୨ ଫୁଟର ସ୍ତ୍ରୀଙ୍କୁ କୋଳରେ ନେଇ ବୁଲନ୍ତି ଏହି ବ୍ୟକ୍ତି, ପୁଅକୁ ଜନ୍ମ ଦେଇ ରେକର୍ଡ ସୃଷ୍ଟି କଲେ ମହିଳା।

ଅଧିକାଂଶ ସମୟରେ ଆପଣ ବାମନ ଲୋକଙ୍କ ବିଷୟରେ ଶୁଣିଥିବେ ଏବଂ ତାଙ୍କୁ ଦେଖିଥିବେ। ଆଜି ଆମେ ଆପଣଙ୍କୁ ଏପରି ଏକ ବାମନର କାହାଣୀ କହିବୁ ଯାହାଙ୍କର ଉଚ୍ଚତା ମାତ୍ର ୨ଫୁଟ ୧୦ ଇଞ୍ଚର ଅଟେ। ଇଡାହୋରେ ରହୁଥିବା ୩୧ ବର୍ଷର ମହିଳା ହୁଏତ ଆମ ମାନଙ୍କ ଉଚ୍ଚତା ଠାରୁ ବହୁତ ଛୋଟ କିନ୍ତୁ ତାଙ୍କର ଆତ୍ମବିଶ୍ବାସ ବହୁତ ଉଚ୍ଚ ଅଟେ। ଶାରୀରିକ ସ୍ତରରେ ଦୁର୍ବଳ ହେବା ପରେ ମଧ୍ୟ ସେ ଏକ ପିଲାକୁ ଜନ୍ମ ଦେଇଛନ୍ତି ଏବଂ ନିଜ ସ୍ୱାମୀଙ୍କ ସହିତ ବୈବାହିକ ଜୀବନ ବିତାଉଛନ୍ତି। ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଟ୍ରିଶା ଟେଲରଙ୍କ କାହାଣୀ କିପରି ତାଙ୍କର ଦୁଇଥର ଗର୍ଭପାତ ହେବା ପରେ ମଧ୍ୟ ସେ ପରାସ୍ତ ସ୍ୱୀକାର କରି ନଥିଲେ ଏବଂ ଦୁନିଆର ସବୁଠୁ କମ ଉଚ୍ଚତା ବିଶିଷ୍ଟ ମହିଳା ଭାବେ ମାଆ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି।

୩୧ ବର୍ଷର ଟ୍ରିଶା ଟେଲର, ଓଓଇ (osteogenesis imperfecta)ନାମକ ଏକ ରୋଗ ସହିତ ଜନ୍ମ ହୋଇଥିଲେ। ଜନ୍ମ ହେବା ମାତ୍ରେ ହିଁ ତାଙ୍କ ଶରୀରରେ ୧୫୦ରୁ ଅଧିକ ଫେକ୍ଚର ହୋଇଯାଇଥିଲା। ଡାକ୍ତର ବହୁତ କଷ୍ଟରେ ତାଙ୍କ ଜୀବନ ବଞ୍ଚାଇଥିଲେ।

ଟ୍ରିଶା ସେତେବେଳେ ବଞ୍ଚି ତ ଯାଇଥିଲେ କିନ୍ତୁ ତାଙ୍କ ହାଇଟ ୨ ଫୁଟ ୧୦ ଇଞ୍ଚରୁ ଅଧିକ ବଢି ନଥିଲା। ଏଥିସହିତ ତାଙ୍କ ଶରୀର ଏତେ ଦୁର୍ବଳ ହୋଇଯାଇଥିଲା ଯେ ସେ ଜୋରରେ ଛିଙ୍କିଦେଲେ ମଧ୍ୟ ତାଙ୍କ ଶରୀରରେ ଫେକ୍ଚର ହୋଇଯିବାର ସମ୍ଭାବନା ରହୁଥିଲା।

ଦିଶା କେବେହେଲେ ପରାସ୍ତ ସ୍ୱୀକାର କରି ନଥିଲେ ଏବଂ ଏତେ କଠିନତା ପରେ ମଧ୍ୟ ନିଜର ଜୀବନ ହସ ଖୁସିରେ ବିତାଉଥିଲେ।

ଯେତେବେଳେ ଟ୍ରିଶା ବଡ଼ ହୋଇଥିଲେ ସେତେବେଳେ ସେ ଜଣେ ୬ ଫୁଟ ୧ ଇଞ୍ଚର ପୁରୁଷ ମାଇକଲଙ୍କ ସହିତ ବିବାହ କରିଥିଲେ।ଟ୍ରିଶା ଭିନ୍ନ ବୋଲି ମାଇକଲ କେବେହେଲେ ଅନୁଭୂତି ହେବାକୁ ଦେଇ ନଥିଲେ। ମାଇକଲ ପ୍ରତ୍ୟେକ ସ୍ଥାନରେ ତାଙ୍କୁ ଏକ ଛୋଟ ପିଲା ପରି କୋଳରେ ଧରି ବୁଲିଥାନ୍ତି।

ପ୍ରତ୍ୟେକ ମହିଳାର ସ୍ୱପ୍ନ ହୋଇଥାଏ ଯେ, ବିବାହ ପରେ ତା’ର ଏକ ଘର ରହୁ, ଯେଉଁଥିରେ ସେ ନିଜେ, ତାଙ୍କ ସ୍ୱାମୀ ଏବଂ ତାଙ୍କ ପିଲା ରହିବେ। ଟ୍ରିଶା ମଧ୍ୟ ପିଲା ଜନ୍ମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ତାଙ୍କ ଦୁର୍ବଳ ଶରୀର କାରଣରୁ ଏହା ହେବା ପାଖାପାଖି ଅସମ୍ଭବ ଥିଲା।

ଟ୍ରିଶା ପରାସ୍ତ ସ୍ୱୀକାର କରି ନଥିଲେ ଏବଂ ଦୁଇଥର ଗର୍ଭପାତ ହେବା ପରେ ସେ ଏକ ପିଲାକୁ ଜନ୍ମ ଦେଇଥିଲେ। ତେବେ ସେହି ସମୟରେ ଡାକ୍ତର ମାନେ ତାଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସେ ପିଲା ଜନ୍ମ କରୁଛନ୍ତି ତେବେ ତାଙ୍କର ସମସ୍ତ ହାଡ଼ ମଧ୍ୟ ଭାଙ୍ଗି ଯାଇପାରେ।

ଦୁଇଟି ଗର୍ଭପାତ ପରେ ଟ୍ରିଶା ନିଜର ସନ୍ତାନକୁ ୩୨ ମାସ ପର୍ଯ୍ୟନ୍ତ ଗର୍ଭରେ ରଖିଥିଲେ ଏବଂ ପୁଣି ସି-ସେକ୍ସନ(c-section) ଜରିଆରେ ପ୍ରସବ କରିଥିଲେ। ଟ୍ରିଶା ଏବଂ ମାଇକଲଙ୍କ ପୁଅ ହେଲା, ଯାହାର ନାମ ମାୱେନ ଅଟେ। ମାୱେନଙ୍କୁ ଜନ୍ମ ଦେଇ ଟ୍ରିଶା ୱାର୍ଲଡ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।

ଏହା ହେଉଛି ଟ୍ରିଶା ଏବଂ ମାଇକଲଙ୍କର ସୁଖୀ ପରିବାର। ମାଇକଲ ନିଜର ପିଲା ଏବଂ ସ୍ତ୍ରୀଙ୍କୁ କୋଳରେ ନେଇ ନଜର ଆସୁଛନ୍ତି।

ଟ୍ରିଶା ଏବଂ ତାଙ୍କ ପୁଅ ମାୱେନ ପରସ୍ପରଙ୍କର ବହୁତ ଘନିଷ୍ଠ ଅଟନ୍ତି। ଦୁଇଜଣ ସାଥିରେ ଗୋଟିଏ ବେବି ଗାଡ଼ିରେ ବସି ବୁଲିଥାନ୍ତି। ଅନେକଥର ସେ ଏକ ପ୍ରକାରର ପୋଷାକ ମଧ୍ୟ ପିନ୍ଧିଥାନ୍ତି।

Leave a Reply

Your email address will not be published. Required fields are marked *