କଣ ଆପଣ ଅଳ୍ପ କାମ କରି ଥକି ଯାଉଛନ୍ତି କି? କଣ ଆପଣଙ୍କ ହାଡ଼ରେ ଯନ୍ତ୍ରଣା ଅନୁଭବ ହେଉଛି କି? ହାତ ଗୋଡ଼ କାଲୁଆ ପଡୁଛି କିମ୍ବା ଭୋକ ନଲାଗିବା ପରି ସମସ୍ୟା ହେଉଛି କି? ନଖ ଭାଙ୍ଗିବା ସହିତ କେଶ ଶୁଖି ଝଡି ପଡୁଛି କି? ମାନସିକ ଚିନ୍ତା ରହିବା ସହିତ ଆପଣଙ୍କ ସ୍ମରଣ ଶକ୍ତି କମି ଯାଉଛି କି? ଯଦି ଏପରି କିଛି ହେଉଛି ତେବେ ଜାଣି ନିଅନ୍ତୁ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ରହିଛି। ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କର ଏହି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ଏଥିସହିତ ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ମଧ୍ୟ ପୂରଣ ହୋଇଯିବ।
ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ପୋସ୍ତ। ପୋସ୍ତ ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯାଏ, ନହେଲେ ଆପଣ ଏହାକୁ ପାଖ ତେଜରାତି ଦୋକାନରୁ କିଣି ପାରିବେ। ପୋସ୍ତ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ। ଏହାର ପ୍ରୟୋଗ ଆମ ଶରୀରରୁ କୋବ୍ଜ ଏବଂ ଅନିଦ୍ରା ପରି ସମସ୍ୟାକୁ ଦୂର କରିଥାଏ। ଏହାର ସେବନ ଦ୍ୱାରା ଆପଣଙ୍କୁ ବହୁତ ଭଲ ନିଦ୍ରା ଆସିଥାଏ। ଏହା ଅନେକ ପୋଷକ ତତ୍ତ୍ଵରେ ଭରପୂର ରହିବା ସହିତ ଏଥିରେ ବହୁ ପରିମାଣରେ କ୍ୟାଲସିୟମ ମିଳିଥାଏ।
ଏହି ଉପଚାରକୁ ବନାଇବା ପାଇଁ ଆପଣ ପ୍ରଥମେ ଗ୍ୟାସରେ ଏକ ପ୍ୟାନ ବସାଇ ଦିଅନ୍ତୁ ଏବଂ ପ୍ୟାନରେ ଏକ ଗ୍ଲାସ କ୍ଷୀର ଢ଼ାଳନ୍ତୁ। ଆପଣ ଏଥିରେ ଗାଈ କ୍ଷୀରର ବ୍ୟବହାର କରନ୍ତୁ, କାରଣ ଏଥିରେ ଏତେ ପରିମାଣର ଭିଟାମିନ ଏବଂ ମିନେରାଲ ମିଳିଥାଏ ଯାହା ଆପଣଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ବହୁତ ସହାୟକ ହୋଇଥାଏ। ଯଦି ଆପଣ ଗାଈ କ୍ଷୀର ପାଉ ନାହାଁନ୍ତି ତେବେ ଆପଣ ପ୍ୟାକେଟ କ୍ଷୀରର ମଧ୍ୟ ବ୍ୟବହାର କରି ପାରିବେ।
ବର୍ତ୍ତମାନ ଆପଣ ଏଥିରେ ଏକ ଚାମଚ ପୋସ୍ତ ମିଶାଇ ଦିଅନ୍ତୁ ଏବଂ ଏହାକୁ ମିଶାଇବା ପରେ ୫ ମିନିଟ ପର୍ଯ୍ୟନ୍ତ ଧୀର ଆଞ୍ଚରେ ଫୁଟିବାକୁ ଛାଡ଼ନ୍ତୁ। ୫ ମିନିଟ ପର୍ଯ୍ୟନ୍ତ ଫୁଟାଇବା ପରେ ଗ୍ୟାସକୁ ବନ୍ଦ କରି ନିଅନ୍ତୁ। ଏବେ ଏହାକୁ ଏକ ଗ୍ଲାସରେ ଢାଳି ନିଅନ୍ତୁ। ବର୍ତ୍ତମାନ ଆପଣଙ୍କର ଏହି ଉପଚାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ।
ସେବନ ବିଧି:
ଆପଣ ଏହି ଉପଚାରକୁ ରାତିରେ ଖାଇବା ପୂର୍ବରୁ ପିଅନ୍ତୁ। ଏହାକୁ ମିଠା କରିବା ପାଇଁ ଆପଣ ଏଥିରେ ମିଶ୍ରି କିମ୍ବା ମହୁର ପ୍ରୟୋଗ କରି ପାରିବେ, କିନ୍ତୁ ଏଥିରେ ଚିନିର ପ୍ରୟୋଗ କରନ୍ତୁ ନାହିଁ। ଯଦି ଆପଣ ଏକ ମାସ ପର୍ଯ୍ୟନ୍ତ ଏହାର ସେବନ କରନ୍ତି ତେବେ ଆପଣଙ୍କ ଶରୀରର କ୍ୟାଲସିୟମ ଅଭାବ ଦୂର ହୋଇଯିବ।