୪ ଦିନ ମଧ୍ୟରେ ଦବିଯାଇଥିବା ଶିର, ଶିର ଜନିତ ଯନ୍ତ୍ରଣା ଏବଂ ପିଠିରେ ଥିବା ଯନ୍ତ୍ରଣାକୁ ଦୂର କରିଦେବ ଏହି ଉପଚାର।

ଶିରରେ ଦୁର୍ବଳତା, ଯନ୍ତ୍ରଣା ଏବଂ ବନ୍ଦ ଶିରାକୁ ଖୋଲିବ ଏହି ଘରୋଇ ଉପଚାର। ଆଜିର ଏହି ଉପଚାରର ପ୍ରୟୋଗ କରିବା ଦ୍ୱାରା ଶରୀରରେ ଦବି ଯାଇଥିବା ଶିର, ଶିରର ଦୁର୍ବଳତା ଏବଂ ତାହାର ଯନ୍ତ୍ରଣା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ତ୍ରୁଟି ପୂର୍ଣ୍ଣ ଜୀବନ ଶୈଳୀ କିମ୍ବା ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଆଜିର ସମୟରେ କେହି ବି ଏମିତି ବ୍ୟକ୍ତି ନାହିଁ ଯାହାଙ୍କ ଶରୀରର ଯନ୍ତ୍ରଣା ଏବଂ ଦୁର୍ବଳତା ନହେଉଥିବ।

 

ଶିର ଦବିଯିବା ଏବଂ ଶରୀରରେ ଦୁର୍ବଳତା ପରି ସମସ୍ୟା ଯଦି କାହାକୁ ହୋଇଥାଏ ତେବେ ଏପରି ସ୍ଥିତିରେ ଲୋକ ଠିକ ଭାବରେ କାମ କରିପାରେ ନାହିଁ। ତାଙ୍କୁ ଉଠିବା ବସିବା ଏନିତିକି ଶୋଇବାରେ ମଧ୍ୟ ବହୁତ କଷ୍ଟ ଅନୁଭୂତି ହୋଇଥାଏ। ଶିର ଆପଣଙ୍କ ଶରୀରରେ କେଉଁଠି ହେଲେ ଦବିଯାଇ ପାରେ। ବହୁତ ସମୟରେ ଶରୀରର ସେହି ଅଂଶଟି ଆକାମି ହୋଇଯାଇଥାଏ। ସେଥିପାଇଁ ଶିର ଦବିଯିବାକୁ ଅଣଦେଖା କରନ୍ତୁ ନାହିଁ। ଆଜିର ଏହି ଉପଚାର ଆପଣଙ୍କ ଏହି ସମସ୍ତ ସମସ୍ୟାକୁ ଦୂର କରିଦେବ।

ପ୍ରଥମ ଉପଚାରର ପ୍ରସ୍ତୁତିର ପ୍ରକ୍ରିୟା:

ଏହି ଉପଚାର ଆପଣଙ୍କ ଶିରର ଦୁର୍ବଳତା ପାଇଁ ଦୁଇ ପ୍ରକାରର କାମ କରିବ। ପ୍ରଥମ ଆପଣଙ୍କ ଶିରରେ ହେଉଥିବା କଷ୍ଟ ଏବଂ ସେଥିରେ ଥିବା ଦୁର୍ବଳତାକୁ ଦୂର କରିବ। ଦ୍ଵିତୀୟଟି ଆପଣଙ୍କ ଶରୀରରେ ଯେଉଁଠି ଶିର ଜନିତ ସମସ୍ୟା ଅଛି ତାହାକୁ ଦୂର କରିବ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ନଡ଼ିଆ ତେଲ ଏବଂ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ପୁଦିନା ତେଲ।ଯେଉଁମାନଙ୍କ ଶିରରେ ଦୁର୍ବଳତା ବହୁତ ଅଧିକ ଅଛି ଏବଂ ଯେଉଁମାନେ ଶିର ଦବିଯିବା ଦ୍ୱାରା ବହୁତ କଷ୍ଟ ପାଉଛନ୍ତି ସେମାନେ ସେହି କଷ୍ଟରୁ ଆରାମ ପାଇବା ପାଇଁ ପୁଦିନା ତେଲର ପ୍ରୟୋଗ ନିହାତି କରନ୍ତୁ। ଏହା ଆପଣଙ୍କୁ କୌଣସି ଔଷଧ ଦୋକାନ କିମ୍ବା ପୁଟୁଳି ବଣିଆ ଦୋକାନରୁ ବହୁତ ସହଜରେ ମିଳିଯିବ। ଯଦିଓ ନମିଳୁଛି ଆପଣ ଏହାକୁ ଅନଲାଇନ ଅର୍ଡର କରି ମଗାଇ ଦେଇ ପାରିବେ।

