୫ ସେପ୍ଟେମ୍ବର ନୁହେଁ, ଦୁନିଆରେ ଏହି ଦିନରେ ପାଳିତ ହୋଇଥାଏ ପ୍ରକୃତ ଗୁରୁ ଦିବସ, କେଉଁଠି ଛୁଟି ମିଳେ ତ କେଉଁଠି ମିଳେ ଠେଙ୍ଗା।

ଆଜି ୫ ସେପ୍ଟେମ୍ବରକୁ ଭାରତରେ ଗୁରୁ ଦିବସ ବା Teachers’ Day ରୂପରେ ପାଳିତ କରାଯାଇଥାଏ। ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଶିକ୍ଷକଙ୍କ ସବୁଠୁ ବଡ଼ ଭୂମିକା ରହିଥାଏ। ଯେତେବେଳେ କୌଣସି ସ୍ଥିତିରେ ମଣିଷ ଫସି ଯାଇଥାଏ ସେ ଭ୍ରମିତ ହେବାକୁ ଲାଗିଥାଏ, ସେତେବେଳେ ସାହାଯ୍ୟ ପାଇଁ ସାମ୍ନାକୁ ଆସିଥାନ୍ତି ଶିକ୍ଷକ। କିନ୍ତୁ ଆବଶ୍ୟକ ନୁହେଁ ଯେ, ଏହି ଶିକ୍ଷକ ଆପଣଙ୍କ ସ୍କୁଲ କିମ୍ବା କଲେଜର ଶିକ୍ଷକ କିମ୍ବା ପ୍ରଫେସର ହୋଇଥିବେ। ସେହି ପ୍ରତ୍ୟେକ ବ୍ୟକ୍ତି ଯିଏ ଆପଣଙ୍କୁ ଶିକ୍ଷା ଦେଇଥାନ୍ତି ସେମାନେ ସମସ୍ତେ ଶିକ୍ଷକ।

ଯଦି ଭାରତ ବିଷୟରେ କୁହାଯାଏ ତେବେ ଏଠାରେ ୫ ସେପ୍ଟେମ୍ବର ଦିନ ଗୁରୁ ଦିବସ ରୂପରେ ପାଳିତ କରାଯାଇଥାଏ। କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ଯଦି ଦୁନିଆର ଅନ୍ୟ ଦେଶ ଗୁଡିକ ବିଷୟରେ କୁହାଯାଏ ତେବେ ସେଠାରେ ଗୁରୁ ଦିବସ ଭିନ୍ନ ଦିନରେ ପାଳିତ ହୋଇଥାଏ। ୟୁନେସ୍କୋରେ ଏହା ୧୯୯୪ରୁ ଆରମ୍ଭ କରାଯାଇଥିଲା। କିନ୍ତୁ ଦୁନିଆର ଅନେକ ଦେଶ ନିଜ ହିସାବରେ ଭିନ୍ନ ଭିନ୍ନ ତାରିଖରେ ଗୁରୁ ଦିବସ ମନାଇଥାନ୍ତି।

ଭାରତ: ଭାରତରେ ସେପ୍ଟେମ୍ବରକୁ ଗୁରୁ ଦିବସ ପାଳିତ ହୋଇଥାଏ। ବର୍ତ୍ତମାନ ଆପଣ ଭାବୁଥିବେ କାହିଁକି ସେପ୍ଟେମ୍ବର ୫ରେ ହିଁ ଗୁରୁ ଦିବସ ପାଳନ କରାଯାଉଛି? ତେବେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଦିନରେ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଏବଂ ଦ୍ଵିତୀୟ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ଜନ୍ମ ହୋଇଥିଲା। ତାଙ୍କ ଜନ୍ମ ଦିବସକୁ ହିଁ ଗୁରୁ ଦିବସ ରୂପରେ ପାଳନ କରାଯାଇଥାଏ। ଡା. ସର୍ବପଲ୍ଲୀ ରାଧାକୃଷ୍ଣନ ଜଣେ ଉତ୍ତମ ଶିକ୍ଷକ ଥିଲେ। ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ତାଙ୍କୁ ୨୭ ଥର ନୋବେଲ ପୁରସ୍କାର ପାଇଁ ନାମିତ କରାଯାଇଥିଲା।

ଅଷ୍ଟ୍ରେଲିଆ: ଏଠାରେ ଅକ୍ଟୋବର ମାସର ଶେଷ ଶୁକ୍ରବାର ଦିନକୁ ଗୁରୁ ଦିବସ ରୂପରେ ପାଳନ କରାଯାଇଥାଏ। କିନ୍ତୁ ଯଦି ଶେଷ ଶୁକ୍ରବାରକୁ ୩୧ ଅକ୍ଟୋବର ପଡିଥାଏ, ତେବେ ଏହାକୁ ୭ ନଭେମ୍ବରକୁ ପାଳନ କରାଯାଇଥାଏ। ଏହା ପଛରେ ବିଶେଷ କାରଣ ମଧ୍ୟ ରହିଛି। ୩୧ ଅକ୍ଟୋବରକୁ ହେଲୋବୀନ ଦିବସ ହୋଇଥାଏ। ଏମିତିରେ ଗୁରୁଦିବସର ତାରିଖ ଆଗକୁ ଘୁଞ୍ଚାଇ ଦିଆଯାଇଥାଏ।

ଚୀନ: ଏହି ଦେଶରେ ୧୦ ସେପ୍ଟେମ୍ବରକୁ ଗୁରୁ ଦିବସ ପାଳନ କରାଯାଇଥାଏ। ତେବେ କେହି କେବେହେଲେ ପ୍ରକାଶ କରି ନାହାନ୍ତି ଯେ, ଗୁରୁ ଦିବସ ଭାବରେ କାହିଁକି ଏହି ଦିନକୁ ଚୟନ କରାଯାଇଛି? ୧୯୮୫ରେ ପ୍ରଥମଥର ଏଠାରେ ଗୁରୁ ଦିବସ ପାଳନ କରାଯାଇଥିଲା। ଏହି ଦିନରେ ଛାତ୍ର ମାନେ ଶିକ୍ଷକଙ୍କୁ ଫୁଲ ଏବଂ କାର୍ଡ଼ ଉପହାର ଦେଇଥାନ୍ତି।

ପାକିସ୍ତାନ: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ୫ ଅକ୍ଟୋବରକୁ ଗୁରୁ ଦିବାସ ପାଳନ କରାଯାଇଥାଏ। ଆନ୍ତର୍ଜାତୀୟ ଗୁରୁ ଦିବାସକୁ ହିଁ ଏହି ଦେଶ ଗୁରୁ ଦିବାସ ଭାବରେ ପାଳନ କରିବାକୁ ଚୟନ କରିଛି।

ୟୁଏସଏ: ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତ୍ୟେକ ବର୍ଷ ଟିଚର୍ସ ଏପ୍ରିଶିଏଶନ ସପ୍ତାହ ପାଳିତ କରାଯାଇଥାଏ। ଏହା ମଇ ମାସର ପ୍ରଥମ ସପ୍ତାହରେ ପାଳନ କରାଯାଇଥାଏ। ଏହି ସପ୍ତାହରେ ମଙ୍ଗଳବାର ଦିନ ଗୁରୁ ଦିବାସ ଭାବରେ ପାଳିତ ହୋଇଥାଏ।

ନାଇଜେରିଆ: ଏଠାରେ ମଧ୍ୟ ଅକ୍ଟୋବରକୁ ଗୁରୁ ଦିବାସ ପାଳନ କରାଯାଇଥାଏ। ଭାରତରୁ ଠିକ ବିପରୀତ ଏଠାରେ ଏହି ଦିନ ସ୍କୁଲ ଏବଂ କଲେଜରେ ଛୁଟି ରୂପରେ ଶିକ୍ଷକ ମାନଙ୍କୁ ଉପହାର ଦିଆଯାଇଥାଏ।

ନେପାଳ: ଏହି ଦେଶରେ ଗୁରୁ ପୂର୍ଣ୍ଣିମା ଦିନ ଗୁରୁ ଦିବାସ ଭାବରେ ପାଳନ କରାଯାଇଥାଏ। ଏହା ଶୁକ୍ଳ ପୂର୍ଣ୍ଣିମାକୁ ପାଳନ କରାଯାଇଥାଏ ଯାହାକି ଜୁଲାଇ ମାସ ମଧ୍ୟରେ ପଡିଥାଏ। ଚନ୍ଦ୍ର ହିସାବରେ ଏଠାରେ ତାରିଖ ବଦଳି ଯାଇଥାଏ।

ଇରାକ: ମାର୍ଚ୍ଚ ୧ ତାରିଖରେ ଏଠାରେ ଗୁରୁ ଦିବାସ ପାଳନ କରାଯାଏ। ଏହି ଦିନରେ ଶିକ୍ଷକ ମାନଙ୍କୁ ଉପହାର ପ୍ରଦାନ କରାଯାଇଥାଏ। ସାନ କ୍ଲାସର ପିଲା ମାନଙ୍କୁ ବଡ଼ କ୍ଲାସର ପିଲା ମାନେ ପଢାଇଥାନ୍ତି।

ଇଣ୍ଡୋନେସିଆ: ଏଠାରେ ୨୫ ନଭେମ୍ବରକୁ ଗୁରୁ ଦିବାସ ଭାବରେ ପାଳନ କରାଯାଏ। ଏହି ଦିନରେ ହିଁ ଇଣ୍ଡୋନେସିଆରେ ଶିକ୍ଷକ ଆସୋସିଏସନ ନିର୍ମିତ ହୋଇଥିଲା। ଏହିଦିନରେ ଛୁଟି ମିଳିନଥାଏ କିନ୍ତୁ ସ୍କୁଲରେ ସାଂସ୍କୃତିକ ପ୍ରୋଗ୍ରାମ ନିଶ୍ଚିତ ଭାବରେ ହୋଇଥାଏ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *