୨୦୨୦ ମସିହା ପୃଥିବୀ ପାଇଁ ବିଭିନ୍ନ ଦିଗରୁ ବିପଦପୂର୍ଣ ପ୍ରମାଣିତ ହୋଇଛି। ବର୍ଷ ଆରମ୍ଭରୁ ଅଷ୍ଟ୍ରେଲିଆରେ ନିଆଁ ଲାଗିବା ଠାରୁ ଆରମ୍ଭ କରି କରୋନା ମହାମାରୀ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ଭୂମିକମ୍ପ ଠାରୁ ଆରମ୍ଭ କରି ଆଗ୍ନେୟଗିରି ଉଦ୍ଗିରଣ ପର୍ଯ୍ୟନ୍ତ ପୃଥିବୀ ଧ୍ୱଂସା ଅଭିମୁଖୀ ହେବାକୁ ଲାଗିଛି। ଏହାଛଡା ମହାକାଶରେ ମଧ୍ୟ ଅଧିକ ମାତ୍ରାରେ ବିଲକ୍ଷଣ ଦେଖିବାକୁ ମିଳିଛି।
ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ସହିତ ଉଲ୍କାପିଣ୍ଡ ମଧ୍ୟ ମାନବ ଜାତିର ପିଛା ଛାଡ଼ି ନାହିଁ। ବର୍ତ୍ତମାନ ପୁଣିଥରେ ଏହି ସପ୍ତାହରେ ମହାକାଶରୁ ଉଲ୍କାପିଣ୍ଡ ଖସିବାର ଚେତାବନୀ ଦେଇଛନ୍ତି ବୈଜ୍ଞାନିକମନେ। ଏହି ଉଲ୍କାପିଣ୍ଡଟିକୁ ସର୍ବପ୍ରଥମେ ୨୭ ମାର୍ଚ୍ଚରେ ବୈଜ୍ଞାନିକମନେ ଦେଖିବାକୁ ପାଇଥିଲେ। ଏହାପର ଠାରୁ ଏହି ଉଲ୍କାପିଣ୍ଡ ଉପରେ ନଜର କହିଥିଲେ ବୈଜ୍ଞାନିକ। ତେବେ ଚଳିତ ସପ୍ତାହରେ ହିଁ ଏହି ଉଲ୍କାପିଣ୍ଡଟି ପୃଥିବୀର ସବୁଠୁ ଅଧିକ ନିକଟତର ହେବାକୁ ନେଇ ଚେତାବନୀ ଦିଆଯାଇଛି।
ମାର୍ଚ୍ଚ ଶେଷ ସପ୍ତାହ ଠାରୁ ଜୋତିର୍ବିଜ୍ଞାନୀମନେ ଏହି ଉଲ୍କାପିଣ୍ଡ ଉପରେ ନଜର ରଖିଥିଲେ। ସେମାନେ ଏହାର ନାମ ନିଭୋଇସ ଦେଇଥିଲେ। ବର୍ତ୍ତମାନ ଜୋତିର୍ବିଜ୍ଞାନୀମନେ ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ ଏହି ଉଲ୍କାପିଣ୍ଡ ଏବେ ପୃଥିବୀର ପାର୍ଶ୍ଵ ଦେଇ ଅତିକ୍ରମ କରିବ।
ପାଣିପାଗ ବିଭାଗ ତରଫରୁ ସରକାରୀ ଭାବରେ ଏହି ଉଲ୍କାପିଣ୍ଡର ଦିଆଯାଇଥିବା ନାମ ହେଉଛି C/2020 F3 । କିନ୍ତୁ ଯେହେତୁ ଏହାକୁ ପ୍ରଥମ ଥର ପାଇଁ ନେଭୋଏସ ଟେଲିସ୍କୋପ ମାଧ୍ୟମରେ ଦେଖାଯାଇଥିଲା ଏହାର ନାମ ବୈଜ୍ଞାନିକମାନେ ନେଭୋଏସ ନାମରେ ନାମିତ କରିଛନ୍ତି।
୨୭ ମାର୍ଚ୍ଚରେ ପ୍ରଥମ ଥର ଦେଖା ଯିବା ପରେ ୨୭ ଜୁଲାଇକୁ ଏହା ପୃଥିବୀର ଅଧିକ ନିକଟବର୍ତ୍ତୀ ହେବାକୁ ଯାଉଛି। ବିଶେଷଜ୍ଞମାନଙ୍କ କହିଛନ୍ତି ଯେ ଏହା ପୃଥିବୀର ଏତେ ନିକଟବର୍ତ୍ତୀ ହୋଇ ଗତି କରିବ ଯେ ଯାହାକୁ ଆମେ ଟେଲିସ୍କୋପ ବିନା ଖାଲି ଆଖିରେ ମଧ୍ୟ ଦେଖି ହେବ।
ଏହି ଉଲ୍କାପିଣ୍ଡର ଅଲୋକ ଏତେ ତୀବ୍ର ଯେ ଜୁଲାଇ ୬ ରେ ସ୍ୱଚ୍ଛ ପାଗ କାରଣରୁ ବ୍ରିଟେନର କିଛି ଲୋକ ଦେଖିବାକୁ ପାଇଥିଲେ। ଜୁଲାଇ ୦୩ ରେ ଏହା ସୂର୍ଯ୍ୟଙ୍କ ନିକଟରେ ଦେଖାଦେଇଥିଲା।
ବୈଜ୍ଞାନିକଙ୍କ କହିବା କଥା ଯେ ଏମିତି ବହୁତ କମ ଉଲ୍କାପିଣ୍ଡ ଅଛନ୍ତି ଯେଉଁଗୁଡିକ ଏପରି ପାଣିପାଗରେ ଏତେ ଲମ୍ବା ଯାତ୍ରା କରିପାରିଥାନ୍ତି। କାହିଁକିନା ଉଲ୍କାପିଣ୍ଡ ଗୁଡ଼ିକ ରାସ୍ତାରେ ହିଁ ଭାଙ୍ଗି ଯାଇଥାନ୍ତି।
ନାସାର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଏହି ଉଲ୍କାପିଣ୍ଡଟି ସୂର୍ଯ୍ୟର ବହୁତ ନିକଟତର ହୋଇ ଗତି କରିଛି। ଏଥିସହିତ ଏହା ବରଫରେ ତିଆରି ହୋଇଥିବାରୁ ତରଳି ଯିବାର ଅଧିକ ସମ୍ଭାବନା ରହିଥିଲା। ମାତ୍ର ଏପରି ମଧ୍ୟ ଘଟିଲା ନାହିଁ।
ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ପୃଥିବୀର ଅଧିକ ନିକଟତର ହେବାକୁ ଯାଉଛି ମାତ୍ର ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଆକର୍ଷିତ ହୋଇ ଉଜର ଗତି ବଦଳାଇ ଏହା ପୃଥିବୀ ଅଭିମୁଖୀ ହେବାର ମଧ୍ୟ ବହୁତ ସମ୍ଭାବନା ରହିଛି।
ନେଭୋଏସ ଏତେ ଉଜ୍ଜ୍ବଳ ଯେ ବର୍ତ୍ତମାନ ଠାରୁ ଉତ୍ତର ଗୋଲାର୍ଦ୍ଧରେ ଦୃଶ୍ୟମାନ ହେବା ଆରମ୍ଭ କରିଦେଇଛି। କିନ୍ତୁ ୨୭ ଜୁଲାଇ ବେଳକୁ ଏହା ପୃଥିବୀର ଅଧିକାଂଶ ସ୍ଥାନରୁ ଦୃଶ୍ୟମାନ ହେବ।
ଏହାକୁ ଦେଖିବାର ସର୍ବୋତ୍ତମ ସମୟ ଅପରାହ୍ନ ୨ଟା ସମୟରେ ରହିବ। ଏହାର ଉଜ୍ଜ୍ୱଳ ଲାଞ୍ଜ ମଧ୍ୟ ଦେଖାଯିବ। ବିସ୍ତାରରେ କହିବାକୁ ଗଲେ ଉଲ୍କାପିଣ୍ଡ ପଥର, ବରଫ କିମ୍ଵା ଧୂଳିର ବଡ଼ କଣିକା। ଅନେକ ଥର ଉଲ୍କାପିଣ୍ଡ ଗୁଡ଼ିକ ପୃଥିବୀକୁ କ୍ଷତି ମଧ୍ୟ ପହଞ୍ଚାଇ ଥା