୨୧ଜୁନରେ ସୁର୍ଯ୍ୟ ପରାଗ କିପରି ଦେଖାଯିବ, ସମୟ ଓ ରାଶିଙ୍କ ଉପରେ ଏହାର ପ୍ରଭାବ ଜାଣନ୍ତୁ।

solar eclipse 2020: ୨୧ ଜୁନରେ ଲାଗିବାକୁ ଥିବା ସୁର୍ଯ୍ୟ ପରାଗ ମାର୍ଗଶିର ନକ୍ଷତ୍ର ମିଥୁନ ରାଶିରେ ଲାଗିବ। ୨୧ରେ ସୁର୍ଯ୍ୟ ପରାଗ ଭାରତରେ ଦେଖିବାକୁ ମିଳିବ। ଏହା ପୂର୍ବରୁ ଏହି ୫ ଜୁନକୁ ଏହି ମାସର ଚନ୍ଦ୍ର ଗ୍ରହଣ ଲାଗିଥିଲା।

୨୧ ଜୁନରେ ଲାଗିବାକୁ ଥିବା ସୁର୍ଯ୍ୟ ଗ୍ରହଣ ମାର୍ଗଶୀର ନକ୍ଷତ୍ର ମିଥୁନ ରାଶିରେ ଲାଗିବ। ଏହି ଗ୍ରହଣର ଜ୍ୟୋତିଷଶାସ୍ତ୍ର ଓ ଖୋଗଲ ଶାସ୍ତ୍ରରେ ମହତ୍ତ୍ୱ ଅଛି। ଏହି ସୁର୍ଯ୍ୟ ଗ୍ରହଣ ୨୧ ଜୁନ ସକାଳ ୧୦ ଟା ୧୩ ରୁ ମଧ୍ୟାହ୍ନ ୧ .୨୯ ପର୍ଯ୍ୟନ୍ତ ରହିବ।

ଏହି ଗ୍ରହଣର ପ୍ରାୟ ୩ ଘଣ୍ଟା ଦେଖା ଯିବ। ସୁର୍ଯ୍ୟ ଗ୍ରହଣ ହେଉଛି ବଳୟାକାର ଯାହାକୁ ରିଙ୍ଗ ଅଫ ଫାୟାର କୁହାଯାଏ। ଏଥିରେ ସୁର୍ଯ୍ୟ ଆକାଶରେ ଏକ ଆଙ୍ଗୁଠି ର ମୁଦି ପରି ଦେଖାଯାଏ।

ଏହି ପରାଗ ସମୟରେ ୬ ଟି ଗ୍ରହ ବକ୍ର ହେବେ। ସେହି ଗ୍ରହ ଗୁଡ଼ିକ ହେଲା ଯଥାକ୍ରମେ- ଶନି, ଗୁରୁ, ଶୁକ୍ର, ବୁଧ ଓ ରାହୁ ,କେତୁ ରହିବେ। ଏହାକୁ ଗ୍ରହ ମାନଙ୍କ ଉଲଟା ଗତି ମଧ୍ୟ କୁହାଯାଏ।

google

୩୦ ଦିନ ବ୍ୟବଧାନ ରେ ୨ ଟି ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର୍ଯ୍ୟ ପରାଗ ପଡୁଛି। ଗତ ୫ ତାରିଖ ରେ ଚନ୍ଦ୍ର ଗ୍ରହଣ ସରିଛି। ୨୧ ଜୁନ ରେ ସୂର୍ଯ୍ୟ ପରାଗ ହେବ ଏବଂ ଜୁଲାଇ ୫ ରେ ପୁନଃ ଚନ୍ଦ୍ର ଗ୍ରହଣ ପଡୁ ଅଛି।

୨୧ ଜୁନରେ ହେବାକୁ ଥିବା ସୁର୍ଯ୍ୟ ପରାଗ ଭାରତରେ ଦେଖାଯିବ। ଏହି ପରାଗ ସକାଳ ୧୦ ଟା ୧୩ ରୁ ଆରମ୍ଭ ହେବ ଏହି ସୁର୍ଯ୍ୟ ଗ୍ରହଣରେ। ସୁର୍ଯ୍ୟ ପରାଗ ୧୨ ଘଣ୍ଟା ପୂର୍ଵରୁ ପାଳନ କରାଯାଇଥାଏ ଯେଉଁଥିରେ ପାକ ଭୋଜନ ଆଦି ନିଷେଧ ହୋଇଥାଏ । ସେହିପରି ଚନ୍ଦ୍ର ଗ୍ରହଣ ୫ ଘଣ୍ଟା ପୂର୍ଵରୁ ପାଳନ ହୋଇଥାଏ। ଏହି ପାଳନ ସମୟକୁ ଅଶୁଭ ମାନାଯାଇଥାଏ। ଏହି ସମୟରେ କୌଣସି ଶୁଭ କାମ କରାଯାଏନାହିଁ। ୨୦ ଜୁନ ରାତି ୧୦ ଟା ୫ ମିନିଟରୁ ପରାଗ ଶେଷ ପର୍ଯ୍ୟନ୍ତ ପାଳନ ରହିବ।

Leave a Reply

Your email address will not be published. Required fields are marked *