୧୭ ଅକ୍ଟୋବରରୁ ଆରମ୍ଭ ହେଉଛି ନବରାତ୍ରି, ଜାଣନ୍ତୁ ଘଟସ୍ଥାପନାର ମହତ୍ତ୍ୱ ଏବଂ ଶୁଭ ମୁହୂର୍ତ୍ତ।

୧୭ ଅକ୍ଟୋବରରୁ ଶାରଦୀୟ ନବରାତ୍ରି ଆରମ୍ଭ ହେଉଛି। ଶାରଦୀୟ ନବରାତ୍ରିକୁ ଧୁମଧାମରେ ସମଗ୍ର ଦେଶରେ ପାଳନ କରାଯାଇଥାଏ ଏବଂ ଘରେ ମାତାଙ୍କ ଚୌକୀ ରଖାଯାଇଥାଏ। ୯ ଦିନ ପର୍ଯ୍ୟନ୍ତ ମାଆଙ୍କ ପୂଜା କରାଯାଇଥାଏ। କୁହାଯାଇଥାଏ ଯେ, ଲୋକମାନେ ୯ ଦିନ ପର୍ଯ୍ୟନ୍ତ ମାଆଙ୍କ ପୂଜା ଏବଂ ବ୍ରତ ରଖିଥାନ୍ତି, ତାଙ୍କ ଉପରେ ମାଆଙ୍କ କୃପା ସୃଷ୍ଟି ହୋଇଯାଇଥାଏ। ଏଥିପାଇଁ ମାଆଙ୍କ କୃପା ପାଇବା ପାଇଁ ଆପଣ ଶାରଦୀୟ ନବରାତ୍ରି ଅବସରରେ ମାଆଙ୍କ ଚୌକି ନିଶ୍ଚିନ୍ତ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏମାନଙ୍କର ପୂଜା କରନ୍ତୁ।

ଶାରଦୀୟ ନବରାତ୍ରି ୨୦୨୦:

୧୭ ଅକ୍ଟୋବରକୁ ପ୍ରଥମ ଶାରଦୀୟ ନବରାତ୍ରି ଅଟେ ଏବଂ ପ୍ରଥମ ନବରାତ୍ରିରେ ହିଁ ମାତାଙ୍କର ଚୌକୀ ସ୍ଥାପନ କରାଯାଇଥାଏ। ଶେଷ ନବରାତ୍ରି ୨୬ ଅକ୍ଟୋବରକୁ ରହିଛି। ବାସ୍ତବରେ, ଏଥର ଅଧିକମାସ ଲାଗୁଥିବା କାରଣରୁ ନବରାତ୍ରି ଗୋଟିଏ ମାସ ବିଳମ୍ବରେ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ପିତୃପକ୍ଷ ସମାପ୍ତି ହେବା ମାତ୍ରେ ନବରାତ୍ରି ଆରମ୍ଭ ହୋଇଯାଇଥାଏ, କିନ୍ତୁ ଏଥର ଅଧିକ ମାସ ହେବା କାରଣରୁ ନବରାତ୍ରି ବିଳମ୍ବରେ ଆସିଛି।

ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ:

ପ୍ରଥମେ ନବରାତ୍ରି ଦିନରେ ଘଟସ୍ଥାପନା କରାଯାଇଥାଏ। ଘଟସ୍ଥାପନାର ଶୁଭ ମୁହୂର୍ତ୍ତ ଅବସରରେ ହିଁ କରିବା ଉଚିତ। ଘଟସ୍ଥାପନାର ଶୁଭ ମୁହୂର୍ତ୍ତ ୧୭ ଅକ୍ଟୋବର ୨୦୨୦ ସକାଳ ୬ ଘଟିକା ୨୩ ମିନିଟରୁ ସକାଳ ୧୦ ଘଟିକା ୧୧ ମିନିଟ ପର୍ଯ୍ୟନ୍ତ ରହିବ। ଅର୍ଥାତ ଘଟସ୍ଥାପନାର ଅବଧି ୩ ଘଣ୍ଟା ୪୮ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଅବଧି ସମୟରେ ହିଁ ଆପଣ ଘଟସ୍ଥାପନା କରନ୍ତୁ।

ଏହି ପ୍ରକାରର କରନ୍ତୁ ଘଟସ୍ଥାପନା:

ଘଟସ୍ଥାପନାକୁ ଅନେକ ଲୋକ କଳସ ସ୍ଥାପନା କିମ୍ବା ମାଆଙ୍କର ଚୌକୀ ରଖିବା ମଧ୍ୟ କୁହାଯାଇଥାଏ। ନବରାତ୍ରି ଅବସରରେ କଳସର ବହୁତ ମହତ୍ତ୍ୱ ହୋଇଥାଏ, ଏଥିପାଇଁ ନବରାତ୍ରିର ପ୍ରଥମ ଦିନ କଳସ ପୂଜା ଘରେ ନିଶ୍ଚିତ ରଖାଯାଇଥାଏ। କୁହାଯାଏ ଯେ, କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ କଳସ ସ୍ଥାପନା ନିଶ୍ଚିତ କରିବା ଉଚିତ। ଏପରି କରିବା ଦ୍ୱାରା କାର୍ଯ୍ୟ ସଫଳ ହୋଇଥାଏ।

୧. ଘଟସ୍ଥାପନା କରିବା ପୂର୍ବରୁ ନିଜକୁ ଭଲ ଭାବରେ ସ୍ୱଚ୍ଛ କରି ନିଅନ୍ତୁ। ତାହା ପରେ ପୂଜା ଘରର ସଫେଇ କରନ୍ତୁ। ପୂଜା ଘରରେ ଏକ ଚୌକୀ ରଖି ଦିଅନ୍ତୁ। ଏହାଉପରେ ଲାଲ ରଙ୍ଗର ବସ୍ତ୍ର ବିଛାଇ ଦିଅନ୍ତୁ। ବର୍ତ୍ତମାନ ଚୌକୀରେ ନବଗ୍ରହ ବନାଇ ଦିଅନ୍ତୁ। ନବଗ୍ରହକୁ ଆପଣ ହଳଦୀ ଏବଂ ଚାଉଳ ସାହାଯ୍ୟରେ ବନାଇ ପାରିବେ। ୨. ନବଗ୍ରହ ବନାଇବା ପରେ ଚୌକୀ ପାଖରେ ଏକ ପାତ୍ର ରଖି ଦିଅନ୍ତୁ। ଏହି ପାତ୍ର ଭିତରେ ମାଟି ପକାଇ ଦିଅନ୍ତୁ ଏବଂ ଉପରୁ ବର୍ଲି ପକାଇ ଦିଅନ୍ତୁ।

୩. ବର୍ତ୍ତମାନ ଏକ କଳସକୁ ମାଟି ପାତ୍ର ଭିତରେ ରଖି ଦିଅନ୍ତୁ। ଏହି କଳସ ଭିତରେ ଜଳ ପୂର୍ଣ୍ଣ କରି ଦିଅନ୍ତୁ। ବର୍ତ୍ତମାନ ଏହା ଭିତରେ ଆମ୍ବ ପତ୍ର ପକାଇ ଦିଅନ୍ତୁ ଏବଂ ନଡ଼ିଆ ରଖନ୍ତୁ। ୪. କଳସର ସ୍ଥାପନା କରିବା ପରେ ଚୌକୀରେ ମାଆଙ୍କ ମୂର୍ତ୍ତି ରଖି ଦିଅନ୍ତୁ। ମୂର୍ତ୍ତି ସାମ୍ନାରେ ଏକ ଘିଅର ଦୀପ ଜଳାଇ ଦିଅନ୍ତୁ। ୫. ମାଆଙ୍କୁ ଫୁଲର ମାଳ ପିନ୍ଧନ୍ତୁ ଏବଂ ଫଳ ଚଢାନ୍ତୁ। ବର୍ତ୍ତମାନ ଆପଣ ପୂଜା କରିବାର ସଂକଳ୍ପ ନିଅନ୍ତୁ। ସଂକଳ୍ପ କରିବା ସମୟରେ ହାତରେ ଜଳ ନିଅନ୍ତୁ ଏବଂ ମନ ଭିତରେ ନିଜର ମନୋକାମନା କହି ଦିଅନ୍ତୁ। ଏଥିସହିତ ମାଆଙ୍କୁ ପାର୍ଥନା କରନ୍ତୁ ଯେ ସେ ଆପଣଙ୍କର ପୂଜାକୁ ସ୍ୱୀକାର କରନ୍ତୁ।

୬. ସଂକଳ୍ପ ନେବା ପରେ ଜଳକୁ ଚୌକୀ ପାଖରେ ଧରିତ୍ରୀ ଉପରେ ଛାଡି ଦିଅନ୍ତୁ। ବର୍ତ୍ତମାନ ଆପଣ ପୂଜା ଆରମ୍ଭ କରନ୍ତୁ ଏବଂ ଦୁର୍ଗା ମାଆଙ୍କର ପାଠ କରନ୍ତୁ। ଆପଣ ଚାହିଁଲେ ଦୁର୍ଗା ସ୍ତ୍ରୋତର ପାଠ ମଧ୍ୟ କରି ପାରିବେ। ୭. ଦୁର୍ଗା ସ୍ତ୍ରୋତର ସମ୍ପୂର୍ଣ୍ଣ ପାଠ କରିବା ପରେ ଠିଆ ହୋଇ ମାଆଙ୍କର ଆରତୀ କରନ୍ତୁ। ଏହି ପ୍ରକାରର ସନ୍ଧ୍ୟାକୁ ମଧ୍ୟ ଆପଣ ପୂଜା କରନ୍ତୁ।  ୮. ୯ ଦିନ ପର୍ଯ୍ୟନ୍ତ ମାଆଙ୍କର ଏମିତି ହିଁ ମନ ଲଗାଇ ପୂଜା କରନ୍ତୁ। ସେହିପରି ଶେଷ ଦିନ ଆପଣ କନ୍ୟା ପୂଜନ କରି ନିଅନ୍ତୁ ଏବଂ କନ୍ୟା ମାନଙ୍କୁ ଭୋଜନ କରାନ୍ତୁ। ଯଦି ହୁଏ ଶେଷ ନବରାତ୍ରି ଦିନ ଘରେ ଯଜ୍ଞ ମଧ୍ୟ ନିଶ୍ଚିତ କରାଇ ନିଅନ୍ତୁ।

ମାଆଙ୍କର ଏହି ୯ ରୂପରେ ପୂଜା କରାଯାଇଥାଏ:

google

ନବରାତ୍ରିର ପ୍ରତ୍ୟେକ ଦିନ ମାଆଙ୍କର ୯ ରୂପର ପୂଜା କରାଯାଇଥାଏ। ମାଆଙ୍କର ୯ ରୂପର ନାମ ଏହି ପ୍ରକାରର ଅଟେ | ୧. ଶୈଳପୁତ୍ରୀ,୨. ବ୍ରହ୍ମଚାରିଣୀ, ୩. ଚନ୍ଦ୍ରଘଣ୍ଟା, ୪. କୁଷ୍ମାଣ୍ଡା, ୫. ସ୍କନ୍ଦମାତା, ୬. କାତ୍ୟାଯନୀ, ୭. କାଳରାତ୍ରି, ୮. ମହାଗୌରୀ,୯. ସିଦ୍ଧିଦାତ୍ରୀ

କରନ୍ତୁ ନାହିଁ ଏହି କାମ:

* ନବରାତ୍ରିର ୯ ଦିନ ଆପଣ ପିଆଜ ଏବଂ ରସୁଣର ସେବନ କରନ୍ତୁ ନାହିଁ । * ଘରେ ଚୌକୀ ରଖିବା ପରେ କେବଳ ଭୂମି ଉପରେ ହିଁ ଶୁଅନ୍ତୁ । * କନ୍ୟାଙ୍କର ଅପମାନ କରନ୍ତୁ ନାହିଁ । * ମଦ ଠାରୁ ନିଜକୁ ଦୂରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *