ବିବାଦରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ନିଜ ପତ୍ନୀହିଁ ଆଣିଲେ ଶାରୀରିକ ଏବଂ ମାନସିକ ନିର୍ଯା-ତନା ଅଭିଯୋଗ ।

ଅଲିଉଡ଼ ସିଙ୍ଗର ହ୍ୟୁମାନ ସାଗରଙ୍କୁ ଓଡ଼ିଶାର ପ୍ରାୟ ସବୁ ଲୋକ ଜାଣିଛନ୍ତି । ତାଙ୍କ ସ୍ୱର ସବୁଠି ଲୋକପ୍ରିୟ ଏବଂ ବେଶ ପରିଚିତ ମଧ୍ୟ । ନିଜ ଜୀବନରେ ସିଙ୍ଗର କ୍ୟାରିଅର ମଧ୍ୟରେ ହ୍ୟୁମାନ ସାଗର ଏକାଧିକ ଗୀତ ଗାଇଛନ୍ତି , ତାହା ମଧ୍ୟରୁ ପ୍ରାୟ ସବୁ ହିଟ ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଏକ ମାମଲା ଶୁଣିବାକୁ ମିଳୁଛି । ଯାହାକୁ ହ୍ୟୁମାନ ସାଗରଙ୍କ ପ୍ରଶଂସକ ମାନେ ବିଶ୍ୱାସ କରି ପାରି ନାହାଁନ୍ତି । ବର୍ତ୍ତମାନ ସମୟରେ ଏହା ଶୁଣିବାକୁ ମିଳୁଛି ଯେ ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ଧର୍ମ ପତ୍ନୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ପୁରା ଅଲିଉଡ଼ରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ କହି ରଖିବୁ ଯେ ଗତକାଲି ହୁମାନ ସାଗରଙ୍କ ନାମରେ ତାଙ୍କ ସ୍ତ୍ରୀ ଏକ ଲିଖିତ ଅଭିଯୋଗ କରିଥିଲେ । ଯାହା ଅନୁଯାୟୀ ହ୍ୟୁମାନ ସାଗର କୁଆଡ଼େ ଅନେକ ଦିନ ହେବ ତାଙ୍କ ସ୍ତ୍ରୀକୁ ମାରଧର କରୁଛନ୍ତି , ଗାଳି ଗୁଲଜ ଏବଂ ଶାରୀରିକ ମାନସିକ ନିର୍ଯାତନା ମଧ୍ୟ ଦେଉଛନ୍ତି । ପୂର୍ବରୁ ସ୍ୱାମୀ ତାଙ୍କୁ ଯେତିକି ଭଲ ପାଉଥିଲେ ଏବେ କୁଆଡ଼େ ସେସବୁ ନାହିଁ । ଘରକୁ ଆସିବା ମାତ୍ରେ ସ୍ତ୍ରୀକୁ ମାରୁଥିବାର ସେ ଅଭିଯୋଗ ଆଣିଛନ୍ତି ଯାହାକୁ ମହିଳା ଥାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କହି ରଖିବୁ ଯେ ବର୍ତ୍ତମାନ ସମୟରେ ଏହି ମାମଲା ବେଶ ଚର୍ଚ୍ଚାରେ ରହିଛି । କାରଣ ଓଲିଉଡର ଲୋକପ୍ରିୟ ସିଙ୍ଗରଙ୍କ ନାମରେ ଏଭଳି ମାମଲା ପ୍ରଥମଥର ପାଇଁ ଶୁଣିବାକୁ ମିଳିଛି ।

ସୂଚନା ଅନୁଯାୟୀ ବଲାଙ୍ଗୀରର ଏହି କଣ୍ଠଶିଳ୍ପୀ ନିଜ ସ୍ତ୍ରୀ ସହିତ କଟକର CTA ରେ ରହୁଥିଲେ । ମାତ୍ର କିଛିଦିନ ହେବ ପାରିବାରିକ ଅଶାନ୍ତି ଯୋଗୁଁ ସ୍ତ୍ରୀ ବାଲେଶ୍ଵରରେ ଥିବା ବାପ ଘରକୁ ଚାଲି ଯାଇଛନ୍ତି । ବିବାହ ପରେ ଏହି ଦମ୍ପତ୍ତିଙ୍କ ସମ୍ପର୍କରେ କୌଣସି ବିବାଦ କିମ୍ବା ଘଟଣା ଶୁଣିବାକୁ ମିଳିନାହିଁ । କିନ୍ତୁ ହଠାତ ଏପରି ଘଟଣା ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ହ୍ୟୁମାନ ସାଗରଙ୍କ ନାମରେ ଏପରି ଏକ ଅଭିଯୋଗ ହେବାପରେ ତାଙ୍କର ଅଧିକାଂଶ ପ୍ରଶଂସକ ଘଟଣାକୁ ସ୍ୱୀକାର କରି ନାହାଁନ୍ତି । ତେବେ ଯାହାବି ହେଉ ହ୍ୟୁମାନ ସାଗରଙ୍କ ପତ୍ନୀ ବର୍ତ୍ତମାନ ଏହି କାରଣରୁ ଥାନାରେ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି ।

ମାମଲାର ତଦନ୍ତ ଅନୁଯାୟୀ ମହିଳା ପୋଲିସ ବର୍ତ୍ତମାନ ପ୍ରାରମ୍ଭିକ ତଦନ୍ତ ଶେଷ କରିବା ଉପରେ ରହିଛି । ଅର୍ଥାତ ପ୍ରଥମ ତଦନ୍ତ ଅନୁଯାୟୀ ଦୁଇ ପରିବାରର ଲୋକଙ୍କୁ ଡାକି ଆପୋସ ବୁଝାମଣା କରାଯାଇ ମାମଲାର ସମାଧାନ କରିବାକୁ ଚେଷ୍ଟା କରାଯିବ । ଯଦି ତାହା ନହୁଏ ତେବେ ଆଗାମୀ ତଦନ୍ତକୁ କାର୍ଯ୍ୟକାରୀ କରାଯାଇ କାଉନସେଲିଂ କରାଯିବ । ତେଣୁ ଆସନ୍ତା କାଲି ଉଭୟ ପରିବାରକୁ ଥାନାକୁ ସମାଧାନ ନିମନ୍ତେ ଡକା ଯାଇଛି । ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ ଏହି ଦ୍ଵନ୍ଦ ଯେ ଏହି ଘଟଣା ଆଉ ସିଙ୍ଗର ହ୍ୟୁମାନ ସାଗରଙ୍କ କ୍ୟାରିଅର ଉପରେ ଆଉ ପ୍ରଭାବ ପକାଇବ ନାହିଁ ତ ?

Leave a Reply

Your email address will not be published. Required fields are marked *