ମାତା ପିତା ହେବା ଏବଂ ସନ୍ତାନ ପ୍ରାପ୍ତି କରିବା ସମସ୍ତଙ୍କ ଜୀବନରେ ଅତ୍ୟନ୍ତ ଆନନ୍ଦର ସମୟ ହୋଇଥାଏ। ବୈଜ୍ଞାନିକମାନଙ୍କ ମୁତାବକ ସ୍ତ୍ରୀ ପୁରୁଷମାନଙ୍କ ପାଇଁ ପିଲା ଜନ୍ମ କରିବାର କିଛି ନିୟମ ରହିଛି। ଏକ ନିର୍ଦ୍ଧାରିତ ବୟସ ପରେ ସ୍ତ୍ରୀମାନେ ଗର୍ଭବତୀ ହୋଇପାରିବେ ନାହିଁ। ହେଲେ ପୁରୁଷ ମାନଙ୍କ ପାଇଁ ସେମିତି କିଛି ନିୟମ ନଥିବା ବେଳେ ସେମାନେ କୌଣସି ବି ବୟସରେ ପିଲା ଜନ୍ମ କରିବା ପାଇଁ ସକ୍ଷମ ହୋଇଥାନ୍ତି। ମାତ୍ର ସେଥିରେ ବି କିଛି ନିୟମ ରହିଥାଏ।
ବର୍ତ୍ତମାନ ୮୯ ବର୍ଷୀୟ ଏକ୍ସ ଚିପ ବର୍ଣ୍ଣି ଏକ୍ସେସ୍ଟନେ ପିତା ହେବା ପରେ କହିଛନ୍ତି ଯେ ସେ ଆଉଥରେ ମଧ୍ୟ ପିତା ହେବାକୁ ଚାହୁଁଛନ୍ତି।ଏହା ତାଙ୍କ ୩୫ ବର୍ଷୀୟା ପତ୍ନୀ ଫବିଆନାଙ୍କ ସହିତ ପ୍ରଥମ ସନ୍ତାନ। ବର୍ଣ୍ଣି ଏତେ ବୟସରେ ୪ର୍ଥ ପିତା ହେବା ପରେ ନିଜର ଅନୁଭୂତି ଲୋକମାନଙ୍କ ସହିତ ସେୟାର କରିଛନ୍ତି। ସେ ଲୋକଙ୍କୁ କହିଛନ୍ତି ଏତେ ଅଧିକ ବୟସରେ ପିତା ହେବା ପାଇଁ କଣ କରିବାକୁ ପଡ଼େ।
ବର୍ଣ୍ଣି ଜୁଲାଇ ମାସ ୨ ତାରିଖରେ ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ୮୯ ବର୍ଷ ବୟସରେ ବାପା ହୋଇ ଏହି ବ୍ୟକ୍ତି ଦୁନିଆକୁ ଚକିତ କରି ଦେଇଛନ୍ତି। ଏହା ପୂର୍ବରୁ ବର୍ଣ୍ଣି ୩ଟି ଝିଅଙ୍କ ପିତା ଥିଲେ। ବର୍ଣ୍ଣି କହିଛନ୍ତି ଯେ ସେ ଆହୁରି ସନ୍ତାନଙ୍କ ପିତା ହେବାକୁ ପ୍ରସ୍ତୁତ ଅଛନ୍ତି।
ଯେତେବେଳେ ତାଙ୍କୁ ପଚରାଗଲା ସେ କେମିତି ଏତେ ଅଧିକ ବୟସରେ ମଧ୍ୟ ଫିଟ ଅଛନ୍ତି। ସେ କହିଛନ୍ତି ଏହାର କାରଣ ଭିଟାମିନ D। ପୁରୁଷମାନଙ୍କୁ ଲାଗେ କି ଭାଏଗ୍ରା ନେବା ଦ୍ୱାରା ସେମାନଙ୍କ ସେକ୍ସ ଲାଇଫ ଉନ୍ନତ ହୋଇଥାଏ ମାତ୍ର ଏମିତି କିଛି ବି ନାହିଁ ଏହା କେବଳ ଭିଟାମିନ Dର ପ୍ରଭାବ ବୋଲି ସେ ପ୍ରକାଶ କରିଛନ୍ତି। ସୋସିଆଲ ମିଡ଼ିଆରେ ଫୋଟୋ ଉଠାଇବା ବେଳେ ଲୋକମାନେ ବର୍ଣ୍ଣିଙ୍କ ଉପହାସ ମଧ୍ୟ କରିଥିଲେ ଏଥିସହିତ ତାଙ୍କୁ DNA ଟେଷ୍ଟ କରିବାକୁ କହିଥିଲେ।
ଏସବୁ କଥାରେ ବର୍ଣ୍ଣିଙ୍କୁ କିଛି ଫରକ୍ ପଡିନାହିଁ ବର୍ତ୍ତମାନ ସେ ତାଙ୍କ ପୁଅକୁ ଗୋଟେ ଛୋଟ ଭାଇ କିମ୍ଵା ଭଉଣୀ ଦବାକୁ ଚାହୁଁଛନ୍ତି। ସେ ତାଙ୍କ ଝିଅମାନଙ୍କ ସହ ଅଧିକ ସମୟ ଅତିବାହିତ କରିପାରି ନଥିବାରୁ ତାଙ୍କ ପୁତ୍ର ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ବର୍ଣ୍ଣିଙ୍କ ବଡ଼ ଝିଅ ୬୫ ବର୍ଷର ଏବଂ ଦ୍ଵିତୀୟ ଝିଅ ୩୬ ବର୍ଷୀୟ ହୋଇଥିବା ବେଳେ ସାନ ଝିଅ ୩୧ବର୍ଷର ।
ଅକ୍ଟୋବର ମାସରେ ବର୍ଣ୍ଣି ୯୦ ବର୍ଷର ହୋଇଯିବେ।ଏହାପୂର୍ବରୁ ୨୦୧୦ ମସିହାରେ ୯୪ ବୟସରେ ପିତା ହୋଇ ଭାରତର ରାମଜୀତ ରାଘବ ରେକର୍ଡ ସୃଷ୍ଟି କରିଥିଲେ। ପରେ ପୁଣି ଥରେ ସେ ୨୦୧୨ ରେ ପିତା ହୋଇ ନିଜ ରେକର୍ଡ ଭାଙ୍ଗିଥିଲେ।