହି କାରଣରୁ ସେ ବହୁତ ଆରାମରେ ସମସ୍ତଙ୍କ ସହିତ ଜୀବନ ଅତିବାହିତ କରିନେଲେ।
ଅବୁବକରଙ୍କ ପତ୍ନୀ ତାଙ୍କ ସହିତ ବିବାହ କରିଥିବାରୁ ନିଜକୁ ସୌଭାଗ୍ୟବତୀ ଭାବୁଥିଲେ। ଅନେକ ମହିଳାଙ୍କ ମୁତାବକ ଅବୁବକରଙ୍କ ଠାରେ କିଛି ଚାମତ୍କାରୀ ଥିଲା ଯାହା ବିବାହକୁ ମନା କରିବାକୁ ଦେଉନଥିଲା। ଅବୁବକରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଅନେକ ସଦସ୍ୟ ଆଜି ମଧ୍ୟ ସେହି ଘରେ ରହୁଛନ୍ତି।