୨୪ ବର୍ଷର ବଡ଼ ଅଭିନେତାଙ୍କ ସହିତ ଲିପଲକ୍ କରି ସାରିଛନ୍ତି ବାହୁବଳୀର ଶିବଗାମୀ, ବାସ୍ତବ ଜୀବନରେ ଏତେ କୋଟି ଟଙ୍କାର ମାଲିକାଣୀ

“ବାହୁବଳୀ”ରେ ଶିବଗାମୀର ଭୂମିକା ପ୍ରତିପାଦନ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ରାମ୍ୟା କୃଷ୍ଣନ ୫୦ ବର୍ଷ ବୟସରେ ଉପନିତ ହୋଇସାରିଲେଣି। ରାମ୍ୟାଙ୍କ ଜନ୍ମ ୧୫ ସେପ୍ଟେମ୍ବର, ୧୯୭୦କୁ ଚେନ୍ନାଇରେ ହୋଇଥିଲା। ଫିଲ୍ମ “ବାହୁବଳୀ”ରେ ଦବଙ୍ଗ ରାଜମାତାର ଭୂମିକାରେ ନଜର ଆସିଥିବା ରାମ୍ୟା ପରଦାରେ ବହୁତ ବୋଲ୍ଡ ଭୂମିକାରେ ଅଭିନୟ କରି ସାରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୩ରେ ଆସିଥିବା ଫିଲ୍ମ “ପରମ୍ପରା”ରେ ରାମ୍ୟା କୃଷ୍ଣନ ନିଜର ବୋଲ୍ଡ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏଥିରେ ସେ ନିଜେ ୨୪ ବର୍ଷର2 ବଡ଼ ଅଭିନେତାଙ୍କ ସହିତ ବହୁତ ଅନ୍ତରଙ୍ଗ ଦୃଶ୍ୟ କରିଥିଲେ।

ଏହି ଫିଲ୍ମରେ ବିନୋଦ ଖାନ୍ନାଙ୍କ ସହିତ ରାମ୍ୟା କୃଷ୍ଣନ କେବଳ ଲିପଲକ୍ ନୁହେଁ ବରଂ ଅନେକ ଅନ୍ତରଙ୍ଗ ଦୃଶ୍ୟ ମଧ୍ୟ କରିଥିଲେ। ଉଭୟଙ୍କ ଉପରେ ଲତା ମଙ୍ଗେସ୍କରଙ୍କ ସ୍ୱରରେ ଗାଇଥିବା ସଙ୍ଗୀତ “ତୁ ସାୱନ ମେ ପ୍ୟାର ପିୟା”ରେ ଅଭିନୟ କରିଥିଲେ। ସଙ୍ଗୀତରେ ବିନୋଦ ଖାନ୍ନା ଏବଂ ରାମ୍ୟା କୃଷ୍ଣନ ବହୁତ ବୋଲ୍ଡ ଭାବ ଭଙ୍ଗୀରେ ନଜର ଆସିଥିଲେ। ସୂଚନାଯୋଗ୍ୟ ଯେ, ସେସମୟରେ ବିନୋଦ ଖାନ୍ନା, ରାମ୍ୟା କୃଷ୍ଣନଙ୍କ ଠାରୁ ପାଖାପାଖି ୨୪ ବର୍ଷ ବଡ଼ ଥିଲେ। ୨୭ ଅପ୍ରେଲ ୨୦୧୭କୁ ବିନୋଦ ଖାନ୍ନା ଏହି ଦୁନିଆକୁ ଅଲବିଦା କହି ସାରିଛନ୍ତି।

