ଯଦି ମନରେ ସାହସ ରହିଛି ତେବେ ୧ ମିନିଟ ପର୍ଯ୍ୟନ୍ତ ଦେଖନ୍ତୁ ଏହି ୧୨୦ ବର୍ଷ ପୁରୁଣା ଫୋଟୋ, ଆଖିରୁ ନିଦ ଉଡ଼ାଇ ଦେଉଛି ଏହି ୧୫ ଜଣ ଝିଅଙ୍କ ଫୋଟୋ

ଫୋଟୋ ସୁନ୍ଦର ମୁହୂର୍ତ୍ତକୁ ସାଇତିବାର ଉପଯୁକ୍ତ ଉପାୟ ଅଟେ। ଆପଣ ଏହା ଦ୍ୱାରା ସେହି ମୁହୂର୍ତ୍ତକୁ କଏଦ କରି ନେଇଥାନ୍ତି। ଏହାପରେ ଯେତେବେଳେ ମଧ୍ୟ ଏହି ଫୋଟୋ ଗୁଡ଼ିକୁ ଦେଖିଥାନ୍ତି ଆପଣ ପୁଣିଥରେ ସେହି ମୁହୂର୍ତ୍ତକୁ ବଞ୍ଚିଥାନ୍ତି। ଅନେକ ଏପରି ଫୋଟୋ ଥାଏ ଯେଉଁଥିରେ ମଜାଦାର ମୁହୂର୍ତ୍ତ ଯୋଡି ହୋଇଥାଏ, ସେହିପରି ଏମିତି ମଧ୍ୟ କିଛି ମୁହୂର୍ତ୍ତ ରହିଥାଏ ଯାହାକୁ ଲୋକମାନେ ମନେ ପକାଇବାକୁ ଚାହାନ୍ତି ନାହିଁ।

ଆଜିକାଲି ସୋସିଆଲ ମିଡିଆରେ ୧୯୦୦ରେ ଉଠା ଯାଇଥିବା ଏକ ଫୋଟୋ ବିଶେଷ କାରଣରୁ ଭାଇରାଲ ହେଉଛି। ଏହି ଫୋଟୋରେ ଅନେକ ଝିଅ ହସୁଥିବାର ଦେଖା ଯାଉଛନ୍ତି। ନା ଏହି ଝିଅ ମାନଙ୍କୁ ନା ଏହି ଫୋଟୋଗ୍ରାଫରକୁ ଅନୁମାନ ଥିଲା ଯେ ସେ କ୍ୟାମେରାରେ କଣ କ୍ୟାପ୍ଚର କରିବାକୁ ଯାଉଛନ୍ତି? ଯେତେବେଳେ ବହୁତ ବର୍ଷ ପରେ ଲୋକଙ୍କର ନଜର ଏହି ଫୋଟୋ ଉପରେ ପଡ଼ିଲା ସେତେବେଳେ ତାଙ୍କୁ ଏଥିରେ ବହୁତ ଭୟାନକ ଜିନିଷ ନଜର ଆସିଥିଲା।

ସୋସିଆଲ ମିଡିଆରେ ବର୍ତ୍ତମାନ ଦିନରେ ଏକ କପଡା ମିଲରେ କାମ କରିବାକୁ ୱାର୍କସଙ୍କ ଫୋଟୋ ଶିଘ୍ରତାର ସହିତ ଭାଇରାଲ ହେଉଛି। ଲୋକଙ୍କୁ ପଚରା ଯାଇଥିଲା ଯେ କଣ ତାଙ୍କୁ ଏହି ଫୋଟୋରେ କିଛି ଭିନ୍ନ ନଜର ଆସୁଛି କି?

ଏହି ଫୋଟୋଟି ସମସ୍ତଙ୍କୁ ଭ୍ରମିତ କରି ଦେଇଥିଲା। ଲୋକମାନେ ବୁଝି ହିଁ ପାରିଲେ ନାହିଁ ଯେ ଏହି ଫୋଟୋରେ ଏପରି କଣ ରହିଛି ଯାହା ତାଙ୍କୁ ଦେଖା ଯାଉନାହିଁ।

ପ୍ରଥମ ନଜରରେ ଏଥିରେ ଝିଅମାନେ କେବଳ ହସୁଥିବାର ନଜର ଆସିବେ। ସମସ୍ତେ ମିଲ କପଡ଼ାରେ ଅଛନ୍ତି। ଏହି ଫୋଟୋ ୧୯୦୦ରେ ଉଠା ଯାଇଥିଲା। ଏଥିରେ ୧୫ ଜଣ ଝିଅ ଠିଆ ହୋଇଛନ୍ତି।

କିନ୍ତୁ ଯେତେବେଳେ ଲୋକମାନେ ଏହି ଫୋଟୋକୁ ଭଲ ଭାବରେ ଦେଖିଲେ ସେତେବେଳେ ତାଙ୍କର ଲୋମ ଟାଙ୍କୁରି ଉଠିଲା। ଏହି ଫୋଟୋରେ ୧୫ ଜଣ ଝିଅ ଅଛନ୍ତି କିନ୍ତୁ ହାତ ୧୬ଟି ରହିଛି। ଏହି ଫୋଟୋରେ ଗୋଟିଏ ଅତ୍ୟଧିକ ହାତ ଦେଖିବାକୁ ମିଳୁଛି।

ସବୁଠୁ ତଳ ଧାଡିରେ ଥିବା ଚାରିଜଣ ଝିଅଙ୍କ ମଧ୍ୟରେ ଡାହାଣ ପାର୍ଶ୍ଵରେ ଯେଉଁ ଝିଅଟି ଠିଆ ହୋଇଛି, ତା’ର କାନ୍ଧ ଉପରେ ଯେଉଁ ହାତ ଦେଖା ଯାଉଛି ତାହା ବହୁତ ଭୟାନକ ଅଟେ। ଲୋକମାନେ ବୁଝି ହିଁ ପାରୁ ନାହାନ୍ତି ଏହି ହାତଟି କାହାର?

ଏହି ଝିଅଟିର ପଛରେ ଠିଆ ହୋଇଥିବା ଝିଅଟି ନିଜ ହାତକୁ ଫୋଲ୍ଡ କରିଛି। ଏମିତିରେ କିଏ ତାଙ୍କ କାନ୍ଧ ଉପରେ ହାତ ରଖିଛି ତାହା ବୁଝା ପଡୁନାହିଁ। ଲୋକମାନେ ଏହି ଫୋଟୋକୁ ଦେଖି ଭୟରେ ଅଛନ୍ତି।

କିଛି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଏହାକୁ ଫୋଟୋଶପ ବୋଲି କହିଲେ। କିଛି ଏହାକୁ ଆଖିର ଧୋକା ବୋଲି କହିଲେ। କିନ୍ତୁ ଆଉ କିଛି ଲୋକଙ୍କୁ ବିଶ୍ୱାସ ରହିଛି ଯେ ଏଥିରେ କିଛି ସୁପରନ୍ୟାଚୁରାଲ ପାୱାରର ଖେଳ ଅଟେ।

ସୋସିଆଲ ମିଡିଆରେ ଏହି ଫୋଟୋ ବହୁତ ଭାଇରାଲ ହେଉଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ସେ ଶୋଇବାକୁ ଯାଉଥିଲେ ସେତେବେଳେ ହିଁ ଏହି ଫୋଟୋ ଉପରେ ତାଙ୍କର ନଜର ପଡିଯାଇଥିଲା ଏବଂ ତା’ପରେ ତାଙ୍କୁ ନିଦ ଆସିନଥିଲା।

Leave a Reply

Your email address will not be published. Required fields are marked *