ବିତି ଯାଇଥିବା କିଛି ମାସରେ ୪୬ ବର୍ଷର ନବାଜୁଦିନ ସିଦିକି ଙ୍କ ପାରିବାରିକ ବିବାଦ ଲାଗିରହିଛି, କିନ୍ତୁ ଏହି ମାମଲାରେ ତାଙ୍କର ମୁସ୍କିଲ ବଢିବାର ନଜର ଆସୁଛି । ତାଙ୍କ ପତ୍ନୀ ଆଲିଆ ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ସହିତ ରେପ୍ ଆଉ ଧୋକାର ଆରୋପ ଲଗାଇଛନ୍ତି । ଏହି ଅଭିଯୋଗ ମୁମ୍ବାଇ ର ବର୍ଶୋବା ପୋଲିସ ଷ୍ଟେସନ ରେ ଦାଖଲ କରାଯାଇଛି । ନବାଜ୍ ଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ଆଲିଆ ଙ୍କ ଓକିଲ ବୟାନ ଜାରୀ କରି କହିଲେ – ମୋ ମହକିଲ ବର୍ସୋବା ପୋଲିସ ଷ୍ଟେସନ ରେ ରେପ ଆଉ ଧୋକାର ଲିଖିତ ଅଭିଯୋଗ କରିଛନ୍ତି । ଆଶା କରୁଛି ଜଲଦି ଏଫଆଇଆର ରେଜିଷ୍ଟର କରାଯିବ । ଆଲିଆ ସ୍ବାମୀ ନବାଜ ପାଖରୁ ଛାଡପତ୍ର ଫର୍ମ ବି ଦେଇସାରିଛନ୍ତି ।
ଜଣେଇ ଦେଉଛି କି ସପ୍ତାହର ପ୍ରଥମ ରୁ ହିଁ ଆଲିଆ ସ୍ବାମୀ ଆଉ ପରିବାରର ସଦସ୍ୟଙ୍କ ବିରୋଧରେ ଅଭିଯୋଗରେ ବୁଢାନା ଥାନାରେ ବୟାନ ଦାଖଲ କରିଛନ୍ତି । ଏସଏଚଓ କୁସଲପାଲ ସିଂହ କହିଛନ୍ତି କି ଆଲିଆ ମୁମ୍ୱାଇ ରୁ ବୁଢାନା ଥାନାକୁ ଆସିଥିଲେ ଆଉ ସେ ନିଜର ଅଭିଯୋଗରେ ଯାହା କିଛିବି ଦୋଷ ଲଗେଇଛନ୍ତି, ତାକୁ ହିଁ ବିସ୍ତାର କରି ନିଜର ବୟାନ ଦାଖଲ କରିଛି ।
ନବାଜ ଲକ ଡାଉନ୍ କାରଣରୁ ମୁମ୍ବାଇରୁ ବୁଢାନାର ନିଜ ପୈତୃକ ସ୍ଥାନ ଫେରି ଆସିଲେ ଆଉ ସେବେଠାରୁ ଏଠି ରହୁଛନ୍ତି । ତାଙ୍କ ପତ୍ନୀ ଆଲିଆ ମୁମ୍ବାଇରେ ରିପୋର୍ଟ ଦାଖଲ କରିଛନ୍ତି ତେଣୁ ପରିବାର ତରଫରୁ ଫୈଜୁଦିନ ସିଦ୍ଦିକି ସଫେଇ ଦେଇ କହିଲେ କି ଆଲିଆ ଙ୍କ ଠାରୁ ତାଙ୍କ ଭାଇ ନବାଜୁଦିନ ଙ୍କ ଛାଡ଼ପତ୍ର ହୋଇସାରିଛି । ଆଲିଆ ତାଙ୍କ ଉପରେ ଆଉ ପରିବାର ଉପରେ ମିଛ ଅଭିଯୋଗ ଲଗାଉଛନ୍ତି । ଯାହାର କିଛି କାରଣ ନାହିଁ ।
ପୀଙ୍କୱିଲା ସହିତ କଥା ହେବା ଭିତରେ ଆଲିଆ ନବାଜ୍ ଉପରେ କେତେଗୁଡ଼ିଏ ଗମ୍ଭୀର ଦୋଷ ଦେବା ସହ ଆଶ୍ଚର୍ଯ୍ୟ କଲା ଭଳି କଥା ଖୋଲିଥିଲେ । ଆଲିଆ କହିଥିଲେ କି ସେ ୨୦୦୩ ରୁ ନଵାଜ୍ କୁ ଜାଣିଛନ୍ତି । ଆମେ ଏକା ସାଥିରେ ରହି ଆସୁଥିଲୁ । ତାଙ୍କ ଭାଇ ସମାସ ମୋ ସାଥିରେ ରହୁଥିଲେ । ସେ ଆଉ ମୁଁ ଏକ ଫିଲ୍ମରେ କାମ କରିଥିଲୁ ।
ସେ କହିଥିଲେ କି, ଧିରେ ଧିରେ ନଵାଜ ଆଉ ମୋ ଭିତରେ ନିକଟତର ବଢ଼ିବାକୁ ଲାଗିଲା । ଆମ ଯାତାୟାତ ପୁଣି ଆରମ୍ଭ ହେଲା ଆଉ ଶେଷରେ ଆମର ବିବାହ ହୋଇଗଲା । ମାନୁଛି କି, ଆମ ଭିତରେ ଆରମ୍ଭରୁ ସମସ୍ୟା ଥିଲା । ମୋତେ ଲାଗିଲା କି ସେସବୁ ଶେଷ ହୋଇଯିବ କିନ୍ତୁ ୧୫ – ୧୬ ବର୍ଷ ହୋଇଗଲା ଆଉ ମାନସିକ ଯନ୍ତ୍ରଣା କମିଲାନି ।