ଖାଲି ଏତିକି ନୁହେଁ ଅନିଲ କପୁରଙ୍କ ସହିତ ମଧ୍ୟ ରାମ୍ୟା କୃଷ୍ଣନ ବୋଲ୍ଡ ଦୃଶ୍ୟରେ ଅଭିନୟ କରିଛନ୍ତି। ବାସ୍ତବରେ ୧୯୯୫ ମସିହାରେ ଆସିଥିବା ଫିଲ୍ମ ତ୍ରିମୂର୍ତିରେ ରାମ୍ୟା କୃଷ୍ଣନଙ୍କୁ ଏକ ଭାମ୍ପ ଭୂମିକା ଅଫର କରାଯାଇଥିଲା। ଏହି ରୋଲ ପାଇଁ ସେ ଅନିଲ କପୁରଙ୍କ ସହିତ ବୋଲ୍ଡ ଦୃଶ୍ୟର ଶୁଟିଙ୍ଗ ମଧ୍ୟ କରିନେଇଥିଲେ, କିନ୍ତୁ ପରେ ଫିଲ୍ମରେ ଏହି ରୋଲକୁ ହିଁ ହଟାଇ ଦିଆଯାଇଥିଲା। ଏହା କାରଣ ଥିଲା ଯେ ପରେ ରାମ୍ୟା କୃଷ୍ଣନଙ୍କ ଫିଲ୍ମରେ କେଉଁଠାରେ ଶୁଣିବାକୁ ମିଳିନଥିଲା। ତେବେ ଏହି ଦୃଶ୍ୟର ଫୋଟୋ ବୋଲ୍ଡ ହେବାର କାରଣରୁ ହିଁ ରାମ୍ୟା କୃଷ୍ଣନ ବହୁତ ଚର୍ଚ୍ଚାରେ ରହିଥିଲେ।

୧୯୯୮ରେ ରିଲିଜ ହୋଇଥିବା ଫିଲ୍ମ “ବଜୁଦ”ରେ ନାନା ପାଟକରଙ୍କ ସହିତ ରାମ୍ୟା କୃଷ୍ଣନ ଚୁମ୍ବନ ଦୃଶ୍ୟ କରିଥିଲେ। ଫିଲ୍ମରେ ସେ ନାନା ପାଟେକରଙ୍କ ସହିତ ବେଡରୁମ ଦୃଶ୍ୟରେ ଲିପଲକ୍ କରିବା ଏବଂ ଅନ୍ତରଙ୍ଗ ହେଉଥିବାର ଅଭିନୟରେ ନଜର ଆସିଥିଲେ।

ଫିଲ୍ମ “ବଡେ ମିଆଁ ଛୋଟେ ମିଆଁ”(୧୯୯୮)ରେ ରାମ୍ୟା କୃଷ୍ଣନଙ୍କୁ ଅମିତାଭ ବଚ୍ଚନଙ୍କ ଲଭ ଲେଡି ବନାଯାଇଥିଲା। ଫିଲ୍ମର ସାଂଜ୍ଞ “ଧିନ ତକ ଧିନ ତକ”ରେ ରାମ୍ୟା କୃଷ୍ଣନ ହ୍ଵାଇଟ ରଙ୍ଗର ଛୋଟ ଡ୍ରେସ ପିନ୍ଧି ଅମିତାଭଙ୍କ ସହିତ ଫ୍ଲର୍ଟିଂ କରୁଥିବାର ନଜର ଆସିଥିଲେ।

ଶାହରୁଖ ଖାନଙ୍କ ସହିତ ମଧ୍ୟ ରାମ୍ୟା ରୋମାନ୍ସ କରି ସାରିଛନ୍ତି। ଫିଲ୍ମ “ଚାହତ”ରେ ଶାହରୁଖଙ୍କ ସହିତ ରାମ୍ୟାଙ୍କୁ ପ୍ରେମ ହୋଇଯାଇଥାଏ। ଏମିତିରେ ସେ ତାଙ୍କୁ ଇମ୍ପ୍ରେସ କରିବା ପାଇଁ ବୋଲ୍ଡ ନୃତ୍ୟ ମଧ୍ୟ କରିଥାନ୍ତି।

