ମିସ ୱାର୍ଲଡ଼ ହୋଇଥିବା ୟୁକ୍ତା ମୁଖୀ(Yukta Mookhey) ୪୨ ବର୍ଷର ହୋଇଗଲେଣି। ୭ ଅକ୍ଟୋବର, ୧୯୭୭କୁ ବେଙ୍ଗଲୁରୁରେ ଜନ୍ମ ଗ୍ରହଣ କରିଥିଲେ ଯୁକ୍ତା, ସେ ମିସ ୱାର୍ଲଡ଼ ଜିତି ଚର୍ଚ୍ଚାକୁ ଆସିଥିଲେ। ଯୁକ୍ତାଙ୍କ କ୍ୟାରିୟରର ଡେବ୍ୟୁ ତାମିଲ ଫିଲ୍ମ “ପୋବେଲ୍ଲମ ଉନ ବସମ”(୨୦୦୧)ରୁ କରିଥିଲେ। ଯୁକ୍ତା ୨୦୦୮ରେ ନ୍ୟୁୟର୍କ ବେସ୍ଡ ବିଜିନେସମ୍ୟାନ ପ୍ରିନ୍ସ ତୁଲୀଙ୍କ ସହିତ ବିବାହ କରିଥିଲେ କିନ୍ତୁ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ଚାଲି ନଥିଲା ଏବଂ କିଛି ବର୍ଷରେ ହିଁ ଉଭୟଙ୍କର ଛାଡପତ୍ର ହୋଇଯାଇଥିଲା।
ଯୁକ୍ତା ମୁଖୀ ୩ ଜୁଲାଇ,୨୦୧୩କୁ ସ୍ୱାମୀ ପ୍ରିନ୍ସ ତୁଲୀଙ୍କ ବିରୋଧରେ ମୁମ୍ବାଇର ଅଂବୋଲି ଥାନାରେ ଡାଉରୀ ଉତ୍ପୀଡନ ଏବଂ ଅନନ୍ୟାଚୁରାଲ ସେକ୍ସ ମାମଲାରେ ରୁଜ୍ଜୁ କରାଇଥିଲେ। ସେ ନିଜର ଅଭିଯୋଗରେ ସ୍ୱାମୀଙ୍କ ଉପରେ ହଇରାଣ କରିବା ଏବଂ ମାରପିଟ କରିବାର ଅଭିଯୋଗ ମଧ୍ୟ ଲଗାଇଥିଲେ।
ଯୁକ୍ତା ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ସ୍ୱାମୀ ତାଙ୍କୁ ପଶୁଙ୍କ ପରି ପିଟୁଥିଲେ। ତାଙ୍କ ପରିବାର ଚାହୁଁନଥିଲେ ଯେ ଯୁକ୍ତା ଫିଲ୍ମରେ କାମ କରନ୍ତୁ। ଯୁକ୍ତା ମୁଖୀ ଏବଂ ପ୍ରିନ୍ସ ତୁଲୀଙ୍କ ଭେଟ ନାଗପୁରରେ ସେସମୟରେ ହୋଇଥିଲା, ଯେତେବେଳେ ଯୁକ୍ତା ଗୋଟିଏ ଫୋଟୋଶୁଟ ସମ୍ବନ୍ଧରେ ସେଠାକୁ ଯାଇଥିଲେ।
ପ୍ରିନ୍ସ ତୁଲୀ ଜଣେ ବଡ ଉଦ୍ୟୋଗିକ ଘରର ପୁଅ ଥିଲେ। ତାଙ୍କ ପରିବାର ହୋଟେଲ, ମଲ୍ସ, କଲେଜ ଏବଂ ଇକ୍ବିପ୍ଟିମେଣ୍ଟସ ତିଆରି କରିବା କ୍ଷେତ୍ରରେ ସକ୍ରିୟ ରହିଛନ୍ତି। ଉଭୟ ନଭେମ୍ବର ୨୦୦୮ରେ ନାଗପୁରରେ ବିବାହ କରିନେଇଥିଲେ।