ପ୍ରଥମେ ଆପଣ ପୁଦିନା ତେଲର ୫ରୁ ୧୦ ବୁନ୍ଦା ଏକ ପାତ୍ରରେ ନେଇଯାନ୍ତୁ। ତା’ପରେ ଆପଣ ଏଥିରେ ଏକ ଚାମଚ ନଡ଼ିଆ ତେଲ ମିଶାନ୍ତୁ। ବର୍ତ୍ତମାନ ଆପଣ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏହି ଉପଚାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ। ଆପଣ ଏହାକୁ ଦୁର୍ବଳ ଶିର, ଶିରରେ ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ସେହି ସ୍ଥାନରେ ମାଲିଶ କରି ନିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ହେଉଥିବା କଷ୍ଟରୁ ଉପଶମ ମିଳିଯିବ।

ଦ୍ଵିତୀୟ ଉପଚାରର ପ୍ରସ୍ତୁତି ପ୍ରକ୍ରିୟା:

ଦ୍ଵିତୀୟ ଉପାୟ ପାଇଁ ଆପଣ ପ୍ରଥମେ ଗୋଟିଏ ପାତ୍ରରେ ଏକ ଗ୍ଲାସ କଞ୍ଚା କ୍ଷୀର ନେଇଯାନ୍ତୁ। ବର୍ତ୍ତମାନ ଏଥିରେ ଅଧା ଚାମଚ ହଳଦୀ ମିଶାନ୍ତୁ। ହଲଦୀରେ କାର୍ପ୍ୟୁମିନ ମିଳିଥାଏ ଯାହା ଆମ ଶିରରେ ହେଉଥିବା ଯନ୍ତ୍ରଣା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। କାରଣ କର୍ପ୍ୟୁମିନରେ ଆଣ୍ଟି ଇଂଫ୍ଲାମେଣ୍ଟରୀ ଗୁଣ ସହିତ ଆହୁରି ଅନେକ ତତ୍ତ୍ୱ ମିଳିଥାଏ ଯାହା ଶିର ଫୁଲାକୁ ବନ୍ଦ କରିବାରେ ସାହାଯ୍ୟ କରିଥାଏ।

ବର୍ତ୍ତମାନ ପୂର୍ବରୁ ନେଇଥିବା କଞ୍ଚା କ୍ଷୀର ଏବଂ ହଳଦୀର ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ। ୧୦ ମିନିଟ ପରେ ଆପଣ ଏହାକୁ ଛାଣି ନିଅନ୍ତୁ। ଏବେ ଆପଣଙ୍କର ଉପଚାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି କ୍ଷୀର ଗରମ ଥିବା ସମୟରେ ଏହାର ସ୍ୱାଦ ବଢାଇବା ପାଇଁ ଏଥିରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ।

ସେବନ ବିଧି:

ପ୍ରଥମେ ପୂର୍ବରୁ ପ୍ରସ୍ତୁତ କରିଥିବା ତେଲକୁ ଯନ୍ତ୍ରଣା ହେଉଥିବା ଶିର ସ୍ଥାନରେ ଭଲ ଭାବରେ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ମାଲିଶ କରି ନିଅନ୍ତୁ। ସକାଳୁ ଏବଂ ସନ୍ଧ୍ୟାରେ ଦିନରେ ଦୁଇଥର ଏହି ତେଲର ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କ ଶିରରେ ହେଉଥିବା କଷ୍ଟ ବହୁତ ଶୀଘ୍ର କମ ହୋଇଯିବ।

ଦ୍ଵିତୀୟ ଉପଚାରଟିର ପ୍ରୟୋଗ ଆପଣ ଦିନକୁ ଥରେ ସକାଳୁ କିମ୍ବା ସନ୍ଧ୍ୟାରେ ନିଜର କ୍ଷୀର ପିଇବା ସମୟରେ ସେବନ କରି ପାରିବେ। ସାଧାରଣ କ୍ଷୀର ପିଇବା ବଦଳରେ ଏହି କ୍ଷୀର ପିଅନ୍ତୁ। ଆପଣ ଏହାକୁ ନିୟମିତ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେବନ କରନ୍ତୁ। ଦେଖିବେ ଆପଣଙ୍କ ଶିରରେ କଷ୍ଟ ଏବଂ ଦୁର୍ବଳତା ଖୁବଶୀଘ୍ର ଦୂର ହୋଇଯିବ। ପ୍ରତିଦିନ ଏହାର ସେବନ କରିବା ଦ୍ୱାରା ଦବିଯାଇଥିବା ଶିରରୁ ଆରାମ ମିଳିବ। ଆଗାମୀ ଭବିଷ୍ୟତରେ କେବେ ଆପଣଙ୍କୁ ଶିର ଜନିତ ସମସ୍ୟା ହେବ ନାହିଁ।

Leave a Reply

Your email address will not be published. Required fields are marked *