ମୁଗେରର ଆରଡି ଆଣ୍ଡ ଡିଜେ କଲେଜ କ୍ୟାମ୍ପସ ର ପାଖରେ ରହୁଥିବା ଲୋକ ସେଇ ସମୟରେ ହଇରାଣ ହେଇଗଲେ ,ଯେବେ ସେମାନେ ଦେଖିଲେ ୪୦ ଫୁଟ ଗଭୀରର ଏକ ଶୁଖିଲା କୂଅରୁ ଶବ୍ଦ ଶୁଣା ଗଲା । ପାଖକୁ ଯାଇ ଦେଖିଲା ବେଳକୁ ଗୋଟିଏ ପିଲା ତା ଭିତରେ ପଡ଼ିଥିଲା ଉଦ୍ଧାର କରିବା ପାଇଁ ଡ଼ାକୁଥିଲା।
ସାଦିପୁର ବଡ଼ି ଦୁର୍ଗା ସ୍ଥାନରେ ରହୁଥିବା ସୋନୁ କୁମାର ଚୌରସିଆ ତାଙ୍କର ୧୩ ବର୍ଷ ର ପୁଅ ଅଭିଷେକ କୁମାର ସହିତ ସବୁଦିନ ସକାଳେ ବୁଲିବାକୁ କଲେଜ କ୍ୟାମ୍ପସ କୁ ଯାଆନ୍ତି। ସବୁଦିନ ଭଳି ଦିଜଣ ସକାଳ ୫:୩୦ ବେଳେ ବୁଲିବାକୁ ଗଲେ। ବାପା କଲେଜ କ୍ୟାମ୍ପସ ରେ ବୁଲୁଥିଲେ , ଅଭିଷେକ କ୍ୟାମ୍ପସ ରୁ ଫୁଲ ତୋଲୁ ଥିଲା । ସେ ଗଛ ଡାଳରେ ଉପରେ ଚଢ଼ି କି ଫୁଲ ତୋଲୁଥିଲା । ସେଇସମୟରେ ଡାଳ ଭାଙ୍ଗିଗଲା ସେ ୪୦ ଫୁଟ୍ ଗଭୀର କୂଅକୁ ଗଳି ପଡ଼ିଲା ,ଅଭିଷେକ ର ପାଟି ସୁଣିକି ଆଖପାଖ ଲୋକ କୂଅ ପାଖକୁ ଗଲେ।
କୂଅ ରେ ପଡ଼ିଥିବା ଅଭିଷେକ ତା ବାପାକୁ ଡାକୁଥିଲା , ଲୋକମାନେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଲେ। ଉଦ୍ଧାରକାରୀ ଦଳ ଯେତେବେଳେ ରଶି ସାହାଯ୍ୟରେ କୂଅ ଭିତରକୁ ଗଲେ ସେଠାରେ ଅମ୍ଳଜାନର ଅଭାବ ଥିଲା। କିନ୍ତୁ ସେମାନେ ରସି ସାହାଯ୍ୟ ରେ ପିଲାକୁ ବନ୍ଧୀକି ଉଠେଇଲେ।
ଉଦ୍ଧାରକାରୀ ଦଳର ସଦସ୍ୟ ରାଜା ସାହାଣୀ ଏବଂ ଜିତେନ୍ଦ୍ର ସାହାଣୀ କହିଛନ୍ତି କି ୪୦ ଫୁଟ ଗଭୀର କୂଅ ଶୁଖିଲା ଥିଲା ,ଯେତେବେଳେ କୂଅ ଭିତରେ ପଶିଲେ ସେଠାରେ ଅମ୍ଳଜାନର ଅଭାବ ଥିଲା ଆମ ପାଖରେ ଅମ୍ଳଜାନ ନ ଥିଲା। ଯାହା ପାଇଁ ପିଲାକୁ କାଢ଼ିବାକୁ ଡେରି ହେଲା।
ପରିବାର ଲୋକ ଯେବେ ଆଘାତ ଅବସ୍ଥାରେ ପିଲାକୁ ହସ୍ପିଟାଲ୍ ରେ ଆପତ କାଳୀନ ୱାଡରେ ପ୍ରବେଶ କରାଇଲେ ସେଠାରେ ଚିକିତ୍ସା ବ୍ୟବସ୍ଥା ଠିକ୍ ନ ଥିଲା । ପରିବାର ଲୋକ ପ୍ରଶାସନ ପାଖରେ ଅଭିଯୋଗ କଲେ ଡିୟୁଟି ରେ ଥିବା ଡାକ୍ତର ସାଙ୍ଗେସାଙ୍ଗ ପିଲାର ଚିକିତ୍ସା ଆରମ୍ଭ କଲେ । ପୁଣି ପିଲାକୁ ଆଇସିୟୁରେ ଭର୍ତ୍ତି କରାଗଲା। ଡିୟୁଟିରେ ଥିବା ଡାକ୍ତର ରୋଷନ୍ କୁମାର କହିଲେ ପିଲାର ଶରୀର ଓ ମୁଣ୍ଡରେ ଆଘାତ ବାଜିଛି । ୪୦ ଫୁଟ କୂଅ ରେ ପଡ଼ିବାରୁ ଏହି ଅଧଘଣ୍ଟା ରହିବା କାରଣ ରୁ ପିଲା ଡରି ଯାଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।