କାନପୁରରୁ ଏକ ଅଜବ ପ୍ରକାରର ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବତୀ ନିଜର ୱାଟସଆପ ପ୍ରେମୀଙ୍କୁ ବିବାହ କରିବା ପାଇଁ ୩୦୦ କିଲୋମିଟର ଏକୁଟିଆ ଯାତ୍ରା କରି ଯାଇ ପହଞ୍ଚିଥିଲେ ସେହି ପ୍ରେମୀଙ୍କ ଘରେ। କିନ୍ତୁ ଯେତେବେଳେ ତାଙ୍କ “ୱାଟସଆପ ପ୍ରେମୀ” ନାବାଳକ ବୋଲି ଜାଣିବାକୁ ପାଇଲେ ତାଙ୍କ ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା। ମାତ୍ର ଏହି ଘଟଣାର ଏକ ନୂତନ ମୋଡ଼ ସେତେବେଳେ ଆସିଲା ଯେତେବେଳେ ଝିଅ ନିଜର “ୱାଟସଆପ ପ୍ରେମୀ”ଙ୍କୁ ଛାଡି ତାଙ୍କ ବଡ଼ ଭାଇଙ୍କୁ ବିବାହର ଜିଦ ଧରିଲେ। ବିଶେଷ କଥା ଏହା ଯେ, ଏଲଏଲବି କରୁଥିବା ଏହି ପ୍ରେମିକା ଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ପ୍ରେମିକ ଜଣେ ହିନ୍ଦୁ ସମୁଦାୟର ଅଟନ୍ତି।
ଶାହାଜହାନପୁରର ରହୁଥିବା ସବୀନାଙ୍କ ପିତା ଅତୀକ୍ ଜଣେ ଇଞ୍ଜିନିୟର ଅଟନ୍ତି। ସବୀନାଙ୍କ କହିବା କଥା ଯେ, ତାଙ୍କ ପିତା ତାଙ୍କ ମାଆଙ୍କ ମୃତ୍ୟୁ ପରେ ଦ୍ଵିତୀୟ ବିବାହ କରି ନେଇଥିଲେ। ଏଥିସହିତ ସବୀନାଙ୍କ ଆରୋପ ରହିଛି ଯେ, ତାଙ୍କ ସାବତ ମାଆ ତାଙ୍କ ଉପରେ ବହୁତ ଅତ୍ୟାଚାର କରନ୍ତି। ସବୀନାଙ୍କ ମୁତାବକ, ତାଙ୍କ ସମ୍ପର୍କ କାନପୁରର ପରୌଲୀ ଗାଁର ନିବାସୀ ଅମିତଙ୍କ ସହିତ ୱାଟସଆପରେ ହୋଇଥିଲା।
ସବୀନା ଶାହଜହାନପୁରରୁ ୩୦୦ କିଲୋମିଟରର ଯାତ୍ରା କାରି ବୁଧବାର ଦିନ ନିଜ ପ୍ରେମୀ ଅମିତଙ୍କୁ ବିବାହ କରିବା ପାଇଁ ପ୍ରେମୀଙ୍କର କାନପୁରର ପରୌଲୀ ଗାଁରେ ସ୍ଥିତ ଘରେ ପହଞ୍ଚିଥିଲେ। ଏହି ଯାତ୍ରା ସମୟରେ ତାଙ୍କୁ ଅନେକ କିଲୋମିଟର ରାସ୍ତା ପାଦରେ ଚାଲିବାକୁ ପଡିଥିଲା ଏବଂ ରାସ୍ତାରେ ଲୋକଙ୍କ ସାହାଯ୍ୟରେ ବସ୍ ଟିକେଟ ମଧ୍ୟ କିଣିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ଯେତେବେଳେ ତାଙ୍କୁ ଅମିତଙ୍କର ନାବାଳିକ ହେବାର ସୂଚନା ଜାଣିବାକୁ ମିଳିଥିଲା ତାଙ୍କ ବିବାହ ଭୁତ ଓଲ୍ହାଇ ଯାଇଥିଲା। ସବୀନାଙ୍କ ବୟସ ୨୪ ବର୍ଷ ଅଟେ ଏବଂ ଅମିତ ତାଙ୍କ ଠାରୁ ପାଞ୍ଚ ବର୍ଷର ସାନ ଅଟନ୍ତି। ବର୍ତ୍ତମାନ ଅମିତଙ୍କ ଘର ବାହାରେ ଧାରଣାରେ ବସିଛନ୍ତି ସବୀନା।
ସବୀନାଙ୍କ କହିବା କଥା ଯେ, ମୁଁ ଅମିତଙ୍କୁ ବିବାହ କରିବା ପାଇଁ ଆସିଥିଲି। ତାଙ୍କ ଘର ଲୋକ କହିଲେ ଯେ, ଅମିତଙ୍କ ବୟସ ମୋ ଠାରୁ କମ ଅଟେ ଏବଂ ତାଙ୍କ ବଡ଼ ଭାଇଙ୍କର ବିବାହ ହୋଇ ନାହିଁ। ଏଥିପାଇଁ ମୁଁ ତାଙ୍କୁ କହିଲି ମୁଁ ଅମିତଙ୍କ ବଡ଼ ଭାଇଙ୍କୁ ମଧ୍ୟ ବିବାହ କରବାକୁ ପ୍ରସ୍ତୁତ ଅଛି, କିନ୍ତୁ ନିଜ ଘରକୁ ଫେରିବି ନାହିଁ, କାରଣ ମୋ ପାଇଁ ସେଠି ବିପଦ ରହିଛି।
ସବୀନାଙ୍କ ମୁତାବକ, ବର୍ତ୍ତମାନ ମୁଁ ଅମିତଙ୍କୁ ନହେଲେ ତାଙ୍କ ବଡ଼ ଭାଇଙ୍କୁ ବିବାହ କରିବାକୁ ପ୍ରସ୍ତୁତ ରହିଛି। ସବୀନା ଏଥିପାଇଁ ହିନ୍ଦୁ ଧର୍ମ ଗ୍ରହଣ କରି ହିନ୍ଦୁ ଦେବୀ ଦେବତାଙ୍କୁ ପୂଜା କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି, କିନ୍ତୁ ନିଜ ଘର ଲୋକଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ନାହାନ୍ତି ଏବଂ ସେ ଅମିତଙ୍କ ଘର ଲୋକଙ୍କ ଉପରେ ନିଷ୍ପତ୍ତି ଛାଡି ଦେଇଛନ୍ତି। ତେବେ ସବୀନାଙ୍କର ମୋର ଏଠାକୁ କାନପୁର ଆସିବାରେ ଏଲୋକ ମାନଙ୍କର କିଛି ଭୁଲ ନାହିଁ।
ସେପଟେ ଅମିତଙ୍କ କହିବା କଥା ଯେ, ମୋର ସବୀନା ସହିତ ୱାଟସଆପରେ ବନ୍ଧୁତ୍ବ ନିଶ୍ଚିତ ହୋଇଥିଲା କିନ୍ତୁ ବିବାହକୁ ନେଇ କୌଣସି କଥା ହୋଇ ନଥିଲା। ଅମିତ ଏହା ମଧ୍ୟ କହିଛନ୍ତି ଯେ, ସବୀନା ୱାଟସଆପରେ ନିଜ ନାମ ରିୟା କହିଥିଲେ। ମୋର ତ ତାଙ୍କ ଠାରୁ ବୟସ କମ। ସେ ନିଜ ଘରକୁ ଫେରି ଯାଆନ୍ତୁ। ଅନ୍ୟ ଜଣକ ଘରର ଝିଅ ଆମ ଘରକୁ ଆସିଛନ୍ତି ସେଥିପାଇଁ ଚିନ୍ତା ମଧ୍ୟ ହେଉଛି। ଗାଁକୁ ଆସିବା ପରେ ଆମେ ସବୀନାଙ୍କ ଘର ଲୋକଙ୍କୁ ଫୋନ କରି ସବୀନାଙ୍କୁ ନେଇଯିବାକୁ କହିଥିଲୁ କିନ୍ତୁ ସେମାନେ ସବୀନାଙ୍କୁ ନେଇଯିବା ପାଇଁ ମନା କରିଦେଇଥିଲେ।