ନିଜର ଏକ ଘର ସମସ୍ତଙ୍କର ସ୍ୱପ୍ନ ହୋଇଥାଏ। ଆଜିର ସମୟରେ ଗୋଟିଏ ଘରର ମାଲିକ ହେବା ବହୁତ ମହଙ୍ଗା ବ୍ୟାପାର ଅଟେ। ଗୋଟିଏ ଘର ବନାଇବା ପାଇଁ ମଣିଷକୁ ନିଜ ସମଗ୍ର ଜୀବନର ଉପାର୍ଜନ ସେଥିରେ ଖର୍ଚ୍ଚ କରିବାକୁ ପଡିଥାଏ। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଆପଣଙ୍କ ପାଖରେ ମୌକା ରହିଛି ବିଳାସପୂର୍ଣ୍ଣ ଘରର ମାଲିକ ହେବାର ମାତ୍ର ଦୁଇରୁ ପାଞ୍ଚ ଶହ ଟଙ୍କାରେ।
ଏଥିରେ କେଉଁ ଘରର ପ୍ରକୃତ ମୂଲ୍ୟ ୭ କୋଟି ୩୦ ଲକ୍ଷ ରହିଛି ତ ଆଉ କେଉଁ ଘରର ମୂଲ୍ୟ ୫ କୋଟି ରହିଛି। କିନ୍ତୁ ଲୋକଙ୍କ ପାଖରେ ଅବସର ରହିଛି ଯେ ଏଗୁଡ଼ିକୁ ବହୁତ କମ ମୂଲ୍ୟରେ କିଣି ପାରିବେ। କିଛି ଭାଗ୍ୟଶାଳୀ ଲୋକ ଏହି ଅଫରର ଲାଭ ଉଠାଇ ଏହି ଘରେ ମଧ୍ୟ ରହୁଛନ୍ତି। ଏହି ଅବସର ପ୍ରଦାନ କରୁଛନ୍ତି ରେଫଲ ହାଉସ, ଯାହା ଲୋକଙ୍କ ସ୍ୱପ୍ନ ପୁରା କରୁଛି। ମାତ୍ର ଆପଣଙ୍କୁ ରେଫଲ ହାଉସର ଟିକେଟ କିଣିବାକୁ ପଡିବ। ଯଦି ଆପଣ ଭାଗ୍ୟଶାଳୀ ଅଟନ୍ତି ତେବେ ଜିତି ପାରିବେ ଏହି ଘର। ସେ ମଧ୍ୟ ମାତ୍ର ଦୁଇ ଶହ ଟଙ୍କା ମୂଲ୍ୟରେ।
ଦକ୍ଷିଣ ଲଣ୍ଡନରେ ରହୁଥିବା ୨୭ ବର୍ଷର ନିଓମୀ ବୁନଟମକୁ ଆଜି ମଧ୍ୟ ବିଶ୍ୱାସ ହୁଏ ନାହିଁ ସେ ୪ କୋଟି ୮୬ ଲକ୍ଷ ଟଙ୍କାର ଘରେ ରହୁଛନ୍ତି। ଏତେ ବଡ଼ ଘରରେ ସେ ରୁହନ୍ତି କିନ୍ତୁ ଏହା ବଦଳରେ ତାଙ୍କୁ ଦେବାକୁ ପଡିଥିଲା ମାତ୍ର ୫ ଶହ ଟଙ୍କା।
ନିଓମୀଙ୍କ କହିବା କଥା ଯେ, ଏହା କୌଣସି ଏକ ସ୍ୱପ୍ନ ପରି ଅଟେ। ସେ ଏହି ଘରେ ନିଜ ସ୍ୱାମୀଙ୍କ ସହିତ ରହୁଛନ୍ତି। ସେ ସେଠାରେ ନିଜ ଇଚ୍ଛାରେ କିଛି ବି କରି ପାରନ୍ତି। କିନ୍ତୁ ମାତ୍ର ଘରର କାଗଜପତ୍ର ତାଙ୍କ ନାମରେ ନାହିଁ।
ମାତ୍ର କିଛି ଟଙ୍କାରେ ଘର କିଣିବାର ସ୍ବପ୍ନ ପୁରା ହେବା ତାଲିକାରେ କେବଳ ନିଓମୀ ନାହାନ୍ତି। ୨୩ ବର୍ଷର ଜେମା ନିକଲିନ ଯିଏ ବର୍ତ୍ତମାନ ୱୋଲଭରହମ୍ପଟନରେ ରହୁଛନ୍ତି, ସେ ନିକଟରେ ଶରୁବାରୀରେ ଦୁଇ ଶହରେ ଏକ ଟିକେଟ କିଣିଥିଲେ। ଏହାପରେ ସେ ମଧ୍ୟ ପାଖାପାଖି ୫ କୋଟି ଟଙ୍କାର କୋଠା ନିଜ ନାମରେ କରିଛନ୍ତି।
ବର୍ତ୍ତମାନ ଆପଣ ଭାବୁଥିବେ ଏତେ ମହଙ୍ଗା ଘର ଏତେ ଶସ୍ତାରେ କେମିତି ମିଳି ଯାଉଛି? ଏହି ଅଫର ଦେଉଛି ରେଫଲ ହାଉସ। ସେ ଟିକେଟ ବିକୁଛନ୍ତି ଯାହାପରେ ଆପଣଙ୍କର ଭାଗ୍ୟ ଆଧାରରେ ଆପଣଙ୍କୁ ଘର ମିଳିପାରେ।
ବାସ୍ତବରେ ଏହି ଘରର ମାଲିକ ନିଜ ଘରକୁ ଏତେ ଶସ୍ତାରେ ବିକିଥାନ୍ତି ଯେ, ଯେଉଁଥିପାଇଁ ସେ ଲଟେରୀ ଟିକେଟ ବିକ୍ରି କରିଥାନ୍ତି। ଏହି ଟିକେଟ ଦୁଇ ଲରୁ ପାଞ୍ଚ ଶହ ଟଙ୍କା ଭିତରେ ବିକ୍ରି ହୋଇଥାଏ। ଏହି ଟଙ୍କା ଘରର ପ୍ରକୃତ ମାଲିକଙ୍କ ପାଖକୁ ଯାଇଥାଏ।
ଗୋଟିଏ ଘର ପାଇଁ ପାଖାପାଖି ସାଢ଼େ ୬ ଲକ୍ଷ ଟିକେଟ ବିକ୍ରି ହୋଇଥାଏ। ଏମିତିରେ ମାଲିକଙ୍କୁ ବହୁତ ଲାଭ ହୋଇଥାଏ। ଯେଉଁ ଜଣେ ଲୋକଙ୍କ ନାଁରେ ଘରର ଲଟେରୀ ବାହାରିଥାଏ ତାଙ୍କର ସମସ୍ତ ଖର୍ଚ୍ଚ ଏହି ଟଙ୍କାରୁ ଉଠାଯାଇଥାଏ।
ଏହି ଘର ପୂର୍ବରୁ ହିଁ ନବୀକରଣ ହୋଇଥାଏ। ଫିସ ଏବଂ ଷ୍ଟାମ୍ପ ଡ୍ୟୁଟି ପର୍ଯ୍ୟନ୍ତ ଘରର ପ୍ରକୃତ ମାଲିକ ଦେଇଥାଏ।ଏହି ଘର ବହୁତ ବିଳାସପୂର୍ଣ୍ଣ ଦେଖା ଯାଇଥାଏ। କିନ୍ତୁ ଭାଗ୍ୟରେ ଥିଲେ ଏହା ଆପଣଙ୍କ ନାମରେ ହୋଇପାରେ।
ଏଥିପାଇଁ ଆପଣଙ୍କ ପାଖରେ ୩୦ ନଭେମ୍ବର ପର୍ଯ୍ୟନ୍ତ ସମୟ ଅଛି। ଆପଣ ରେଫଲର ୱେବସାଇଟକୁ ଯାଇ ଏହି ଅଫରର ଲାଭ ଉଠାଇ ପାରିବେ। ଯଦି ଆପଣଙ୍କ ଭାଗ୍ୟର ଲଟେରୀ ଲାଗିଲା ତେବେ କେବଳ ଦୁଇ ଶହରୁ ପାଞ୍ଚ ଶହ ଟଙ୍କା ଖର୍ଚ୍ଚ କରି ଆପଣ ଏହି ବିଳାସପୂର୍ଣ୍ଣ ଘରର ମାଲିକ ହୋଇପାରିବେ।
ସୋସିଆଲ ମିଡିଆରେ ଅନେକ ଲୋକ ଏହି ଅଫରରେ ନିଜ ଘରକୁ ସେଲ କରିବା ପାଇଁ ଲଗାଉଛନ୍ତି। ସେ ନିଜର ଖାଲି ପଡିଥିବା ଘରକୁ ଲଟେରୀ ଲଗାଇ ଲୋକଙ୍କୁ ଲିଜରେ ଦେଉଛନ୍ତି।