ଉତ୍ତରପ୍ରଦେଶ ର ମୁରାଦା ବାଦ ରେ ରହୁଥିବା ନେହା ୧୭ ଘଣ୍ଟା ପାଖା ପାଖି ଶାଶୁଘର ସାମ୍ମନା ରେ ଧାରଣା ଦେଇଥିଲେ। ନେହା ନିଜର ଛୋଟ ଝିଅ ସହିତ ଏହି ଧାରଣା ଦେଇଥିଲେ। ନେହା କହୁଛନ୍ତି କି ସେ ତାଙ୍କ ସ୍ବାମୀ ସହ ରହିବାକୁ ଚାହୁଛନ୍ତି। କିନ୍ତୁ ତାଙ୍କ ସତାଙ୍କୁ ଘରକୁ ଆସିବାକୁ ଦେଉ ନାହାଁନ୍ତି। ଯେଉଁଥି ପାଇଁ ସେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି।
ନେହା ୨୦୧୭ ରେ ପ୍ରକାଶ ଇଂକ୍ଲେଓ୍ବେ ନିବାଶୀ ମନିଷ ଡୋଡେ ଙ୍କ ସହିତ ବିବାହ କରିଥିଲେ। ଏହି ବିବାହ ପରେ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି,ଯାହାର ନାମ ରିୟାଂଶୀ। ରିୟା ପାଖା ପାଖି ଏକ ବର୍ଷ ହେବ ନିଜ ମା ଙ୍କ ସହିତ ରହୁଥିଲେ। କରଓ୍ବାଚୌତ ଦିନ ନେହା ନିଜର ସ୍ବାମୀ ଙ୍କ ପାଖକୁ ଯିବା ପାଇଁ ଚାହିଁଲେ। କିନ୍ତୁ ନେହା ଙ୍କ ଶାଶୁଘର ଲୋକ ନେହା ଙ୍କୁ ଘରେ ପ୍ରବେଶ କରିବାକୁ ଦେଲେ ନାହିଁ। ଯାହାପରେ ନେହା ଘର ବାହାରେ ଧାରଣା ରେ ବସିଥିଲେ।
ନେହା ପାଖା ପାଖି ୧୧ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ରେ ବସିଥିଲେ। ନେହା ଙ୍କର ଏପରି ସ୍ଥିତି ଦେଖି ତାଙ୍କ ପଡୋସି ନିଜର ଘରକୁ ଆଣି ଥିଲେ। ସେଠାରେ ନେହା ପୁରା ରାତି ପର୍ଯ୍ୟନ୍ତ ତାଙ୍କ ପଡୋସୀ ଙ୍କ ଘରେ ରହିଲେ ଏବଂ ସକାଳ ହେବା ମାତ୍ରେ ସେ ପୁଣି ଧାରଣା ରେ ବସିଥିଲେ। ଏହି ବିଷୟ ରେ ପୋଲିସ ଙ୍କୁ ଜଣାପଡିବା ପରେ ପୋଲିସ ସେଠି ପହଁଚି ନେହା ଙ୍କ ସହିତ କଥା ହୋଇଥିଲେ।
ନେହା ସବୁୁ କଥା ପୋଲିସ ଙ୍କୁ ଜଣେଇଲେ ଏବଂ କହିଲେ କି ସେ ଏବେ ତାଙ୍କ ସ୍ବାମୀ ଙ୍କ ସହିତ ରହିବାକୁ ଚାହୁଁଛନ୍ତି। ତାଙ୍କୁ ଘରକୁ ଜିବାକୁ ଦିଆ ଯାଉନାହିଁ। ନେହା କହିଲେ କି ମୋ ମା ବିଧବା ଅଟନ୍ତି ଆଉ ମୁଁ ତାଙ୍କ ଉପରେ ବୋଝ ହେବାକୁ ଚାହୁଁନି। ନେହା ଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ଏବଂ ତାଙ୍କ ପରିବାର ସହିତ କୌଣସି ଶତୃତା ନାହିଁ ଏବଂ ସେ ତାଙ୍କ ସହିତ ରହିବାକୁ ଚାହୁଁଛନ୍ତି।