ରାମ୍ୟା ୧୨ ଜୁନ , ୨୦୦୩କୁ ତେଲେଗୁ ଫିଲ୍ମ ନିର୍ମାତା କୃଷ୍ଣା ବାମସୀଙ୍କୁ ବିବାହ କରିଥିଲେ। ୧୩ ଫେବ୍ରୁଆରୀ ୨୦୦୪କୁ ରାମ୍ୟାଙ୍କ ପୁଅ ଋତ୍ଵିକଙ୍କ ଜନ୍ମ ହୋଇଥିଲା, ଯିଏ ବର୍ତ୍ତମାନ ୧୬ ବର୍ଷର ହୋଇଗଲେଣି।

ସୂଚନାଯୋଗ୍ୟ ଯେ, “ବାହୁବଳୀ ୨” ପାଇଁ ୨.୫ କୋଟି ଟଙ୍କା ଚାର୍ଜ କରିଥିବା ରାମ୍ୟାଙ୍କ ପାଖରେ ପାଖାପାଖି ୫ ମିଲିୟନ ଡଲାର ଅର୍ଥାତ ୩୭ କୋଟି ଟଙ୍କାର ସମ୍ପତ୍ତି ରହିଛି।

ରାମ୍ୟାଙ୍କ ପାଖରେ ମର୍ସିଡିଜ ବେଞ୍ଜ S350 କାର ଅଛି, ଯାହାର ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ଅଟେ। ଏହାଛଡା ରାମ୍ୟା ବର୍ତ୍ତମାନ ନିଜ ପରିବାର ସହିତ ଚେନ୍ନାଇର ଇଞ୍ଜାମବାକ୍କାମରେ ରହୁଛନ୍ତି। ଏଠାରେ ତାଙ୍କର କୋଟି କୋଟି ଟଙ୍କାର କୋଠା ଅଛି। ୨୦୧୨ରେ ତାଙ୍କର ଏହି ଘରର ଚାକର ପାଖାପାଖି ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ରୁପା ଚୋରି କରିଥିଲେ।

“ବାହୁବଳୀ”ରେ ଶିବଗାମୀଙ୍କର ଅଭିନୟ ପାଇଁ ରାମ୍ୟାଙ୍କ ପୂର୍ବରୁ ଶ୍ରୀଦେବୀଙ୍କୁ କୁହାଯାଇଥିଲା, କିନ୍ତୁ ଶ୍ରୀଦେବୀ ଏହି ରୋଲ ପାଇଁ ୬ କୋଟି ଟଙ୍କାର ଦାବି ରଖିଥିଲେ। କେବଳ ଏତିକି ନୁହେଁ ଶ୍ରୀଦେବୀ ୫ ତାରକା ବିଶିଷ୍ଟ ହୋଟେଲର ପୁରା ଗୋଟିଏ ଫ୍ଲୋର ତାଙ୍କ ପାଇଁ ବୁକ କରିବା ସହିତ ମୁମ୍ବାଇରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ବ୍ୟବସାୟିକ ଶ୍ରେଣୀରେ ଟିକେଟ ବୁକ କରିବାର ଦାବି କରିଥିଲେ।

ଆଗରୁ ହିଁ ଅଧିକ ବଜେଟରେ ହେଉଥିବା ଏଫିଲ୍ମ ପାଇଁ ଏହି ଫିସ ଏବଂ ଖର୍ଚ୍ଚ ବହୁତ ଅଧିକ ଥିଲା। ଏମିତିରେ ଶ୍ରୀଦେବୀଙ୍କ ସ୍ଥାନରେ ରାମ୍ୟାଙ୍କ ସହିତ କଥାବାର୍ତ୍ତା କରିଥିଲେ ଡ଼ାଇରେକ୍ଟର ରାଜାମୌଲି ଏବଂ ଶେଷରେ ରାମ୍ୟା ଭି ଫିଲ୍ମରେ କାମ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ତାଙ୍କୁ ଏହି ରୋଲ ପାଇଁ ୨.୫ କୋଟି ଟଙ୍କା ମିଳିଥିଲା।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *