ବଲିଉଡର ୧୦ ସବୁଠାରୁ ମହଙ୍ଗା ଛାଡ଼ପତ୍ର, ଏହି ଅଭିନେତା ମାନଙ୍କୁ ଦେବାକୁ ପଡ଼ିଥିଲା ୩୮୦କୋଟି ଟଙ୍କା

ବଲିଉଡର ବୋଧହୁଏ ଗ୍ରାଣ୍ଡ ବାହାଘର ବିଷୟରେ ଶୁଣିବାକୁ ମିଳିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେଉଁ ପରି ସିନେମା ତାରକା ମାନେ ନିଜ ବାହାଘରକୁ ଗ୍ରାଣ୍ଡ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି ସେହିପରି ଏମାନଙ୍କ ଛାଡ଼ପତ୍ର ମଧ୍ୟ ବହୁତ ଖର୍ଚ୍ଚ ଏବଂ ବଡ଼ ହୋଇଥାଏ। ଏମିତି ହିଁ କିଛି ସିନେମା ତାରକାଙ୍କ ଛାଡ଼ପତ୍ରର ଖର୍ଚ୍ଚ ଏତେ ଅଧିକ ଅଟେ କି ଏଥିରେ ତ ଗୋଟିଏ ସୁନ୍ଦର ଇଭେଣ୍ଟ ସହଜରେ ହୋଇଯିବ। ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ବଲିଉଡର ୧୦ ସବୁଠାରୁ ମହଙ୍ଗା ଛାଡ଼ପତ୍ର ବିଷୟରେ…

ହ୍ରିତିକ ରୋଶନ ଏବଂ ସୁଜୈନ ଖାନ

ହ୍ରିତିକ ରୋଶନ ଏବଂ ସୁଜୈନଙ୍କ ଛାଡ଼ପତ୍ରର ଗଣତି କେବଳ ଦେଶରେ ନୁହେଁ ବରଂ ଦୁନିଆର ସବୁଠାରୁ ମହଙ୍ଗା ଛାଡ଼ପତ୍ର ମାନଙ୍କ ମଧ୍ୟରେ ହୋଇଥାଏ। ଦୁଇଜଣଙ୍କ ବାହାଘର ବର୍ଷ୨୦୦୦ରେ ହୋଇଥିଲ ଏବଂ ଆଫେୟାର ଖବର ଯୋଗୁଁ କପଲ ଛାଡ଼ପତ୍ର ନେଇଥିଲେ। କୁହାଯାଉଛି କି ସୁଜୈନ ଖାନ ଏଲିମନୀ ରୂପରେ ୪୦୦କୋଟି ଟଙ୍କାର ଦାବି କରିଥିଲେ, ଯେଉଁଥିରୁ ୩୮୦କୋଟି ଟଙ୍କା ତାଙ୍କୁ ଦିଆ ଯାଇଥିଲା।

କରିସ୍ମା କପୂର ଏବଂ ସଞ୍ଜୟ କପୂର

କରିସ୍ମା କପୂର ୧୧ବର୍ଷର ବାହାଘର ପରେ ବର୍ଷ ୨୦୧୬ରେ ଛାଡ଼ପତ୍ର ନେଇଥିଲେ। ଛାଡ଼ପତ୍ର ସମୟରେ କରିସ୍ମା ଏବଂ ତାଙ୍କ ସ୍ବାମୀ ସଞ୍ଜୟଙ୍କ ମଧ୍ୟରେ ୧୪କୋଟି ଟଙ୍କାର ଚୁକ୍ତିପତ୍ର ସ୍ବାକ୍ଷର ହୋଇଥିଲା। ଯାହାଦ୍ଵାରା ବିଜିନେସମ୍ୟାନ ସଞ୍ଜୟ ପ୍ରତି ମାସରେ ୧୦ଲକ୍ଷ ଟଙ୍କାର ଦେୟ କରିସ୍ମାଙ୍କୁ କରୁଛନ୍ତି। ଏହି ଟଙ୍କା ତାଙ୍କ ଦୁଇ ଛୁଆଙ୍କ ଦେଖାଶୁଣାରେ ଖର୍ଚ୍ଚ କରାଯାଉଛି।

ଫରହାନ ଅଖ୍ତର ଏବଂ ଅଧୁନା ଭବାନୀ

ଫରହାନ ଏବଂ ଅଧୁନାଙ୍କ ଛାଡ଼ପତ୍ରର ଖବର ଆସିବାକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ଥିଲେ, କାରଣ କପଲ ବାହାଘରର ୧୬ବର୍ଷ ପରେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ତ ଫରହାନ ଏବଂ ନା ଅଧୁନାଙ୍କର କୈାଣସି ଆଫେୟାର ଚର୍ଚ୍ଚାରେ ଥିଲା। ଏଥିପାଇଁ ଏମାନଙ୍କ ଛାଡ଼ପତ୍ର ନେବା ଅନେକ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କଥା ଥିଲା। ଛାଡ଼ପତ୍ର ପରେ ଅଧୁନା ମୁମ୍ବାଇ ସ୍ଥିତ ୧୦୦୦ ସ୍କ୍ବାୟର ଫୁଟରେ ତିଆରି ବଙ୍ଗଳା ନିଜ ପାଖରେ ରଖିବାର ଦାବି କରିଥିଲେ। ଏହା ବ୍ୟତୀତ ଫରହାନ ନିଜ ଝିଅଙ୍କ ଦେଖାଶୁଣା ପାଇଁ ପ୍ରତି ମାସରେ ମୋଟା ଟଙ୍କା ଦିଅନ୍ତି।

ସୈଫ ଅଲି ଖାନ ଏବଂ ଅମୃତା ସିଂହ

ବାହାଘର ପରି ହିଁ ସୈଫ ଏବଂ ଅମୃତାଙ୍କ ଛାଡ଼ପତ୍ର ମଧ୍ୟ ବହୁତ ମୁଖ୍ୟ ଖବର ହୋଇଥିଲା। ୧୩ବର୍ଷ ବଡ଼ ଅମୃତାଙ୍କୁ ବାହାହେବାର ୧୩ବର୍ଷ ପରେ ସୈଫ ତାଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ଗୋଟିଏ ଇଣ୍ଟରବ୍ୟୁରେ ସୈଫ କହିଥିଲେ ‘ଛାଡପତ୍ର ସମୟରେ ୫କୋଟି ଟଙ୍କାର ଏଲିମନୀ ସ୍ଥିର କରା ଯାଇଥିଲା, ଯେଉଁଥିରୁ ୨.୫କୋଟି ଟଙ୍କା ସେ ଦେଇ ସାରିଛନ୍ତି। ଏହା ସହିତ ଛୁଆର ଦେଖାଶୁଣା ପାଇଁ ପ୍ରତି ମାସରେ ୧ଲକ୍ଷ ଟଙ୍କା ମଧ୍ୟ ଅମୃତାଙ୍କୁ ଦେଉଛନ୍ତି।’

ସଞ୍ଜୟ ଦତ୍ତ ଏବଂ ରିୟା ପିଲ୍ଲଇ

ରିୟା ପିଲ୍ଲଇ ସଞ୍ଜୟଙ୍କର ଦ୍ଵିତୀୟ ସ୍ତ୍ରୀ ଥିଲେ। ସଞ୍ଜୟ ରିୟାଙ୍କୁ ବହୁତ ଭଲ ପାଉଥିଲେ ଏବଂ ଛାଡପତ୍ରର ଅନେକ ଦିନପରେ ରିୟାଙ୍କ ସବୁ ଖର୍ଚ୍ଚ ଉଠାଉଛନ୍ତି। କ୍ଷ-ତିପୂର-ଣ ଭାବରେ ସେ ରିୟାଙ୍କୁ କେତେ ଟଙ୍କା ଦେଇଛନ୍ତି ଏହାର ଅଧିକାରିକ ରୂପରେ ଏହାର ଖୁଲାସା ତ ହୋଇନଥିଲା କିନ୍ତୁ ଖବର ଅନୁସାରେ ସଞ୍ଜୟ ୪କୋଟି ଟଙ୍କା ଦାଖଲ କରିଥିଲେ। ଏହା ସହିତ ମହ-ଙ୍ଗା କାର ମଧ୍ୟ ଦେଇଥିଲେ।

ଲିଏଣ୍ଡର ପେସ ଏବଂ ରିୟା ପିଲ୍ଲଇ

ସଞ୍ଜୟ ଦତ୍ତଙ୍କ ଠାରୁ ଛାଡ଼ପତ୍ର ପରେ ରିୟା ଟେନିସ ଖେଳାଳି ଲିଏଣ୍ଡର ପେସଙ୍କୁ ବାହା ହୋଇଥିଲେ, କିନ୍ତୁ ସେମାନଙ୍କ ସମ୍ପର୍କ ମଧ୍ୟ ତିଷ୍ଠି ପାରିନଥିଲା ଏବଂ ଦୁଇଜଣ ଛାଡପତ୍ର ନେଇ ଯାଇଥିଲେ। କୁହାଯାଉଛି ରିୟା କ୍ଷ-ତି ପୂ-ରଣ ଭାବରେ ପ୍ରତି ମାସରେ ୪ଲକ୍ଷ ଟଙ୍କାର ଦାବି କରିଥିଲେ। ଯେଉଁଥିରୁ ୩ଲକ୍ଷ ସେ ନିଜ ପାଇଁ ଏବଂ ୯୦,୦୦୦ ପାଖାପାଖି ନିଜ ଝିଅର ପାଠପଢ଼ା ପାଇଁ ମାଗିଥିଲେ।

ଆଦିତ୍ୟ ଚୋପଡା ଏବଂ ପାୟଲ ଖନ୍ନା

ପ୍ରସିଦ୍ଧ ସିନେମା ପ୍ରଡ୍ୟୁସର ଏବଂ ରାନୀ ମୁଖାର୍ଜୀଙ୍କ ସ୍ଵାମୀ ଆଦିତ୍ୟ ନିଜ ସ୍ତ୍ରୀ ପାୟଲଙ୍କ ଠାରୁ ଛାଡ଼ପତ୍ର ନେବାପାଇଁ ୫୦କୋଟି ଟଙ୍କା ଜମା କରିଥିଲେ। ଏହା ସହିତ ଆଦିତ୍ୟଙ୍କ ଛାଡ଼ପତ୍ର ମଧ୍ୟ ଦେଶର ସବୁଠାରୁ ମହଙ୍ଗା ଛାଡ଼ପତ୍ରରେ ସାମିଲ ହୋଇ ଯାଇଥିଲା।

ପ୍ରଭୁଦେବା ଏବଂ ରାମଲତା

ମଲ୍ଟି ଟ୍ୟାଲେଣ୍ଟେଡ ପ୍ରଭୁଦେବା ବର୍ଷ୨୦୧୧ରେ ରାମଲତାଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ। ସେ ଏଲିମନୀ ଭାବରେ ସାଙ୍ଗେସାଙ୍ଗେ ମାତ୍ର ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଏହା ସହିତ ୨୦ରୁ୨୫ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ତାଙ୍କୁ ଦେଇଥିଲେ। ଏଥିଯୋଗୁଁ ଏହା ବଲିଉଡର ବହୁତ ମହଙ୍ଗା ଛାଡ଼ପତ୍ର ହୋଇ ଯାଇଥିଲା।

ଅମିର ଖାନ ଏବଂ ରୀନା ଦତ୍ତା

ମିଷ୍ଟର ପରଫେକ୍ଶନିଷ୍ଟ କୁହାଯାଉଥିବା ଅମୀର ଖାନ ନିଜ ବାପା ମା’ଙ୍କ ବିରୁଦ୍ଧରେ ଯାଇ ୧୯୮୬ରେ ରୀନା ଦତ୍ତାଙ୍କୁ ବାହା ହୋଇଥିଲେ। କିନ୍ତୁ କିଛି ବର୍ଷରେ ଦୁଇଜଣଙ୍କ ମଧ୍ୟରେ ଦୂରତା ଆସିବାକୁ ଲାଗିଥିଲା ଏବଂ ବର୍ଷ୨୦୦୨ରେ କପଲ ଛାଡ଼ପତ୍ର ନେଇଥିଲେ। ଅମିରଙ୍କୁ ଏହି ଛାଡ଼ପତ୍ର ବହୁତ ଭାରୀ ପଡ଼ିଥିଲା। ରି-ପୋ-ର୍ଟ ଅନୁସାରେ ଅମିର କ୍ଷ-ତି ପୂ-ରଣ ଭାବରେ ୫୦କୋଟି ଟଙ୍କା ଦେଇଥିଲେ।

ଅରବାଜ ଖାନ ଏବଂ ମଲାଇକା ଅରୋଡା

ବଲିଉଡର ସବୁଠାରୁ ହଟ କପଲଙ୍କ ଗଣତିରେ ସାମିଲ ଥିବା ଅରବାଜ ଏବଂ ମଲାଇକାଙ୍କ ଛାଡ଼ପତ୍ର ମଧ୍ୟ ବହୁତ ଆଶ୍ଚର୍ଯ୍ୟକର ଥିଲା। ହେଲେ ଏମାନଙ୍କ ଛାତପତ୍ର ଏଲିମନୀର ମଧ୍ୟ କୈାଣସି ଅଫିଶିୟଲ ଖୁଲାସା କରାଯାଇ ନଥିଲା। କିନ୍ତୁ ଖବର ଅନୁସାରେ ମଲାଇକା କ୍ଷ-ତିପୂ-ରଣ ଭାବରେ ୧୫କୋଟି ଟଙ୍କା ଦାବି କରିଥିଲେ।

Leave a Reply

Your email address will not be published. Required fields are marked *