୧୭ ଘଣ୍ଟା ଧାରଣା ଦେବା ପରେ ମଧ୍ୟ ତାଙ୍କୁ ଘରେ ପ୍ରବେଶ ମିଳି ନଥିଲା। ପୋଲିସ ନେହା ଙ୍କ କଥା ଶୁଣି କହିଲେ କି ଆମେ ଆପଣଙ୍କୁ ଜବରଦସ୍ତି ଘରେ ରିବାକୁ ଦେଇ ପରିବୁୁ ନାହିଁ। ନେହା ଙ୍କୁ ଏହି ଘଟଣା ପାଇଁ କୋର୍ଟ ର ସାହାର୍ଯ୍ୟ ନେବାକୁ ପଡିବ। ପୋଲିସ ଙ୍କ କହିବା ଅନୁସାରେ ନେହା ଧାରଣା ରୁ ଉଠି ଥିଲେ ଏବଂ ଏବଂ ପୋଲିସ ରେ ପ୍ରାର୍ଥନା ପତ୍ର ଦେଇଥିଲେ। ସିଓ ଅଫିସ୍ ରୁ ନେହା ଙ୍କ ପ୍ରାର୍ଥନା ପତ୍ର କୁ ମହିଳା ଥାନା କୁ ପଠାଇ ଦିଆଗଲା।
ଏହି ସବୁ ଘଟଣା ବିଷୟ ରେ ଶାଶୁଘର ଲୋକ କହିଛନ୍ତି କି ଏହା ସବୁ ନେହା ଙ୍କର ଚକ୍ରାନ୍ତ। ନେହା ଙ୍କ ଶାଶୁ ଉଷା ଡୋଡା ମହିଳା ଥାନା ରେ ଏହି ବିଷୟରେ ଲେଖିକି ଦେଇ କହିଛନ୍ତି କି ଏହା ହେଉଛି ନେହା ଏବଂ ତାଙ୍କ ବାପଘର ଲୋକମାନଙ୍କର ଚକ୍ରାନ୍ତ। ନେହା ନିଜର ବାପଘର କଥାରେ କରଓ୍ବାଚୌତ ଦିନ ରେ ଘରେ ବସିବାକୁ ଚେଷ୍ଟା କରିଛନ୍ତି। ନେହା ନିଜର ବାପଘର ଲୋକଙ୍କ କହିବା ଅନୁସାରେ ଆମ ଘରେ ଆତ୍ମହତ୍ୟା ମଧ୍ୟ କରି ଆମକୁ ଫସେଇ ପାରନ୍ତି। ଏଥିପାଇଁ ଆମେ ତାଙ୍କୁ ଘରେ ପ୍ରବେଶ କରିବାକୁ ଦେଉ ନାହିଁ।
ନେହା ଏବଂ ତାଙ୍କ ଶାଶୁଘର ମଧ୍ୟରେ ଚାଲୁଥିବା ଏହି ଝଗଡା ର ପ୍ରଭାବ ଛୋଟ ଝିଅ ଉପରେ ପଡୁଛି। ରାତି ର ଥଣ୍ଡା ରେ ଧାରଣା ଦେବା କାରଣ ରୁ ନେହା ଙ୍କ ଝିଅର ଦେହ ଖରାପ ହୋଇଯାଇଛି। ନେହା ଙ୍କ କହିବା ଅନୁସାରେ ବିଳମ୍ବ ରାତି ପର୍ଯ୍ୟନ୍ତ ଧାରଣା ଦେବାରୁ ଝିଅ ର ଦେହ ଖରାପ ହୋଇଛି। ଗୁରୁବାର ଦିନ ସକାଳେ ନେହା ଝିଅ କୁ ଡକ୍ଟର ଙ୍କ ପାଖକୁ ନେଇ ଗଲେ ଏବଂ ଝିଅ କୁ ଔଷଧ ଦେଇ ପୁଣି ଶାଶୁଘର ସାମ୍ମନା ରେ ଧାରଣା ରେ ବସିବାକୁ ଗଲେ କିନ୍ତୁ ସଧ୍ୟ୍ୟା କୁ ପୁଣି ଝିଅ ର ଦେହ ଖରାପ ହୋଇଥିଲା। ଯାହା ପାଇଁ ସେ ପୁଣି ଥରେ ଡକ୍ଟର ଙ୍କ ପାଖକୁ ଯାଇଥିଲେ।
ଏହି ପୁରା ଘଟଣା ବିଷୟରେ ଥାନା ଅଧିକାରୀ ନଓ୍ବଲ ମାରାବାହା ମହିଳା ଜଣକୁ ବୁଝାଇ କହିଛନ୍ତି କି କୋର୍ଟ ର ଆଦେଶ ହେଉ ଅବା ପୋଲିସ ରେ ଏଫଆର ଦିଆଯାଉ ପୋଲିସ କେବେ କାହା ଘରେ ଜବରଦସ୍ତି ପ୍ରବେଶ କରି ପାରିବେ ନାହିଁ। ପୋଲିସ ର ବୁଝାଇବା ପରେ ନେହା ନିଜର ଘର କୁ ଫେରି ଜାଇଥିଲେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।