ଆଲିଆ ନିଜର ୧୦ ବର୍ଷର ବିବାହ ଭାଙ୍ଗିବାକୁ ଯାଉଛନ୍ତି । ସେ ସ୍ବାମୀ ପାଖରୁ ଛାଡପତ୍ର ନେବାକୁ ଫର୍ମ ଦାଖଲ କରିଦେଇଛନ୍ତି । କିଛି ସମୟ ମଧ୍ୟରେ ଆଲିଆ ଏକ ଇଂଟରର୍ଭିଉ ରେ ନବାଜ ପରିବାର ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ସେ ନବାଜ ଙ୍କ ଭାଇ ଉପରେ ମାନସିକ ରୂପରେ ବିଦାକରିବା ଆଉ ପିଟିବାର ଅଭିଯୋଗ ଲଗେଇଥିଲେ । ଏତିକି ସେ ମଧ୍ୟ କହିଥିଲେ ଏବେ ମୁଁ ମୋର ପୁରୁଣା ନାମ ଅଞ୍ଜନା କିଶୋର ପାଣ୍ଡେ ର ନାମ ସବୁଠି ଲେଖିବି । ମୁଁ ଆଉ କାହାର ପରିଚୟରେ ଜୀବନ ବିତେଇ ପାରିବିନି ।
ସେ ସ୍ବାମୀ ଉପରେ ଦୋଷ ଲଗେଇ କହିଲେ କି, ଏହି ବିବାହରେ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବେ ସହିବାର ସୀମା ବାହାରେ । ଆମ ବିବାହରେ ବହୁତ୍ ସମୟ ଧରି ସମସ୍ୟା ଚାଲୁଥିଲା । ମୁଁ ବିବାହ ନିହାତି କରିଛି କିନ୍ତୁ ଏବେ ଏହାକୁ ଆଗକୁ ନେବା ବହୁତ ମୁସ୍କିଲ । ମୁଁ କେତେ ଜିନିଷରେ ବଦଳାଇ ବାକୁ ଚେଷ୍ଟା କଲି ଆଉ ତାଙ୍କ ଭଲ ହେବା ପର୍ଯ୍ୟନ୍ତ ଅପେକ୍ଷା କଲି କିନ୍ତୁ ଶେଷରେ ମୋତେ ଛାଡ଼ପତ୍ର ନେବାକୁ ପଡ଼ିଲା ।
ନବାଜ ଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ବିଷୟରେ କଥା ହେବା ଭିତରେ ଆଲିଆ କେତେଗୁଡ଼ିଏ ଆଶ୍ଚର୍ଯ୍ୟ ହେଲାଭଳି ତଥ୍ୟ ଖୋଲିଥିଲେ । ସେ ମୋତେ କହିଥିଲେ, ମୋର ଭଲ ଭାବରେ ମନେ ଅଛି କି ଯେତେେଳେ ଆମେ ଡେଟ କରୁଥିଲୁ ବିବାହ କରିବାର ଥିଲା, ସେତେବେଳେ ବି ସେ ଆରମ୍ଭରୁ ଆଉ କାହା ସହ ସମ୍ପର୍କରେ ଥିଲେ । ଆମେ ବିବାହ ପୂର୍ବରୁ ଆଉ ବିବାହ ପରେ ଲଢ଼ୁଥିଲୁ । ଯେତେେଳେ ମୁଁ ଗର୍ଭବତୀ ଥିଲି, ସେତେବେଳେ ମୁଁ ଚେକପ୍ ପାଇଁ ନିଜେ ଡ୍ରାଇଭ୍ କରିକି ଡକ୍ଟର ପାଖକୁ ଯାଉଥିଲି ।
ସେ କହିଥିଲେ, ଯେତେବେଳେ ମୋତେ ଲେବର ପେନ୍ ହେଉଥିଲା ଆଉ ମୁଁ କଷ୍ଟ ଅନୁଭବ କରୁଥିଲି ସେତବେଳେ ମୋ ସ୍ବାମୀ ମୋ ପାଖରେ ନଥିଲେ । ସେ ଫୋନରେ ନିଜ ପ୍ରେମିକା ସହ କଥା ହେଉଥିଲେ । କଲ୍ ର ବିଲ୍ ଷ୍ଟେଟମେଣ୍ଟ ଆସୁଥିଲା, ଏଥିପାଇଁ ମୋତେ ସବୁ ଜଣାଥିଲା ।
ଆଲିଆ କହିଥିଲେ, ବିବାହରେ ଆତ୍ମ ସମ୍ମାନ ସବୁଠୁ ବଡ଼ ଜିନିଷ ଅଟେ । ସେସବୁ ମୋ ଭିତରୁ ଶେଷ ହୋଇଯାଇଥିଲା । ମୋତେ ଏମିତି ଅନୁଭବ କରାଯାଉଥିଲା କି ଯେମିତି ମୋର ରହିବାର କିଛି ମନେ ହିଁ ନାହିଁ । ତାଙ୍କ ଭାଇ ସମାସ୍ ଏହାର ବଡ଼ କାରଣ ଅଟେ । ଭବିଷ୍ୟତ ବିଷୟରେ କଥା ହେବାରୁ ସେ କହିଥିଲେ ଏବେ ସେବିଷୟରେ ମୁଁ ଭାବି ନାହିଁ ।