୭ ସେପ୍ଟେମ୍ବର, ୨୦୦୮ରେ ଯୁକ୍ତା ଏବଂ ପ୍ରିନ୍ସଙ୍କ ଏନଗେଜମେଣ୍ଟ ହୋଇଥିଲା ଏବଂ ଏହି ବର୍ଷ ନଭେମ୍ବରରେ ହିଁ ନାଗପୁର ଗୁରୁଦ୍ୱାରରେ ଶିଖ ରୀତିନୀତିରେ ଉଭୟଙ୍କର ବିବାହ ହୋଇଥିଲା। ତେବେ ଏହି ବିବାହ ପାଞ୍ଚ ବର୍ଷ ମଧ୍ୟ ଚାଲିପାରି ନଥିଲା।
ଜୁଲାଇ ୨୦୧୩ରେ ପ୍ରିନ୍ସ ତୁଲୀ ଯୁକ୍ତାଙ୍କ ବିଚ୍ଛେଦ ହୋଇଥିଲା ଏବଂ ଜୁନ ୨୦୧୪ରେ ଯୁକ୍ତା ଏହି ନର୍କର ଜୀବନରୁ ମୁକ୍ତି ପାଇଥିଲେ। ସୂଚନାଯୋଗ୍ୟ ଯେ, ପ୍ରିନ୍ସ ତୁଲୀ ଏବଂ ଯୁକ୍ତା ମୁଖୀଙ୍କର ଏକ ପୁତ୍ର ସନ୍ତାନ ଅହେରିନ ଅଛନ୍ତି, ଯାହାଙ୍କର କସ୍ଟଡି ବର୍ତ୍ତମାନ ଯୁକ୍ତାଙ୍କ ପାଖରେ ରହିଛି। ସେ ଏକୁଟିଆ ହିଁ ପିଲାଟିର ଲାଳନ ପାଳନ କରୁଛନ୍ତି।
୪ ସେପ୍ଟେମ୍ବର, ୧୯୯୯କୁ ଲଣ୍ଡନରେ ଯୁକ୍ତା ୪୯ତମ ମିସ ୱାର୍ଲଡ଼ ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲେ। ସେ ୯୩ ଦେଶର ପ୍ରତିଯୋଗୀଙ୍କୁ ହରାଇ ଏହି ମୁକୁଟକୁ ନିଜ ନାମରେ କରିଥିଲେ। ଏହାପୂର୍ବରୁ ଭାରତର୍ ରିତା ଫାରିୟା (୧୯୬୬), ଐଶ୍ୱର୍ଯ୍ୟା ରାୟ(୧୯୯୪) ଏବଂ ଡାୟନା ହେଡନ (୧୯୯୭) ମିସ ୱାର୍ଲଡ଼ର ଟାଇଟଲ ଜିତି ସାରିଥିଲେ।
ଯୁକ୍ତା ମୁଖୀ ୨୦୦୨ରେ ଆସିଥିବା ଫିଲ୍ମ “ପ୍ୟାସ”ରୁ ବଲିଉଡ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କର ବିପରୀତ ଅଫତାବ ଶିବଦାସାନୀ ଥିଲେ। ତେବେ ଏହି ବକ୍ସ ଅଫିସରେ ଫ୍ଲପ ରହିଥିଲା।
ଏହାପରେ ୨୦୦୫ରେ ଯୁକ୍ତା ଦୁଇଟି ଏବଂ ଫିଲ୍ମ “ମେମସାବ” ଏବଂ “ଲଭ ଇନ ଜାପାନ”ରେ କାମ କରିଥିଲେ। ଏହି ଫିଲ୍ମ ମଧ୍ୟ କିଛି ବିଶେଷ ଚାଲି ନଥିଲା। ୨୦୦୬ରେ ସେ ମ୍ୟୁଜିକ ଆଲବମ “କଠପୁତଲୀ”ରେ ମଧ୍ୟ କାମ କରିଥିଲେ।
ଯୁକ୍ତା ୨୦୧୦ରେ ନିଜର ଆଖି ଆଇ ବ୍ୟାଙ୍କକୁ ଡୋନେଟ କରିଦେଇଥିଲେ। ଏହାଛଡା ମଧ୍ୟ ସେ ଅନେକ ସୋସିଆଲ ଏବଂ ଚ୍ୟାରିଟାବଲ ଇଭେଣ୍ଟସରେ ଅଂଶଗ୍ରହଣ କରିଥାନ୍ତି। ସେ ଗରିବ ଏବଂ ଦଳିତ ପିଲା ମାନଙ୍କର ମଧ୍ୟ ସାହାଯ୍ୟ କରିଥାନ୍ତି।